publive-imageଏ ସପ୍ତାହ ଆରମ୍ଭରୁ ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ମହତ୍‌ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ। ବ୍ୟବସାୟରେ ବିପଜ୍ଜନକ ଡିଲ୍‌ କଲେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ଅଫିସ୍‌ରେ କାମର ବୋଝ ଅଧିକ ହେବ। କାମ ଅଳ୍ପ କରନ୍ତୁ, ଗୁଣବତ୍ତା ବଜାୟ ରଖନ୍ତୁ। ଧର୍ମ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଅଧିକ ବୟସର ବ୍ୟକ୍ତିମାନେ ନିରାପଦ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିପାରନ୍ତି। ଘରେ ସମସ୍ତଙ୍କର ଆବଶ୍ୟକତାକୁ ପୂରା କରିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ କୌଣସି କଥାକୁ ନେଇ ସମ୍ବନ୍ଧରେ ତିକ୍ତତା ଆସିପାରେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଶରୀର ସୁସ୍ଥ ରହିବ।

Advertisment

publive-imageଏ ସପ୍ତାହ ଆପଣଙ୍କର ସାହସ ଓ ତେଜ ଅନ୍ୟମାନଙ୍କ ଠାରୁ ଅଲଗା ଅନୁଭବ କରାଇବ। ଲାଭ ପାଇଁ ଅଧିକ ସୁଯୋଗ ପାଇବେ। ଅଫିସ୍‌ରେ ଅବଶିଷ୍ଟ କାମ ପୂର୍ଣ୍ଣ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କର ଉନ୍ନତି ହୋଇପାରେ। କବିମାନଙ୍କ ଲାଗି ସପ୍ତାହଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଭବିଷ୍ୟତ ପାଇଁ ଦୃଢ଼ ନିଷ୍ପତ୍ତି ନେବେ। ପରିବାରରେ ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତି କରିବେ। ପତିପତ୍ନୀଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବ। ପ୍ରେମରେ ସଫଳତା ପାଇବେ। ମନୋରଂଜନରେ ଅଧିକ ଖର୍ଚ୍ଚ କରିପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟ ଭଲ ରହିବ।

publive-imageସପ୍ତାହଟି ଆପଣଙ୍କ ଲାଗି ବହୁତ ଭଲ ରହିବ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ନୂଆ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ଅଫିସ୍‌ରେ ନୂଆ ଦାୟିତ୍ବ ପାଇବେ। ନୂଆ ଜମି ପାଇଁ ଟଙ୍କା ଦେବା ପୂର୍ବରୁ ଦଲିଲକୁ ଭଲ ଭାବେ ଯାଞ୍ଚ୍‌ କରିନିଅନ୍ତୁ। ଘରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କୁ ସୁନାମୁଦି ଉପହାର ଦେଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସମ୍ବନ୍ଧକୁ ସୁଧାରିବାରେ ସଫଳ ହୋଇପାରନ୍ତି। ଆପଣଙ୍କର ବିବାହ ଲାଗି ଶୁଭ ଖବର କୌଣସି ସଂପର୍କୀୟ ନେଇ ଆସିବେ। ବି.ଟେକ୍. ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। କୌଣସି ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

publive-image

ଏ ସପ୍ତାହ ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିନେବେ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀମାନଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଲାଭଦାୟକ ରହିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଲେଖକ ଓ ଅଭିନେତାଙ୍କ ଲାଗି ସପ୍ତାହଟି ଭଲ। ଭୂସଂପତ୍ତି କିଣିପାରନ୍ତି। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ ଖୁସି ରଖିବାକୁ ଚେଷ୍ଟା କରିବେ। ଛାତ୍ରଛାତ୍ରୀ ନିଜ କ୍ୟାରିୟର ଲାଗି ଭଲ ଖବର ପାଇବେ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରତିଦିନ ପ୍ରାତଃଭ୍ରମଣ ବା ଯୋଗାସନ କରନ୍ତୁ।

publive-imageଜୀବନରେ ସକାରାତ୍ମକତା ବଜାୟ ରହିବ। ଧନଲାଭ ସହିତ ଖୁସିର ଆଗମନ ହେବ। କୌଣସି କାର୍ଯ୍ୟ ତରବରରେ କରନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳର କୌଣସି ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ କରି ବହୁତ କିଛି ଜ୍ଞାନ ଲାଭ କରିବେ। ଅଫିସ୍‌ କାମରେ କୌଣସି ସହକର୍ମୀ ପୂରା ସହଯୋଗ କରିବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସିହୋଇ ପଦୋନ୍ନତି ଦେଇପାରନ୍ତି। ସନ୍ତାନର ବଡ଼ ସଫଳତାରେ ପରିବାରରେ ଖୁସି ବୃଦ୍ଧି ହେବ। ଜୀବନସାଥୀ ସହିତ ସମ୍ବନ୍ଧ ବହୁତ ଭଲ ରହିବ। ପ୍ରେମୀଯୁଗଳ ଭଲ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସକାରାତ୍ମକ ପରିଣାମ ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-imageମନପ୍ରାଣ ଢାଳି ଯେଉଁ କାର୍ଯ୍ୟ କରିବେ ସଫଳ ହେବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ କଥା ଆଲୋଚନା କରନ୍ତୁ ନାହିଁ। ନିବେଶ ବିଷୟରେ ପରାମର୍ଶ ପାଇବେ। ଅଫିସ୍‌ରେ ବେଶୀ ପରିଶ୍ରମ କରିବାକୁ ପଡ଼ିପାରେ। ସହକର୍ମୀଙ୍କ ସାହାଯ୍ୟରେ ଯୋଜନା ସଫଳ ହେବ। କଳା ଓ ଅଭିନୟ କ୍ଷେତ୍ରର ଲୋକଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ। ଘରେ ଖୁସିର ପରିବେଶ ରହିବ। ଖର୍ଚ୍ଚ ଚିନ୍ତା ବଢ଼ିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମ୍ବନ୍ଧ ଭଲ ହେବ। ବିବାହଯୋଗ୍ୟ ବ୍ୟକ୍ତିମାନଙ୍କ ଲାଗି ପ୍ରସ୍ତାବ ଆସିପାରେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସପ୍ତାହଟି ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

publive-imageଆୟର ନୂଆ ଉତ୍ସ ସାମ୍‌ନାକୁ ଆସିବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଚାକିରିଜୀବୀଙ୍କ ଲାଗି ସମୟ ଉତ୍ତମ। ଆପଣଙ୍କ ପସନ୍ଦର କାମ ପାଇବେ। ଭଲ ପ୍ରୟାସ କରନ୍ତୁ, କାମ ଭଲ ଭାବରେ ହେବ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ବଡ଼ କମ୍ପାନିରେ ଚାକିରି ମିଳିପାରେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କର ଧନଲାଭ ହେବ। କୋର୍ଟ କଚେରି ମାମଲାରେ ସଫଳତା ମିଳିପାରେ। ପରିବାରରେ ଭୁଲ୍‌ ସୁଧାରିବାକୁ ଚେଷ୍ଟା କରିବେ। ସନ୍ତାନର ସଫଳତାରେ ଗୌରବାନ୍ବିତ ହେବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ସତେଜ ରହିବ।

publive-imageଆଗକୁ ବଢ଼ିବା ଲାଗି ନୂଆ ମାର୍ଗ ଖୋଲିବ। କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବେପାରରେ ପ୍ରଗତି ହେବ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍‌ରେ ଆପଣଙ୍କ କାମରେ ଖୁସିହୋଇ କର୍ତ୍ତୃପକ୍ଷ କିଛି ଉପହାର ଦେଇପାରନ୍ତି। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସପ୍ତାହଟି ବହୁତ ଭଲ ରହିବ। ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ପରିବାର ମଧ୍ୟରେ ହର୍ଷଉଲ୍ଲାସ ରହିବ। ପ୍ରେମିକ ସହିତ ସମ୍ବନ୍ଧରେ ସୁଧାର ହେବ। ଆପଣ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ବି.ଏସ୍‌ସି. ଛାତ୍ରଛାତ୍ରୀଙ୍କୁ କ୍ୟାରିୟରରେ ସଫଳତା ମିଳିବ। ସ୍ବାସ୍ଥ୍ୟକୁ ଠିକ୍‌ ରଖିବା ଲାଗି ନିୟମିତ ଯୋଗାସନ କରନ୍ତୁ।

publive-imageଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ। କୌଣସି ନୂଆ ସୁଯୋଗ ଲାଗି ପ୍ରସ୍ତୁତ ରହିବେ। ବେପାରୀବର୍ଗଙ୍କ ଲାଗି ଧନଲାଭର ସୁଯୋଗ ରହିଛି। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ଚାକିରିରେ ପଦୋନ୍ନତି କିମ୍ବା ଦରମା ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମାଜରେ ମାନସମ୍ମାନ ମିଳିବ। ଓକିଲଙ୍କ ଲାଗି ସପ୍ତାହଟି ଲାଭପ୍ରଦ। ଜୀବନରେ ଉନ୍ନତି ମିଳିବା ଯୋଗୁଁ ପରିବାରରେ ଖୁସି ବଢ଼ିବ। ଘରେ ଶୁଭ କାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିଚାରରେ ଆଦାନପ୍ରଦାନ କରିବା‌େର ସଫଳ ରହିବେ। ଛାତ୍ରଛାତ୍ରୀଙ୍କ ମନରେ ନୂଆ ନୂଆ ବିଚାର ଆସିବ। ସ୍ବାସ୍ଥ୍ୟଲାଭ ପାଇଁ ଉଚିତ ପଦକ୍ଷେପ ନେବେ।

publive-image
କ୍ୟାରିୟର ସଂପର୍କିତ ନୂଆ ସୁଯୋଗ ଆସିବ। ଧୈର୍ଯ୍ୟଧରି କାମ କରନ୍ତୁ, ତରବରିଆ ଭାବେ କୌଣସି ନିଷ୍ପତ୍ତି ନେ‌େଲ ଅସୁବିଧାରେ ପଡ଼ିଯାଇପାରନ୍ତି। ବେପାରରେ ଅଚାନକ ଧନଲାଭ ହେବ। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହ ବନ୍ଧୁତା ହୋଇପାରେ। ରୋଜଗାର ଖୋଜୁଥିବା ଯୁବକମାନଙ୍କୁ ଚାକିରିର ସୁଯୋଗ ମିଳିବ। ଜୀବନସାଥୀ ସହିତ ସଂପର୍କ ଠିକ୍‌ ରହିବ। ମଉଜ ମଜଲିସ ପାଇଁ ଭଲ ଅବସର ପାଇବେ। ଇଲେକ୍‌ଟ୍ରିକ୍‌ ଯାନ କିଣିବା ଲାଗି ସମୟ ଶୁଭ। ପ୍ରେମ କରୁଥିବା ବ୍ୟକ୍ତିମାନଙ୍କ ସମ୍ପର୍କ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ। ବାହାର କାମରେ ଗଲାବେଳେ ସାବଧାନତାର ସହ ଯାନ ଚଳାନ୍ତୁ।

publive-image

ଗ୍ରହମାନଙ୍କର ଶୁଭଚଳନ ଯୋଗୁଁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ମହତ୍ତ୍ବପୂର୍ଣ୍ଣ ବିଷୟରେ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବେ। ସତର୍କ ରହି କାମ କରନ୍ତୁ ଆଉ ସରଳ ଓ ସହଜ ଭାଷା ପ୍ରୟୋଗ କରନ୍ତୁ। ଶତ୍ରୁ ହଇରାଣ କରିବାକୁ ଚେଷ୍ଟା କରିବେ। ହେଲେ ଆପଣ ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଗ୍ରହରତ୍ନ ବ୍ୟବସାୟୀଙ୍କୁ ଧନଲାଭ ହେବ। ଅଫିସ୍‌ରେ ଆପଣଙ୍କ କାମର ପ୍ରଶଂସା ହେବ। ଇଂଜିନିୟରଙ୍କ ଲାଗି ବଢ଼ିଆ ଚାକିରି ସୁଯୋଗ ଅପେକ୍ଷା କରି ରହିଛି। ନବବିବାହିତଙ୍କ ଜୀବନରେ ମଧୁରତା ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ଆନନ୍ଦମୟ ହେବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ପରିଣାମ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।publive-image

ସପ୍ତାହ ଆରମ୍ଭରୁ ପ୍ରତିଟି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ବିରୋଧୀ ଆପେ ପରାସ୍ତ ହୋଇଯିବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ, ଭଲ ହେବ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। କ୍ରିକେଟ୍‌ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଭଲ ଜାଗାକୁ ବୁଲିବାକୁ ଯାଇପାରନ୍ତି। ପ୍ରେମ ସମ୍ବନ୍ଧରେ ଦୃଢ଼ତା ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ସପ୍ତାହଟି ଅନୁକୂଳ ରହିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।