ମାଂସପେଶୀ ଦୁର୍ବଳ ହେବା ଭଳି ଲାଗୁଛି କି? ଶୀଘ୍ର ହୋଇପାରେ ମୃତ୍ୟୁ! ଜାଣନ୍ତୁ କେମିତି କରିବେ ମାଂସପେଶୀକୁ ଶକ୍ତ

ଯେଉଁ ଲୋକମାନଙ୍କର ମାଂସପେଶୀ ଦୁର୍ବଳ ହୋଇଥାଏ, ସେମାନେ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଶରୀରକୁ ଆଜୀବନ ସୁସ୍ଥ ରଖିବା ପାଇଁ ଶରୀରର ମାଂସପେଶୀ ଶକ୍ତ ହେବା ନିହାତି ଆବଶ୍ୟକ । କିଛି ଲୋକ ନିଜର ଓଜନ ନିୟନ୍ତ୍ରଣ କରିବା ନିଶାରେ ଠିକ୍‌ ଭାବରେ ଖାଦ୍ୟ ଖାଆନ୍ତି ନାହିଁ । ଯାହା ଦ୍ୱାରା ଶରୀରର ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଦିନର ଖାଦ୍ୟ ଏ ସବୁ ଜିନିଷକୁ ରଖିବା ନିତାନ୍ତ ଆବଶ୍ୟକ ।

୧.ଅଣ୍ଡାରେ ପ୍ରୋଟିନ୍‌, ସେଲେନିୟମ, ଭିଟାମିନ୍‌ ଡ଼ି, ଭିଟାମିନ୍‌ ବି୬, ଭିଟାମିନ୍‌ବି୧୨, ଜିଙ୍କ,ଆଇରନ୍‌, କ୍ୟାଲସିୟମ ଏବଂ ଓମେଗା-୩ ଏସିଡ଼୍‍ ରହିଥାଏ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କରିବା ଦ୍ୱାରା ମାଂସପେଶୀ ଶକ୍ତ ହୋଇଥାଏ ।

Image result for egg
Serious Eats

୨.ଦହିରେ କ୍ୟାଲସିୟମ ଏବଂ ଭିଟାମିନ୍‌ ଡ଼ି ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ସୁସ୍ଥ ମାଂସପେଶୀ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ।
୩.ପାଣି ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହା ମାଂସପେଶୀକୁ ଶକ୍ତ କରିଥାଏ ।
୪.ସୋୟାବିନ୍‌ରେ ମାଂସ ଏବଂ ଅଣ୍ଡାଠାରୁ ଅଧିକ ଭିଟାମିନ୍‌ ରହିଛି । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥିବାରୁ ପ୍ରତିଦିନ ଏହାକୁ ଖାଇଲେ ଶରୀରର ମାଂସପେଶୀ ଶକ୍ତ ହୋଇଥାଏ ।

ସମ୍ବନ୍ଧିତ ଖବର