ଶରୀରର ଏହି ସବୁ ଅଙ୍ଗରେ ଅତର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ

ଭଲ ବାସିବା ପାଇଁ ପ୍ରାୟ ସମସ୍ତେ ନିଜ ମୁତାବକ ଅତର ବ୍ୟବହାର କରନ୍ତି। କେହି ହାର୍ଡ ତ କେହି ସଫ୍ଟ ବାସ୍ନାର ଅତର ବ୍ୟବହାର କରିଥାନ୍ତି। ଅତର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇନଥାଏ, ମାତ୍ର ଜାଣନପାରି ଭୁଲ୍‌ ଅଙ୍ଗରେ ଅତର ବ୍ୟବହାର କଲେ ତାହା ଅସୁସ୍ଥକର ନିଶ୍ଚୟ। ତେବେ, ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଅତର ବ୍ୟବହାର ସୁସ୍ଥକର ହୋଇଥାଏ।

ଆପଣ ଘରୁ ବାହାରକୁ ଯାଉଥିଲେ ନିଜ ପେଟରେ କୌଣସି ଚନ୍ଦନ, ଗୋଲାପ କିମ୍ବା ମଲ୍ଳୀ ଗନ୍ଧର ଅତର ବ୍ୟବହାର କରନ୍ତୁ। ଏହି ଗନ୍ଧର ଅତର ବ୍ୟକ୍ତିକୁ ଶକ୍ତିଶାଳୀ ବନେଇବା ସହ ଜୀବନରେ ସୁଖ ଭରି ଦେଇଥାଏ।

ଆପଣଙ୍କ ନଖରେ ଅତର ଲଗାନ୍ତୁ। ଏହା ଦ୍ୱାରା ପେଟଜନିତ ରୋଗ ଦୂର ହୋଇଥାଏ। ମନେ ରଖନ୍ତୁ ନଖରେ ଅତର ଲଗାଇଥିବା ବେଳେ ଭୁଲ୍‌ରେ ବି ଆଙ୍ଗୁଠି ପାଟିରେ ପୂରାନ୍ତୁ ନାହିଁ।

କେତେକ ଲୋକ ନିଜ ଶରୀରର ବାସ୍ନା ପରି ଘରର ବାସ୍ନାକୁ ବି ଖୁବ୍‌ ଗୁରୁତ୍ୱ ଦେଇଥାନ୍ତି। ସେଥିପାଇଁ ଘରେ ଝୁଣା, ଧୂପ ଆଦି ଲଗାଇଥାନ୍ତି। ମନେ ରଖନ୍ତୁ ସେସବୁ ଶରୀର ପାଇଁ ଖୁବ୍‌ ଭଲ। ଏହି ଧୂଆଁରେ ବହୁଳ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି।

ସମ୍ବନ୍ଧିତ ଖବର