ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: କ୍ୟାରିୟରରେ ଅଚାନକ ପରିବର୍ତ୍ତନ ଆସିବ। ଯାହା ଦ୍ବାରା ଧନଲାଭ ହେବ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ବଡ଼ ଠିକା ମିଳିବ। ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ଚାକିରିଜୀବୀଙ୍କୁ ଅଫିସ୍‌ରେ କାମ ଅଧିକ କରିବାକୁ ପଡ଼ିପାରେ। ଆପଣଙ୍କ ଲାଗି ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ନବବିବାହିତ ଦମ୍ପତି ଭଲ ଜାଗାକୁ ଭ୍ରମଣରେ ଯିବେ। ପ୍ରେମୀ ଯୁଗଳଙ୍କ ଜୀବନରେ ସକାରାତ୍ମକତା ଆସିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ବୃଷ: ସପ୍ତାହଟି ଲାଭକାରୀ ସିଦ୍ଧି ହେବ। ବ୍ୟବସାୟରେ ଉତ୍ତମ ସଫଳତା ପାଇବେ। କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା। କର୍ମଜୀବୀ ମହିଳାଙ୍କୁ ପ୍ରୋତ୍ସାହନ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳ ତରଫରୁ କୌଣସି ବଡ଼ ଦାୟିତ୍ବ ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ସପରିବାର କୌଣସି ସମାରୋହକୁ ଯାଇପାରନ୍ତି। ଜୀବନସାଥୀ ଠାରୁ ମନ ପସନ୍ଦର ଉପହାର ପାଇବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

ମିଥୁନ: ଜୀବନରେ ଆଗକୁ ବଢ଼ିବା ଲାଗି ସମୟ ବହୁତ ଭଲ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ୍ ଦେବ। ଆର୍ଥିକ ରୂପେ ସଫଳତା ପାଇବେ। ବିଲ୍‌ଡର୍ସଙ୍କୁ ଭଲ ଠିକାରେ ଲାଭ ମିଳିବ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରଶଂସା ହେବ। ପଦୋନ୍ନତି ବା ବେତନ ବଢ଼ିପାରେ। କାନୁନ ମାମଲାରେ ବିଜୟ ଲାଭର ଯୋଗ ରହିଛି। ପରିବାରରେ କୌଣସି ବ୍ୟକ୍ତିଙ୍କୁ ସଫଳତା ମିଳିବା ଯୋଗୁଁ ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କୁ ଉପହାର ଦେବେ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବା ଯୋଗ ରହଛି। ସ୍ବାସ୍ଥ୍ୟରେ ଲାଗି ରହିଥିବା ସମସ୍ୟାରୁ ଆରାମ ପାଇବେ।

କର୍କଟ: ଦୀର୍ଘଦିନରୁ କରି ଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଆପଣଙ୍କର ସକାରାତ୍ମକ ଭାବନା ବୃଦ୍ଧି ହେବ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ଅଫିସରେ କୌଣସି ବଡ଼ କାମ ମିଳିପାରେ। ଭୁଲ ରାସ୍ତାରେ ନେଇ ଯିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ। କୃଷିଜୀବୀଙ୍କ ଲାଗି ସମୟ ଲାଭଦାୟକ ରହିବ। ଆପଣଙ୍କର ରୁଚି ସାମାଜିକ ଗତିବିଧିରେ ଅଧିକ ରହିବ। ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ନିଜ ଘରର ସୌନ୍ଦର୍ଯ୍ୟକରଣ କାମ କରାଇବେ। ପ୍ରେମୀ ଯୁଗଳ ଏକାନ୍ତରେ ସମୟ ଅତିବାହିତ କରିବାର ଅବସର ପାଇବେ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କିଛି ଶିଖିବା ପାଇଁ ମନ ବଳାଇବେ। ଦେହ ଓ ମନ ଭଲ ରହିବ।

ସିଂହ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦି ଗୁଣା କରିଦେବ। ଆପଣ କିଛି ସୃଜନଶୀଳ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ। ଭାଗୀଦାର ବେପାରରେ ବହୁତ ଭଲ ସଫଳତା ପାଇବେ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ସମୟ ବହୁତ ଭଲ। ଘରର ବାତାବରଣ ଶାନ୍ତିମୟ ରହିବ। ପିଲାଙ୍କ ଉପଲବ୍ଧିରେ ଗର୍ବ ଅନୁଭବ କରିବେ। ବୈବାହିକ ଜୀବନରେ ଖୁସି ଆସିବ। ପ୍ରେମିକ ପ୍ରେମିକା ମଉଜମସ୍ତି ପାଇଁ ବଢ଼ିଆ ଅବସର ପାଇପାରିବେ। ଛାତ୍ରଛାତ୍ରୀ ନିଜ ନିଜର ପରିଶ୍ରମ ଅନୁସାରେ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କନ୍ୟା: ସବୁ ପ୍ରକାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ମସ୍ତିଷ୍କରେ ଅଚାନକ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଆର୍ଥିକ ଦୃଷ୍ଟିରୁ କୌଣସି ମହତ୍ତ୍ବପୂର୍ଣ୍ଣ କାମ କରିବାରେ ସଫଳ ହେବେ। ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ଚାକିରିରେ ଅନୁକୂଳ ପରିଣାମ ମିଳିବା ଯୋଗ ରହିଛି। ଚାକିରି ଆଶାୟୀଙ୍କ ଲାଗି ସମୟ ଭଲ। ବିଦେଶରେ ଚାକିରି ପାଇଁ ଭଲ ସୁଯୋଗ ଆସିବ। ପରିବାରରେ ହର୍ଷୋଲ୍ଲାସର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆଣିବା ଲାଗି ସପ୍ତାହଟି ବଢ଼ିଆ ସାବ୍ୟସ୍ତ ହେବ। ପ୍ରେମ ଜୀବନ ମଧୁର ରହିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ।

ତୁଳା: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବ୍ୟବସାୟ ପାଇଁ ସପ୍ତାହଟି ଲାଭଦାୟକ ସାବ୍ୟସ୍ତ ହେବ। ବେପାର ସଂପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତିର ସୂଚନା ପାଇବେ। କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ବଢ଼ିବ। କଳା, ସାହିତ୍ୟ ଲୋକଙ୍କ ଲାଗି ସପ୍ତାହଟି ଭଲ। ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। ରାଜନୀତିଜ୍ଞଙ୍କର ସମାଜରେ ଦବଦବା କାଏମ୍ ରହିବ। ପରିବାର ଲୋକମାନଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। ପ୍ରେମୀ ଯୁଗଳ କୌଣସି ମନପସନ୍ଦ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ବିଛା: ଆପଣଙ୍କର ଆତ୍ମବିଶ୍ବାସ କାର୍ଯ୍ୟ କ୍ଷେତ୍ରରେ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବେପାରରେ ଦି ଗୁଣା ବୃଦ୍ଧି ହେବ। ବହୁ ରାଷ୍ଟ୍ରୀୟ କମ୍ପାନିରୁ ଚାକିରି ଲାଗି କଲ୍ ଆସିପାରେ। କିଛି ଲୋକ ଆପଣଙ୍କ ଉପରେ ପ୍ରଭାବିତ ହେବେ। ରାଜନୀତିଜ୍ଞ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆପଣଙ୍କର ବିନମ୍ରତା ପୂର୍ଣ୍ଣ ବ୍ୟବହାରରେ ଘରର ବାତାବରଣ ସକାରାତ୍ମକ ରହିବ। ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା। ଜୀବନସାଥୀ ପାଇଁ ମନ ପସନ୍ଦର ଲୁଗା କିଣିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ପୂରା ସାହାଯ୍ୟ ମିଳିବ। ସ୍ବାସ୍ଥ୍ୟ ଓ ଶକ୍ତି ବୃଦ୍ଧି ଲାଗି ଉଚିତ ପଦକ୍ଷେପ ନେବେ।

ଧନୁ: ଜୀବନରେ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ପରିବର୍ତ୍ତନ କରିବେ। ଜମି ବ୍ୟବସାୟୀଙ୍କ ଲାଗି ସମୟ ଲାଭକାରୀ ରହିବ। ସରକାରୀ ଚାକିରି କରୁଥିବା ଲୋକଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିପାରେ। ଆପଣ ସମାଜ ହିତରେ କରିଥିବା କାମ ପାଇଁ ସମ୍ମାନିତ ହେବେ। ନୂଆ ଘର କିଣିବା ଲାଗି ବିଚାର କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ସପରିବାର ଦର୍ଶନୀୟ ସ୍ଥାନକୁ ବୁଲିଯିବାର ‌ଯୋଜନା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଜଣେ ଅନ୍ୟଜଣଙ୍କୁ ମନର କଥା କହିବେ। ଛାତ୍ରଛାତ୍ରୀ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ। ସଡ଼କରେ ଯିବା ସମୟରେ ସତର୍କ ରହନ୍ତୁ।

ମକର: ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବେପାରର ଲାଭ ହେବ। ବ୍ୟବସାୟରୁ ମିଳିଥିବା ଲାଭ ବ୍ୟବସାୟରେ ଲଗାଇବା ପାଇଁ ଭାବିବେ। ଘର ଠାରୁ ଦୂରରେ ରହି ଚାକିରି କରୁଥିବା ଲୋକ ପରିବାର ଠାରୁ ଖୁସି ଖବର ପାଇବେ। ବିଜ୍ଞାନ ଜଗତ ସହ ଯୋଡ଼ି ରହିଥିବା ଲୋକ ସମ୍ମାନିତ ହେବେ। ଆପଣ ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି। ଆପଣଙ୍କ ପ୍ରେମପୂର୍ଣ୍ଣ ବ୍ୟବହାରରେ ଦାମ୍ପତ୍ୟ ଜୀବନର ସମସ୍ୟା ସମାପ୍ତ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଓକିଲାତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସପ୍ତାହଟି ବହୁତ ଭଲ। ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କୁମ୍ଭ: ସପ୍ତାହଟି ଉତ୍ସାହରେଭରା ରହିବ। ନିଜର ପରିଶ୍ରମ ଓ ସାମର୍ଥ୍ୟରେ କାର୍ଯ୍ୟ କ୍ଷେତ୍ରରେ ବହୁତ କିଛି ପ୍ରାପ୍ତ କରିନେବେ। ଜମିରେ ନିବେଶ କରି ପାରନ୍ତି। ଅଫିସ୍‌ରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ। ଚାକିରି ବଦଳାଇବା ପାଇଁ ବିଚାର କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ସଙ୍ଗୀତଜୀବୀଙ୍କ ଲାଗି ସମୟ ଭଲ। ସାମାଜିକ ସଂପର୍କ ମଜଭୁତ ହେବ। ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହେବ। ଜୀବନସାଥୀ ଖୁସି ହେବାର ଅବସର ଦେବେ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ। ଜଣେ ଅନ୍ୟଜଣଙ୍କ ପ୍ରତି ମଧୁର ଭାବନାର ବିକାଶ ହେବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରତିଦିନ ପ୍ରାତଃ ଭ୍ରମଣ କରନ୍ତୁ।

ମୀନ: ସକାରାତ୍ମକ ଚିନ୍ତା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ପ୍ରଗତି କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ସରକାରୀ ଚାକିରିଆଙ୍କୁ ସରକାରୀ ବାସ ଭବନ ମିଳିପାରେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବଢ଼ିପାରେ। ଆପଣଙ୍କର ଆସ୍ଥା ଆଧ୍ୟାତ୍ମିକ ଆଡ଼କୁ ଅଧିକ ରହିବ। ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ। ନୂଆ ଯାନ କିଣିବା ଲାଗି ମନସ୍ଥ କରିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବା ଯୋଗୁଁ ମନୋବଳ ଉଚ୍ଚା ରହିବ। ସ୍ବାସ୍ଥ୍ୟରେ ଲାଗି ରହିଥିବା ସମସ୍ୟାରୁ ଆରାମ ପାଇବେ।

ସମ୍ବନ୍ଧିତ ଖବର