ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: ଜୀବନରେ ଆଗକୁ ବଢ଼ିବା ପାଇଁ ସମୟ ଭଲ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ପୁଞ୍ଜି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ପଦୋନ୍ନତି ମିଳିବାର ଯୋଗ ରହିଛି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରଣ ହେବ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଜୀବନସାଥୀଙ୍କ ଠାରୁ ମହତ୍ତ୍ବପୂର୍ଣ୍ଣ ପରାମର୍ଶ ପାଇବେ। ଗୃହ ସଂପତ୍ତି କିଣିବା ପାଇଁ ଚିନ୍ତା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଭଲ ଜାଗାକୁ ଭ୍ରମଣରେ ଯିବେ। ଆପଣଙ୍କର ଯାହା ଉପରେ ଦୃଷ୍ଟି ପଡ଼ିବ ତାଙ୍କୁ ବନ୍ଧୁ ଭାବେ ଗ୍ରହଣ କରିନେବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି କମ୍ ହୋଇପାରେ। ଶରୀର ସୁସ୍ଥ ରହିବ।

ବୃଷ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ମଙ୍ଗଳବାର ମଧ୍ୟରେ ଯାହା ବି କାମ କରିବେ ସଫଳତା ହାସଲ କରିବେ। ଆୟ ବଢ଼ିବ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଟଙ୍କା ପଇସା ନେଣେଦେଣେରେ ସାବଧାନ ଅବଲମ୍ବନ କରନ୍ତୁ। ଚାକିରିରେ ଉନ୍ନତି କରିବେ। ନୂଆ ଚାକିରି ମିଳିବାର ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ଘରୋଇ ଜୀବନରେ ଆନନ୍ଦମୟ ବାତାବରଣ ରହିବ। ଜୀବନସାଥୀ ଠାରୁ ଢେର୍‌ସାରା ପ୍ରେମ ପାଇବେ। ପ୍ରେମିକାଙ୍କୁ ବିବାହ ପାଇଁ ରାଜି କରାଇନେବେ। ଛାତ୍ରଛାତ୍ରୀ ସକ୍ଷାତକାରରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ: ସପ୍ତାହ ଆରମ୍ଭରୁ ଉତ୍ସାହ ଓ ମନୋବଳ ଦୃଢ଼ ରହିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପେସାଦାର ବ୍ୟବସାୟଙ୍କ ପାଇଁ ସମୟ ଲାଭଦାୟକ ସାବ୍ୟସ୍ତ ହେବ। ଅଫିସରେ ଶାନ୍ତିର ବାତାବରଣ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ଦେବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ନୂଆ ଲୋକଙ୍କ ସହିତ ସଂପର୍କ ବନାଇବେ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଲୋକଙ୍କୁ ଭଲ ସୁଯୋଗ ମିଳିବ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ପାରିବାରିକ ଜୀବନରେ ସୁଖୀ ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରେମ ସମ୍ବନ୍ଧରେ ମନସ୍କାମନା ପୂରଣ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଏକାଗ୍ରତା ରଖନ୍ତୁ। ସ୍ବାସ୍ଥ୍ୟରେ ଯତ୍ନ ନିଅନ୍ତୁ।

କର୍କଟ: ବ୍ୟବସାୟ ପାଇଁ ଭଲ ସୁଯୋଗ ଅପେକ୍ଷା କରି ରହିଛି। ‌ବ୍ୟବସାୟ କାମରେ ବିଦେଶ ଯାଇପାରନ୍ତି। ଟଙ୍କା ପଇସା ବା ଜିନିଷପତ୍ର ଚୋରି ହୋଇପାରେ। ତେଣୁ ସତର୍କ ରହନ୍ତୁ। ଚାକିରିଜୀବୀଙ୍କୁ ଅଫିସ୍‌ରେ ସାମାନ୍ୟ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଦଳର ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ପାଇବେ। କାନୁନ୍‌ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମୟ ଭଲରେ ଅତିବାହିତ ହେବ। ଛାତ୍ରଛାତ୍ରୀ କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ପାଇବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

ସିଂହ: ଆଗକୁ ବଢ଼ି ଚାଲନ୍ତୁ ପରିସ୍ଥିତି ଆପଣଙ୍କ ସପକ୍ଷରେ ହେବ। ଧନ ଓ ମାନସମ୍ମାନରେ ବୃଦ୍ଧି ହେବ। ବ୍ୟବସାୟର ପ୍ରଗତି ପାଇଁ ରାସ୍ତା ଉନ୍ମୁକ୍ତ ହେବ। ଚାକିରି ପାଇଁ ପରିଶ୍ରମ କରି ଆସୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦଳରେ ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବେ। ଭୂସଂପତ୍ତି କିଣିପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପ୍ରିୟବନ୍ଧୁ ଠାରୁ ଉପହାର ପାଇ ଖୁସି ରହିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟଗତ ସମସ୍ୟା ସଂପର୍କରେ ସତର୍କ ରହନ୍ତୁ।

କନ୍ୟା: ସକାରାତ୍ମକ ଭବି‌ଷ୍ୟତ ପାଇଁ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ନିଜର କାମକୁ ଠିକ୍ ଭାବେ କରିବେ। ଆୟ ବଢ଼ିବା ଯୋଗୁଁ ଆର୍ଥିକ କଷ୍ଟ ଦୂର ହେବ। ଅନୁଭବୀ ବ୍ୟକ୍ତିଙ୍କ ସହ ପରାମର୍ଶ କରି ପୁଞ୍ଜି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଲାଭ ପାଇବେ। ଚାକିରିରେ ପଦୋନ୍ନତି ମିଳିପାରେ। ନୂଆ ଘର କିଣିବା ପାଇଁ ବିଚାର କରିବେ। ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ। ଜୀବନସାଥୀ ସହିତ ଭଲ ଜାଗାକୁ ବୁଲି ଯାଇପାରନ୍ତି। ପ୍ରେମ ଜୀବନ ଭଲ ରହିବ। ପ୍ରିୟବନ୍ଧୁ ଠାରୁ ସୁନ୍ଦର ଉପହାର ପାଇବେ। ଛାତ୍ରଛାତ୍ରୀ ସମୟର ସଦୁପଯୋଗ କରନ୍ତୁ ଭବିଷ୍ୟତ ଉଜ୍ଜ୍ବଳ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

ତୁଳା: ଆପଣ ନିଜର ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଟ୍ରାଭେଲ୍‌ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ଖଳ ପ୍ରକୃତିର ଲୋକଙ୍କ ସହ ଦୂରତ୍ବ ବଜାୟ ରହନ୍ତୁ। ଜମି କାରବାରରେ ଅର୍ଥ ନିବେଶ କରିପାରନ୍ତି। ଚାକିରିରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ପରିବାରରେ ଖୁସିର ବାତାବରଣ ରହିବ। ଅଧିକ ବୟସର ବ୍ୟକ୍ତିମାନେ ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ଓ ରୋମାନ୍ସ ପାଇଁ ସମୟ ଭଲ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଆଇନ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ବହୁତ ଅନୁକୂଳ ସମୟ। ପେଟ ବ୍ୟଥା ଅନୁଭବ କରିବେ।

ବିଛା: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ। ଆମଦାନି ପାଇଁ ନୂଆ ସୁଯୋଗ ଆସିବ। ଚାକିରି ସଂପର୍କିତ କୌଣସି ଆଶା ପୂରଣ ହେବ। ରାଜନୀତିରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ହେଲେ ଏହା ବେଶୀ ଦିନ ପାଇଁ ନୁହେଁ। ନୂଆ ଘର କିଣିବା କିମ୍ବା ନିର୍ମାଣ ଲାଗି ଯୋଜନା କରିବେ। ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ନବ ଦମ୍ପତି ଭବି‌ଷ୍ୟତକୁ ନେଇ ଯୋଜନା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଖୁବ୍ ମଉଜମସ୍ତି କରିବା ପାଇଁ ଅବସର ପାଇବେ। ବିଦେଶରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କ ଲାଗି ସମୟ ଶୁଭ। ଆପଣ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ସଂପର୍କିତ ବିଷୟରେ ସଚେତନ ରହନ୍ତୁ।

ଧନୁ: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। କ୍ୟାରିୟର ପାଇଁ ସୁବର୍ଣ୍ଣ ସୁଯୋଗ। ଦୀର୍ଘ ଦିନର ମନସ୍କାମନା ପୂରା ହେବ। ଅଫିସ୍‌ରେ କର୍ତ୍ତୃତ୍ବ ବଢ଼ିବ। ଭାବନାକୁ ସକାରାତ୍ମକ କରି ରହନ୍ତୁ। ବ୍ୟବସାୟ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବେ। ଆୟ ବଢ଼ିବା ହେତୁ ଆର୍ଥିକ କଷ୍ଟ ଦୂର ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ଜନସଂପର୍କ ବଢ଼ିବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସି ହୋଇ ଖର୍ଚ୍ଚ ଅଧିକ କରିବେ। ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବଢ଼ିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ରମଣୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀ ସାକ୍ଷାତ୍‌କାରରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟରେ ଯତ୍ନ ନିଅନ୍ତୁ।


ମକର: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଅପୂର୍ଣ୍ଣ କାମ ପୂର୍ଣ୍ଣ କରିବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଭବିଷ୍ୟତରେ ଲାଭ ପାଇବେ। ଚାକିରିର ପଦୋନ୍ନତି ପାଇଁ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବିରୋଧୀ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। ଖେଳାଳିମାନେ ହୃତ ଗୌରବ ଫେରି ପାଇବେ। ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ। ଜୀବନସାଥୀର ଖୁବ୍ ପ୍ରେମ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ମଧୁର ହେବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ। ପ୍ରତିଟି କ୍ଷେତ୍ରରେ ସଫଳ ହେବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା କମ୍ ହେବ।

କୁମ୍ଭ: ସପ୍ତାହଟି ଆପଣଙ୍କ ଲାଗି ଅନୁକୂଳ। ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ଶତ୍ରୁ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଟଙ୍କାପଇସା ନେଣେଦେଣ କାମରେ ସତର୍କତା ଅବଲମ୍ବନ କରିବାକୁ ହେବ। ଅଫିସ୍‌ରେ କାମର ବୋଝ କମ୍ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜର ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ତର୍କବିତର୍କରୁ ନିବୃତ୍ତ ରହନ୍ତୁ। ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହିତ ସଂପର୍କ ମଧୁର ହେବ। ପ୍ରେମ ଓ ରୋମାନ୍ସ ପାଇଁ ସମୟ ବହୁତ ଭଲ। ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶିକ୍ଷାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ମୀନ: ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ନିଜ ବ୍ୟବହାରରେ ସଂଯମ ରଖନ୍ତୁ। ବ୍ୟବସାୟରେ ପ୍ରଗତି ହେତୁ ମନ ଖୁସି ରହିବ। ଅଫିସ୍‌ରେ ଅଧିକ ପରିଶ୍ରମ କରିବେ। ନିଜ ବ୍ୟବହାରରେ ସଂଯମ ରଖନ୍ତୁ। ଛୋଟିଆ କଥାରେ ବଡ଼ ସମସ୍ୟ ସୃଷ୍ଟି ହେବ। ରାଜନୀତି କରୁଥିବା ବ୍ୟକ୍ତିମାନେ କଣ ପାଇଛନ୍ତି କଣ ହରାଇଛନ୍ତି ସେହି ଚିନ୍ତାରେ ଅଧିକ ସମୟ ବିତାଇବେ। ବିରୋଧୀଙ୍କ ଗତିବିଧି ଉପରେ ନଜର ରଖନ୍ତୁ। ପରିବାରରେ ସ୍ନେହ ଓ ଜୀବନସାଥୀ ଠାରୁ ଖୁସି ପାଇବେ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ପାଇବାର ପ୍ରବଳ ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

ସମ୍ବନ୍ଧିତ ଖବର