publive-imageଏ ସପ୍ତାହ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ୍‌ ଦେବ। କାରବାରରେ ଏଭଳି କଥା ସମ୍ମୁଖକୁ ଆସିବ ଯାହା ଭବିଷ୍ୟତରେ ଲାଭ ଦେବ। ଅଫିସ୍‌ରେ ପୂର୍ବ ଅପେକ୍ଷା କାମରେ ଅଧିକ ମନ ଲାଗିବ। ସରକାରୀ କର୍ମଚାରୀ ସମ୍ମାନିତ ହେବାର ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସମାଜରେ ପ୍ରତଷ୍ଠା ବୃଦ୍ଧି ହେବ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ବହୁତ ଭଲ। ଦାମ୍ପତ୍ୟ ଜୀବନ ରୋଚକ ଓ ସୁଖମୟ ରହିବ। ପ୍ରେମୀଯୁଗଳ ଏ ସପ୍ତାହ ଫୋନ୍‌ରେ ଅଧିକ ସମୟ କଥା ହେବେ। ଆପଣଙ୍କର ସୋସିଆଲ୍‌ ମିଡିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ସବଳ ରହିବେ।

Advertisment

publive-imageଏ ସପ୍ତାହଟି ଆପଣଙ୍କ ଲାଗି ବହୁତ ଭଲ। ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବାର ଯୋଗ ରହିଛି। ଅନ୍ୟମାନଙ୍କ ସହିତ କଥାହେବା ବେଳେ ଭାଷା ଉପରେ ଧ୍ୟାନ ଦେବା ଆବଶ୍ୟକ। କୌଣସି କାମରେ ବିଦେଶ ଯିବାର ସୁଯୋଗ ଏବଂ ଚାକିରିରେ ପଦୋନ୍ନତି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନଙ୍କର ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ସପ୍ତାହର ଶେଷ ତିନିଦିନ ପାଠପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ।

publive-imageବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚାକିରିଆଙ୍କ ଲାଗି ସମୟ ଭଲ। ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ସାମାଜରେ କରିଥିବା କାର୍ଯ୍ୟ ଯୋଗୁଁ ଆପଣ ମାନସମ୍ମାନ ପାଇବେ। ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ। ପାରିବାରିକ ଜୀବନରେ ଖୁସି ବଜାୟ ରହିବ। ନବବିବାହିତ କୌଣସି ଭଲ ଜାଗାକୁ ଭ୍ରମଣରେ ଯିବେ। ପ୍ରେମୀଯୁଗଳ ନିଜର ସମ୍ବନ୍ଧକୁ ଆହୁରି ପ୍ରଗାଢ଼ତା କରିବା ପାଇଁ ଏକାନ୍ତରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ଏକାନ୍ତ ଜାଗାରେ ଅଧ୍ୟୟନ କରନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସପ୍ତାହଟି ଭଲ ରହିବ। ବାହାର କାମରେ ଗଲାବେଳେ ମୋଟରଯାନ ସାବଧାନତାର ସହ ଚଳାନ୍ତୁ।

publive-image

ସପ୍ତାହଟି ଆପଣଙ୍କ ଲାଗି ଭଲ ରହିବ। ଆପଣଙ୍କର କଠିନ ପରିଶ୍ରମ ଫଳପ୍ରଦ ହେବ। ସରକାରୀ ଅଧିକାରୀଙ୍କର ସହଯୋଗ ମିଳିବା ଯୋଗୁଁ କୌଣସି ପ୍ରଶାସନିକ କାର୍ଯ୍ୟ ସଂପୂର୍ଣ୍ଣ କରିପାରିବ। ବ୍ୟବସାୟରେ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସ୍‌ରେ ମନ ଲଗାଇ କାମ କରନ୍ତୁ। କୌଣସି ପ୍ରକାର ବିବାଦ ଭିତରକୁ ପଶନ୍ତୁ ନାହିଁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ। ସମାଜରେ କରିଥିବା କାମ ପାଇଁ ଆପଣ ସମ୍ମାନିତ ହେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବା ଯୋଗ ରହିଛି। ସ୍ବାସ୍ଥ୍ୟକୁ ନେଇ ସଜାଗ ରହନ୍ତୁ।

publive-imageଶୁଭ ଗ୍ରହ ଚଳନ ଦୃଷ୍ଟିରୁ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ କରିଆସୁଥିବା ପ୍ରୟାସରେ ପ୍ରଭାବଶାଳୀ ପରିଣାମ ଦେଖିବାକୁ ପାଇବେ। ଚାକିରିରେ ମନଲାଖି ପରିବର୍ତ୍ତନ ହେବା ସହିତ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରୋତ୍ସାହନ ପାଇବେ। ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ପ୍ରିୟ ବନ୍ଧୁଠାରୁ କୌଣସ ଉପହାର ପାଇବେ। ଛାତ୍ରଛାତ୍ରୀ ପରିଶ୍ରମ ଜାରି ରଖନ୍ତୁ। ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

publive-imageସପ୍ତାହ ଆରମ୍ଭରୁ ଆପଣଙ୍କ ଭିତରେ ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବାରେ ଇଚ୍ଛା ଜାଗ୍ରତ ହେବ। ବ୍ୟବସାୟରେ ସଫଳତା ପାଇବେ। ପୁଞ୍ଜି ବଜାରରେ ନିବେଶ କରିବାକୁ ଚାହୁଁଥିଲେ, କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରି କ୍ଷେତ୍ରରେ ସଫଳତା ପାଇବେ। ସଫ୍ଟଓୟାର ଇଂଜିନିୟର୍‌ଙ୍କୁ ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନରେ ସୁଖ ସନ୍ତୋଷ ବୃଦ୍ଧି ହେବ। ସପରିବାର ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଯୋଜନା କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟ ଜଣଙ୍କର ଭାବନାକୁ ବୁଝିବେ। ମାନସିକ ସୁସ୍ଥତା ପାଇଁ ଯୋଗ କରନ୍ତୁ।

publive-imageଏ ସପ୍ତାହ ଆପଣଙ୍କର କ୍ୟାରିୟରର ଗ୍ରାଫ୍‌ ଉଚ୍ଚା ରହିବ। ଦୀର୍ଘଦିନରୁ କରିଥିବା ଯୋଜନାରେ ସଫଳ ହେବେ। ବେପାରରେ ଉନ୍ନତି ଏବଂ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ସରକାରୀ ଚାକିରଆଙ୍କ ଲାଗି ସମୟ ବହୁତ ଭଲ। ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଖେଳ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭବିଷ୍ୟତ ସୁଧାରିବାରେ ଅବସର ପାଇବେ। ଘରର ବାତାବରଣ ଅତି ପ୍ରସନ୍ନ ରହିବ। ଜୀବନସାଥୀ ଠାରୁ ମନପସନ୍ଦର ଉପହାର ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବାହାରକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ନିଜ ପଢ଼ାରେ ଭଲ ପରିଣାମ ମିଳିବ। ଶାରୀରିକ ରୂପେ ସୁସ୍ଥସବଳ ରହିବେ।

publive-imageସପ୍ତାହଟି ଜୀବନରେ ନୂଆ ଦିଶା ନେଇ ଆସିବ। କଠିନ ପରିସ୍ଥିତିରେ କେହି ନା କେହି ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେବେ। ନୂଆ ବ୍ୟବସାୟ ଆପଣଙ୍କ ଲାଗି ଫଳପ୍ରଦ ରହିବ। ବକେୟା ଅର୍ଥ ଫେରି ପାଇବେ। ମନ୍ଦିରରେ ଦାନ ଦିଅନ୍ତୁ ସମାଜରେ ପ୍ରସିଦ୍ଧି ବଢ଼ିବ। ଚାକିରିରେ ଦରମା ବୃଦ୍ଧି ସହ ପଦୋନ୍ନତି ପାଇବେ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ପ୍ରେମୀଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଅବିବାହିତ ଲୋକଙ୍କ ଲାଗି ମନ ଚାହୁଁଥିବା ବିବାହ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲ ଭାବେ ବୁଝିବେ। ଦେହ ଓ ମନ ଭଲ ରହିବ।

publive-imageସପ୍ତାହଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିପାରେ। ସ୍ବଭାବରେ ଧର୍ମ ପ୍ରତି ଆସ୍ଥା ଜାଗ୍ରତ ହେବ। ଅସହାୟଙ୍କୁ ସାହାଯ୍ୟ ସହଯୋଗ କରିବେ। ବେପାରରେ ଉନ୍ନତି ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। ଚାକିରି ଚେଷ୍ଟାରେ ଲାଗି ରହିଥିବା ଯୁବକଙ୍କୁ ସଫଳତା ମିଳିବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଜୀବନସାଥୀ ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଜଣେ ଅନ୍ୟଜଣଙ୍କୁ କଥାରେ ପ୍ରଭାବିତ କରିବେ। ଛାତ୍ରଛାତ୍ରୀ ସିନିୟରଙ୍କ ଠାରୁ କିଛି ନୂଆ ଶିଖିବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

publive-image
ଆପଣଙ୍କ କାର୍ଯ୍ୟକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ଭାରସାମ୍ୟ ରଖି ଚଳନ୍ତୁ। ନ୍ୟାୟାଳୟରେ ଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନଙ୍କୁ ଭଲ ଚାକିରିର ପ୍ରସ୍ତାବ ଆସିପାରେ। ପାରିବାରିକ ଜୀବନରେ ଖୁସିର ବାତାବରଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ପ୍ରିୟ ବନ୍ଧୁ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

publive-image

ଗ୍ରହମାନଙ୍କର ଶୁଭ ଚଳନ ଦୃଷ୍ଟିରୁ ଆପଣଙ୍କୁ ନୂଆ ଶକ୍ତି ମିଳିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ବେପାର କରୁଥିବା ଲୋକଙ୍କୁ ଲାଭ ମିଳିବା ଯୋଗ ରହିଛି। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି ପକ୍କା କରିନେବେ। ଘରୋଇ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଉନ୍ନତିର ଯୋଗ ରହିଛି। ଆପଣ ରାଜନୀତିକ କାର୍ଯ୍ୟକ୍ରମରେ ଅଧିକ ରୁଚି ରଖିବେ। ପାରିବାରିକ ବାତାବରଣ ଆନନ୍ଦମୟ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହଟି ଭଲ। ପ୍ରତିଯୋଗିତାରେ ସଫଳ ହେବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଶାରୀରିକ ରୂପେ ସୁସ୍ଥ ରହିବେ। ଦୁଇଚକିଆ ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। publive-image

ଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିପାରିବେ। ବେପାରୀମାନଙ୍କ ଲାଗି ସପ୍ତାହଟି ଭଲ ରହିବ। ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଚାକିରି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଗୃହ ନିର୍ମାଣ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ରାଜନୀତିଜ୍ଞ ସମାରୋହ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଦାୟିତ୍ବକୁ ଭଲ ଭାବେ ତୁଲାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ମନସ୍ଥ କରିବେ। ଛାତ୍ରଛାତ୍ରୀ କୌଣସି ବିଷୟର ସନ୍ଦେହ ଦୂର କରିବା ପାଇଁ ଶିକ୍ଷକଙ୍କର ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।