ଥକାପଣ ଦେଇଥାଏ ଏହି ଶାରୀରିକ ସମସ୍ୟାର ଲକ୍ଷଣ

ବ୍ୟସ୍ତବହୁଳ ଜୀବନରେ କାମର ଚାପ ରହୁଥିବାରୁ ଥକାପଣ ଅନୁଭବ ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଏହି ଥକାପଣ ଶୋଇବା ପରେ, ଚା’ପିିବା ପରେ ମଧ୍ୟ ଯାଉ ନାହିଁ ତେବେ ଏହା କ୍ରୋନିକ୍‌ ଫାଟିଗ୍ୟୁ ସିନ୍‌ଡ଼୍ରମର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଯଦି ଶରୀରରେ ଏହି ସମସ୍ୟାର ସୃଷ୍ଟି ହୋଇଥାଏ ତେବେ ସାରାଦିନ ଗୋଟେ ଲୋକକୁ ଥକାପଣ ଅନୁଭବ ହୋଇଥାଏ । ଯାହାର ପ୍ରଭାବ ମଣିଷର ଶାରୀରିକ ଏବଂ ମାନସିକ ଅବସ୍ଥା ଉପରେ ପଡ଼ିଥାଏ । ଡ଼ାକ୍ତରଙ୍କୁ ଦେଖାଇ ଏଥି ପାଇଁ ଔଷଧ ନେବା, ବ୍ୟାୟାମ କରିବା ଦ୍ୱାରା ହିଁ ଏହି ସମସ୍ୟାର ସମଧାନ ହୋଇପାରିବ । କିନ୍ତୁ କିଛି ଲୋକ ନିଜ ଶରୀରରେ ଏହି ସବୁ ଲକ୍ଷଣକୁ ଦେଖି ମଧ୍ୟ ଏହାର କୌଣସି ଚିକିତ୍ସା କରନ୍ତି ନାହିଁ । ଯାହା ଆଗକୁ ଯାଇ ଭୟଙ୍କର ରୂପ ନେଇଥାଏ । ଆସନ୍ତୁ ଜାଣିବା ଏହି ଲକ୍ଷଣକୁ ଅଣଦେଖା କରିବା ଦ୍ୱାରା ଶରୀରରେ କେଉଁ ସମସ୍ୟା ଦେଖା ଯାଇଥାଏ ।
୧.ହୃଦ୍‌ଜନୀତ ସମସ୍ୟା : ଦିନରେ କିଛି କାମ ନ କରି ଥକାପଣ ଅନୁଭବ କରୁଥିଲେ ଖୁବ୍‌ ଶୀଘ୍ର ଆପଣଙ୍କ ଶରୀରରେ ହୃଦ୍‌ଜନୀତ ସମସ୍ୟା ଦେଖାଯିବ ବୋଲି ଜାଣି ନିଅନ୍ତୁ । ଏହି ସମସ୍ୟାକୁ ଦୂର କରିବା ପାଇଁ ନିଶାଦ୍ରବ୍ୟ ସେବନଠାରୁ ଦୂରରେ ରୁହନ୍ତୁ । ୩୦-୬୦ମିନିଟ୍‌ ପର୍ଯ୍ୟନ୍ତ ଏରୋବିକ୍‌ ବ୍ୟାୟାମ କରନ୍ତୁ ।

Image result for tiredness
BabyCentre

୨.ପ୍ରତିଦିନ ଥକାପଣ ଅନୁଭବ ହେଉଥିଲେ ଯକୃତ ଜନୀତ ସମସ୍ୟା ଦେଖା ଯିବାର ଆଶଙ୍କା ବଢ଼ି ଯାଇଥାଏ । ଯକୃତ ଜନୀତ ସମସ୍ୟା ହେବା ଦ୍ୱାରା ଜ୍ୱର ହେବା,କାଶ ହେବା, ଭୋକ ନ ଲାଗିବା ଏବଂ ଶରୀର ପିଡ଼ା ଇତ୍ୟାଦି ଳକ୍ଷଣ ଦେଖା ଯାଇଥାଏ ।
୩.ଯଦି ଶରୀରରେ ଆନେମିଆରେ ସମସ୍ୟା ରହିଥାଏ ତେବେ ଦିନ ସାରା ଥକାପଣ ଅନୁଭବ ହୋଇଥାଏ । ଶରୀରର ଚର୍ମ ହଳଦିଆ ପଡ଼ିବା ସହ ଚିଡ଼ି ଚିଡ଼ାପଣର ଲକ୍ଷଣ ଦେଖାଯାଇଥାଏ ।
୪.୩୦-୪୦ବର୍ଷ ମଧ୍ୟରେ ହେଉଥିବା ଥକାପଣର କାରଣ ଥାଇରଏଡ୍ ମଧ୍ୟ ହୋଇପାରେ । ଥାଇରଏଡ୍ ଗ୍ରନ୍ଥି ଟି୩ ଏବଂ ଟି୪ ଭଳି ହରମୋନ୍‌ ଶରୀରରେ ତିଆରି କରିଥାଏ । କିନ୍ତୁ ବୟସ ଗଡ଼ିବା ସହ ଏହି ହରମୋନ୍‌ର ପରିମାଣ ଶରୀରରେ କମ ହୋଇ ଯାଇଥାଏ । ଯାହା ଫଳରେ ଥକାପଣର ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର