ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ସପ୍ତାହଟି ଆପଣଙ୍କ ଲାଗି ବହୁତ ଭଲ। ଚାକିରି, ଶିକ୍ଷା ଓ ବ୍ୟବସାୟରେ ଉନ୍ନତି ଯୋଗ ରହିଛି। କୌଣସି ପ୍ରକାର ବିବାଦଠାରୁ ନିଜକୁ ଦୂରରେ ରଖନ୍ତୁ। ବିଦେଶରେ କାରବାର ସ୍ଥାପିତ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହେବ। ନେତୃତ୍ବ କରିବାର କ୍ଷମତା ଆପଣଙ୍କୁ ଆତ୍ମସନ୍ତୋଷ ଆଣିଦେବ। ଆପଣଙ୍କର ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଧର୍ମ କାର୍ଯ୍ୟରେ ଧନ ଖର୍ଚ୍ଚ କରିପାରନ୍ତି। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଜୀବନସାଥୀ ଠାରୁ ବହୁ ପରିଣାମରେ ପ୍ରେମ ପାଇବେ। ଆପଣଙ୍କ ଜୀବନ ଲାଗି ବଢ଼ିଆ ସଂପର୍କ ଆସିବ। ଛାତ୍ରଛାତ୍ରୀ ଲେଖାପଢ଼ା ବ୍ୟତୀତ ସୋସିଆଲ୍ ମିଡିଆରେ ଅଧିକ ସମୟ ବ୍ୟୟ କରିବେ। ଶରୀର ସୁସ୍ଥ ସବଳ ରହିବ।

ବୃଷ: ଦୃଢ଼ ନିଷ୍ପତ୍ତି ଓ ନିରନ୍ତର ପ୍ରୟାସ ଆପଣଙ୍କୁ ସଫଳତା ଶିଖରରେ ପହଞ୍ଚାଇଦେବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ନୂଆ ଚାକିରି ନ ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନ ଥିବା ଚାକିରିରେ ଇସ୍ତଫା ଦେବା ସମ୍ବନ୍ଧରେ ବିଚାର କରନ୍ତୁ ନାହିଁ। କର୍ମଜୀବୀ ମହିଳାମାନେ ଘର ଓ ଅଫିସ୍‌ କାମ ସୁଚାରୁ ରୂପେ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗୁଁ ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। ପୈତୃକ ସଂପତ୍ତିରୁ ଲାଭ ପାଇବେ। ପରିବାରରେ ଖୁସିର ବାତାବରଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସଂପର୍କରେ ମଧୁରତା ବଢ଼ିବ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଅନକୂଳ ସମୟ। ଶରୀର ସୁସ୍ଥ ଓ ମାନସିକ ରୂପେ ଅଶାନ୍ତି ମୁକ୍ତ ରହିବେ।

ମିଥୁନ: ସପ୍ତାହଟି ସୁଖ ସୌଭାଗ୍ୟ ପ୍ରଦାନ କରିବ। କ୍ୟାରିୟରରେ ଠିକ୍ ଦିଶାରେ ଅଗ୍ରସର ହେବେ। ଧନର ଆଗମନ ହେବ। ବ୍ୟବସାୟୀଙ୍କ ଲାଗି ନୂଆ ସୁଯୋଗ। ଓଡ଼ିଶା ବାହାରକୁ ଯିବାର ଯୋଗ ରହିଛି। ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍‌ରେ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ଲେଖକଙ୍କୁ ପୁରସ୍କାର ଓ ସମ୍ମାନ ମିଳିବା ଯୋଗ ରହିଛି। ନୂଆ କାର୍‌ କିଣିବା ପାଇଁ ଆଗ୍ରହ ବଢ଼ିବ। ଜୀବନସାଥୀ ସହିତ ଭଲ ଜାଗାକୁ ବୁଲି ଯାଇପାରନ୍ତି। ପ୍ରେମ ପ୍ରଣୟ ଦୃଷ୍ଟିରୁ ସମୟ ଭଲ। ପ୍ରିୟବନ୍ଧୁ ସହିତ ଗପସପ କରିବା ପାଇଁ ବଢ଼ିଆ ଅବସର ପାଇବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ମିଳିବ। ଦ୍ରୁତ ଗତିରେ ଯାନ ଚଳାନ୍ତୁ ନାହିଁ।

