ମେଷ: ସପ୍ତାହ ଆରମ୍ଭରୁ ଆପଣଙ୍କ ମସ୍ତିଷ୍କରେ କୌଣସି ନୂଆ ବିଚାର ଘୂରି ବୁଲିବ। ଆପଣଙ୍କ ସହିତ ମିଶିବା ଲୋକ ପ୍ରଭାବିତ ହେବେ। ବ୍ୟବସାୟରେ ବିସ୍ତାର ପାଇଁ ସୁଯୋଗ। ଭୂସଂପତ୍ତିକୁ ନେଇ କୌଣସି ଯୋଜନା ପ୍ରସ୍ତୁତ କରିବେ। ଚାକିରିରେ ସୁଖୀ ରହିବେ। ନୂଆ କାମ ଓ ପ୍ରକଳ୍ପ ମିଳିପାରେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କୁ ଲାଗି ସମୟ ବହୁତ ଭଲ। ନୂଆ କାର୍ ଓ ଘର କିଣିବା ଯୋଗ ରହିଛି। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଯଥେଷ୍ଟ ରୋମାଣ୍ଟିକ୍ ମନୋଭାବରେ ରହିବ। ଛାତ୍ରଛାତ୍ରୀ କୌଣସି କାମ ସଂପୂର୍ଣ୍ଣ କରିବା ପାଇଁ ବାପାଙ୍କର ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
ବୃଷ: ସଫଳତା ଓ ଲାଭ ପାଇଁ ସୁଯୋଗ। ଭୂସଂପତ୍ତି, ସ୍ବର୍ଣ୍ଣ ବା ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ, ଭବିଷ୍ୟତରେ ଆଶାଠୁ ଅଧିକ ଲାଭ ପାଇବେ। ଆପଣ ଚାକିରି ପାଇଁ କରିଆସୁଥିବା ପ୍ରୟାସରେ ସଫଳ ହେବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ବ୍ୟକ୍ତମାନେ ସିଦ୍ଧି ପ୍ରାପ୍ତ କରିବେ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ପ୍ରେମ ସମ୍ବନ୍ଧରେ କୌଣସି ମନସ୍କାମନା ପୂରଣ ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ। ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷାଲାଭ କରିବେ।
ମିଥୁନ: ଆପଣ ନିଜର ମହତ୍ତ୍ବକୁ ଜାଣନ୍ତୁ ଓ ବ୍ୟବହାରରେ ସକାରାତ୍ମକତା ବଜାୟ ରଖନ୍ତୁ। ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ବ୍ୟବସାୟରେ ଅଟକିଥିବା ଟଙ୍କାପଇସା ଧୀରେ ଧୀରେ ଆସିବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପୁରୁଣା କଥା ପାସୋରି ନୂଆ କାମରେ ମନୋଯୋଗ ଦିଅନ୍ତୁ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବେ। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ପ୍ରେମିକା ନିଜର ପ୍ରିୟବନ୍ଧୁ ସହିତ ଗପସପ କରିବା ଲାଗି ବଢ଼ିଆ ଅବସର ପାଇବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି। ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ପୂର୍ବରୁ କରିଆସୁଥିବା ପରିଶ୍ରମର ଲାଭ ପାଇବେ। ଆୟର ନୂଆ ଉତ୍ସ ଆସିପାରେ। ଚାକିରିରେ ପଦୋନ୍ନତି ସହ ବଦଳି ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଠାକୁର ଦର୍ଶନ ଓ ପୂଜାପାଠ ପାଇଁ ମନ୍ଦିରକୁ ଯାଇପାରନ୍ତି। ଘରୋଇ ସୁଖ ସୁବିଧା ବୃଦ୍ଧି ପାଇଁ ନୂଆ ଜିନିଷ କିଣିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ପ୍ରିୟବନ୍ଧୁ ଠାରୁ ଉପହାର ପାଇବା ଯୋଗୁଁ ଖୁସି ରହିବେ। ଛାତ୍ରମାନେ ମନ ସ୍ଥିର ରଖନ୍ତୁ। ଦାୟିତ୍ବକୁ ଟାଳିବା ବଜାୟ ଗ୍ରହଣ କରନ୍ତୁ। ସ୍ବାସ୍ଥ୍ୟରେ ସୁଧାର ହେବ।
ସିଂହ: କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ଟଙ୍କାପଇସା ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ। ଅଫିସ୍ରେ ଆପଣଙ୍କର ସ୍ଥିତି ମଜଭୁତ ରହିବ। ରାଜନୀତି କରୁଥିବା ବ୍ୟକ୍ତିମାନଙ୍କର ଯଶ ଖ୍ୟାତି ବଢ଼ିବ। ସନ୍ତାନର ସଫଳତାରେ ମନ ଖୁସି ରହିବ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ। ମଉଜ ମଜଲିସ ଓ ମନୋରଂଜନରେ କାର୍ଯ୍ୟରେ ପଇସା ଖର୍ଚ୍ଚ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ସଫଳତା ପାଇବେ। ଦ୍ରୁତଗତିରେ ଯାନ ଚଳାନ୍ତୁ ନାହିଁ।
କନ୍ୟା: ନୂଆ ସମ୍ଭାବନା ମିଳିପାରେ। ଅବସରର ଲାଭ ନିଅନ୍ତୁ। ବ୍ୟବସାୟରେ ନିବେଶ ଲାଭଦାୟକ ରହିବ। ଶତ୍ରୁ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ ହେଲେ କିଛି କରିପାରିବେ ନାହିଁ। ଅନ୍ୟମାନଙ୍କର ଭରସା ଜିତିବାରେ ସଫଳ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରି ମିଳିଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବୈବାହିକ ଜୀବନରେ ବିବାଦ ସମାପ୍ତ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସମ୍ବନ୍ଧକୁ ନେଇ ସତର୍କ ରହନ୍ତୁ। ଆପଣଙ୍କ ଜୀବନରେ ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନକୂଳ। ସ୍ବାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ।