କର୍କଟ: ସମୟ ଆପଣଙ୍କ ଲାଗି ସେତେ ଅନୁକୂଳ ନାହିଁ। ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତୁ, ବୁଧବାର ଠାରୁ ସବୁ ଠିକ୍ ହୋଇଯିବ। ସାହସ ବଢ଼ିବ, ସମ୍ମାନ ମିଳିବ ଆଉ ଟଙ୍କାପଇସା ଆସିବ। ଅଫିସ୍‌ରେ ଆପଣଙ୍କର ସ୍ଥିତି ଆହୁରି ମଜଭୁତ ହେବ। ନେତୃତ୍ବ ବଜାୟ ରଖିବା ଲାଗି ପରିଶ୍ରମ ଅଧିକ କରନ୍ତୁ। ଗୋପନୀୟ ତଥ୍ୟ ପ୍ରକାଶ କରନ୍ତୁ ନାହିଁ। ଶତ୍ରୁମାନେ କ୍ଷତି କରିପାରନ୍ତି। ସନ୍ତାନ ପ୍ରସଙ୍ଗ ନେଇ କିଛି ଚିନ୍ତା ରହିବ। କୋର୍ଟ କଚେରି ମାମଲାର ରାୟ ଆପଣଙ୍କ ପକ୍ଷରେ ହୋଇପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବନ୍ଧୁ ସହିତ ପ୍ରେମପୂର୍ବକ କଥାବର୍ତ୍ତା କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଖୁସି ରହିବେ। ସ୍ବାସ୍ଥ୍ୟ ଓ ମନ ଉଭୟ ସୁସ୍ଥ ରହିବ।

ସିଂହ: ପ୍ରେମ ହିଁ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ୍ ଦେବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ଯୋଗୁଁ ଖୁସି ରହିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। କାରବାରରେ ଭଲ ସ୍ଥିତି ବଜାୟ ରହିବ। ପୁଞ୍ଜି ବଜାରରେ ଭାବିଚିନ୍ତି ନିବେଶ କରନ୍ତୁ। ଚାକିରିରେ ପଦୋନ୍ନତିର ପୂର୍ବାଭାସ ପାଇବେ। କାର ମରାମତିରେ ଖର୍ଚ୍ଚ ଅଧିକ ହୋଇପାରେ। ପାରିବାରିକ ଜୀବନ ସୁଖକର ହେବ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ଅବିବାହିତା ମହିଳାଙ୍କ ଲାଗି ସୁନ୍ଦର ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମନର କଥା ପ୍ରିୟବନ୍ଧୁଙ୍କୁ ଇସାରା ମାଧ୍ୟମରେ କହିବେ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

କନ୍ୟା: ଜୀବନକୁ ବିନା ବାଧାରେ ଜିଇବେ। ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଟଙ୍କାପଇସାକୁ ଠିକ୍ ଜାଗାରେ ନିବେଶ କରନ୍ତୁ। କୌଣସି ପ୍ରକାର ଋଣ କରନ୍ତୁ ନାହିଁ। ଚାକିରିରେ ଦରମା ବଢ଼ିବ। ଚାକିରି ଖୋଜୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଗରମ ମିଜାଜ୍‌ରେ ରହିବେ। ରହିବା ବି ଦରକାର। ଲୋକଙ୍କର ଭଲ କରନ୍ତୁ ଆପଣଙ୍କର ମଙ୍ଗଳ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ହେବ। ସନ୍ତାନର କୌଣସି ବିଶେଷ କାର୍ଯ୍ୟରେ ଖର୍ଚ୍ଚ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଛାତ୍ରଛାତ୍ରୀ ନିଜ ନିଜର ପରିଶ୍ରମ ଅନୁସାରେ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

ତୁଳା: ସପ୍ତାହର ପ୍ରଥମ ତିନିଦିନ ଆପଣଙ୍କର ଆଧ୍ୟାତ୍ମିକ ଭାବନା ପ୍ରଚୁର ମାତ୍ରାରେ ରହିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ପେସାଦାର ବ୍ୟବସାୟୀଙ୍କ ଲାଗି ସମୟ ଅନକୂଳ। ଆର୍ଥିକ ମାମଲାରେ ଲାଭ ହେବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର କିଛି ଆଶା ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ପୂରା ହୋଇଯିବ। ଜୀବନସାଥୀ ନାମରେ କାର୍ କିଣିପାରନ୍ତି। ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ିବ। ପ୍ରେମିକ ପ୍ରେମିକା ସୁନ୍ଦର କଳ୍ପନାରେ ମଜ୍ଜି ରହିବେ। ଖର୍ଚ୍ଚ ବଢ଼ିବ ଓ ମନସ୍କାମନା ପୂରଣ ହେବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ମନେ ରଖନ୍ତୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାସନ ଜରୁରୀ।

ବିଛା: ଧାର୍ମିକ କାର୍ଯ୍ୟରେ ରୁଚି ନିଅନ୍ତୁ ସପ୍ତାହଟି ଶାନ୍ତିରେ କଟିବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କରିବେ ହେଲେ କିଛି କରିପାରିବେ ନାହିଁ। ବ୍ୟବସାୟରେ ସଫଳତା ପାଇବେ। ମିଡିଆ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର କର୍ତ୍ତୃତ୍ବ ବୃଦ୍ଧି ବା ପଦୋନ୍ନତି ମିଳିବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ରାଜ୍ୟ ବାହାରେ ଚାକିରି ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜର କଥାବର୍ତ୍ତା ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିବେ। ବୈବାହିକ ଜୀବନରେ ମନର ଆବେଗ ସମାନ୍ତ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ କାମଧନ୍ଦା ଛାଡ଼ି ମଉଜମସ୍ତି କରିବାର ଇଚ୍ଛା ରହିବ। ବିଦ୍ୟାର୍ଥୀ ସାମାନ୍ୟ ପ୍ରୟାସରେ ଯଥେଷ୍ଟ ସଫଳତା ପାଇବେ। ସ୍ବାସ୍ଥ୍ୟ ପ୍ର‌ାୟ ଭଲ ରହିବ।

ଧନୁ: ବେପାରରେ କିଛି ସୁଧାର ଆଣିବେ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଷ୍ଟକ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ସରକାରୀ ଚାକିରିରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ଲାଗି ରହିଥିବା ସଂପତ୍ତି ବିବାଦ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ଜନ ସଂପର୍କ ବଢ଼ିବ। ପରିବାର ପାଇଁ ଭଲ ସମୟ। ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ। ପ୍ରେମ ସମ୍ବନ୍ଧୀୟ କୌଣସି ମନସ୍କାମନା ପୂରଣ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉପକୃତ ହେବେ। ସ୍ବାସ୍ଥ୍ୟରେ ସୁଧାର ହେବ।


ମକର: ସମୟ ଖୁବ୍ ଭଲ। ଆପଣଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଶତ୍ରୁଙ୍କୁ କ୍ଷମା କରି ଦିଅନ୍ତୁ ଭାଗ୍ୟରେ ଉନ୍ନତି ହେବ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଚାକିରିଜୀବୀଙ୍କର ଆୟ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ। ଟେଲି ଦୁନିଆରେ ଭାଗ୍ୟ ପରୀକ୍ଷା ପାଇଁ ସମୟ ଶୁଭ। ଜୀବନସାଥୀଙ୍କ ମନକୁ ପାଇବା ଭଳି କାମ କରନ୍ତୁ ଭଲ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ କୌଣସି ଭଲ ଜାଗାକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିପାରେ। ନିଶାଦ୍ରବ୍ୟ ସେବନ କରି ଯାନ ଚଳାନ୍ତୁ ନାହିଁ।

କୁମ୍ଭ: ବ୍ୟବସାୟରେ ନୂଆ ନୂଆ ପ୍ରୟୋଗ କରିବେ। ଜମି କିଣା ବିକାରେ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ଭଲ। କର୍ତ୍ତୃପକ୍ଷ କୌଣସି ବଡ଼ ଦାୟିତ୍ବ ଦେବେ। ଲାଗି ରହିଥିବା ମକଦ୍ଦମାରେ ଜୟଲାଭ କରିବେ। ହେଲେ ଖର୍ଚ୍ଚ ବଢ଼ିବ। ରାଜନୀତି କରୁଥିବା ବ୍ୟକ୍ତିମାନେ ଲୋକଙ୍କ ସହିତ କଥା ହୋଇ ତାଙ୍କ ହୃଦୟ ଜିଣିନେବେ। ପତି ପତ୍ନୀଙ୍କ ମଧ୍ୟରେ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ପ୍ରେମିକ ପ୍ରେମିକା କାର୍ଯ୍ୟ ବ୍ୟସ୍ତତାରେ ରହିବା ସତ୍ତ୍ବେ ପ୍ରିୟଜନଙ୍କ ସହିତ ମିଶିବା ଲାଗି ସମୟ ବାହାର କରିନେବେ। ଅବିବାହିତଙ୍କ ଲାଗି ନୂଆ ପ୍ରେମ ପ୍ରସଙ୍ଗର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

ମୀନ: ସମୟର ମହତ୍ତ୍ବକୁ ବୁଝନ୍ତୁ, ଭାଗ୍ୟ ସାଥ୍ ଦେବ। କୌଣସି ନୂଆ କାମ ପାଇଁ ଚୁକ୍ତିପତ୍ର କରିବେ। ପୁଞ୍ଜି ବଜାରରେ ଆଶାଜନକ ପରିଣାମ ପାଇବେ। ଚାକିରିରେ ନିଜର ସ୍ଥିତି ମଜଭୁତ ପାଇଁ ପରିଶ୍ରମ ଅଧିକ କରିବେ। ନୂଆ ଚାକିରିର ସୁଯୋଗ ରହିଛି। ରାଜନୀତି କରୁଥିବା ବ୍ୟକ୍ତିମାନେ ବିରୋଧୀଙ୍କ ଉପରେ ଗଭୀର ପ୍ରଭାବ ପକାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ସଫଳତା ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପରିବାରରେ ବିବାହ ଯୋଗ୍ୟ ସନ୍ତାନଙ୍କର ବିବାହ ନେଇ କଥାବାର୍ତ୍ତା ଆରମ୍ଭ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। ବିଦ୍ୟାର୍ଥୀ ଶୁଭ ଖବର ପାଇବେ। ଶରୀର ସୁସ୍ଥ ରହିବ।

ସମ୍ବନ୍ଧିତ ଖବର