ତୁଳା: ପ୍ରତିଟି କାମ ଖୁସିର ସହିତ କରିବେ। ବ୍ୟବହାର ମଧୁର ରହିବ। ପ୍ରଚୁର ମାତ୍ରାରେ ଧନାଗମ ହେବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଷ୍ଟକ୍ ଓ ମିଚ୍ୟୁଆଲ୍ ଫଣ୍ଡ୍ରେ ନିବେଶ ପାଇଁ ଆଗେଇ ଆସନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। କୌଣସି ସୁଖଦ ଯାତ୍ରାରେ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ରହିବ। ପ୍ରେମ ପ୍ରସଙ୍ଗ ପାଇଁ ସମୟ ଭଲ। ଖୁବ୍ ମଜା କରିବେ ଓ ଖୁସି ରହିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ସୁଫଳ ମିଳିବ। ଦେହ ଓ ମନ ଭଲ ରହିବ।
ବିଛା: ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ଜୀବନରେ ସୁଖ ଶାନ୍ତି ଅନୁଭବ କରିବେ। ଧନସଂପଦ ମାମଲାର ପ୍ରୟାସରେ ସଫଳ ହେବେ। ବ୍ୟବସାୟରେ ପ୍ରଗତି ହେବ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତି ସଫଳତା ପାଇବେ। ରାଜନୀତିକ ନେତାଙ୍କ ଲାଗି ସମୟ ଭଲ। ବ୍ୟବହାରରେ ଅନ୍ୟମାନଙ୍କର ମନ ହୃଦୟ ଜିଣିନେବେ। ଜମି ବା ଘର କିଣିବା ଲାଗି ଯୋଜନା କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ସନ୍ତାନର ବିଶେଷ କାର୍ଯ୍ୟ ପୂରା କରିବାରେ ଧନ ଖର୍ଚ୍ଚ କରିବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଧନୁ: ସମୟ ଆପଣଙ୍କ ଲାଗି ଅନକୂଳ। ଉନ୍ନତିର ରାସ୍ତା ଖୋଲିବ। ବେପାର ଉଦ୍ୟୋଗରେ ଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ନେବେ। ଚାକିରିରେ ନୂଆ ସୁଯୋଗ ମିଳିପାରେ। କ୍ରିକେଟ୍ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ରାଜନୈତିକ ମହତ୍ତ୍ବାକାଂକ୍ଷା ପୂର୍ତ୍ତି ହେବ। ବିରୋଧୀ ହାନି ପହଞ୍ଚାଇବାକୁ ଚେଷ୍ଟା କରିବେ ହେଲେ ଆପଣ ସମ୍ଭାଳି ନେବେ। ଜୀବନସାଥୀ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଅଭିମାନ କରିଥିବା ପ୍ରେମିକାଙ୍କୁ ମନାଇବାରେ ସଫଳ ହେବେ। ବିବାହ ଯୋଗ୍ୟ ଲୋକଙ୍କର ବିବାହ ପାଇଁ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ନିଜ ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ସ୍ବାସ୍ଥ୍ୟ ଭଲ ରହିବାର ସମ୍ଭାବନା।

ମକର: ଆର୍ଥିକ ଲାଭ ପାଇଁ ସୁନ୍ଦର ଯୋଗ। ଯୋଗ୍ୟତା ଅନୁସାରେ ଆପଣଙ୍କୁ ଭଲ ପରିଣାମ ମିଳିବ। ଛୋଟିଆ ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଅଫିସ୍ ତରଫରୁ କୌଣସି ବିଶେଷ କାମରେ ଅନ୍ୟ ସହରକୁ ଯିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପ୍ରଭାବଶାଳୀ ଲୋକଙ୍କ ସହିତ ସଂପର୍କ ମଜଭୁତ ହେବ। ନୂଆ ଘର କିଣିବା ପାଇଁ ବିଚାର କରିବେ। ସନ୍ତାନ ପକ୍ଷରୁ ଲାଭ ମିଳିବାର ସମ୍ଭାବନା। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସପରିବାର ଧର୍ମାନୁଷ୍ଠାନକୁ ଯିବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ପାଇଁ ସକାରାତ୍ମକ ସମୟ। ସ୍ବାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବ।

କୁମ୍ଭ: ସମୟ ଆପଣଙ୍କ ଲାଗି ଅନୁକୂଳ। ଧନ ବୃଦ୍ଧି ପାଇଁ ଶୁଭ ସଂକେତ ପାଇବେ। ସେୟାର କିଣିବେ କିମ୍ବା କାରବାରରେ ପୁଞ୍ଜି ନିବେଶ ପାଇଁ ବିଚାର କରିବେ। ଅଫିସ୍ରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାର ସଫଳ ହେବେ। ସରକାରୀ କାମରେ ବାଧାର ସମ୍ମୁଖୀନ ହେବେନାହିଁ। ନେତାଙ୍କୁ ଦଳ ତରଫରୁ କୌଣସି ବଡ଼ ଦାୟିତ୍ବ ମିଳିବ। ଲେଖକଙ୍କୁ ପୁସ୍କାର ମିଳିପାରେ। ସନ୍ତାନ ତରଫରୁ ଖୁସି ପାଇବେ। ଜୀବନସାଥୀ ଓ ପାଖଲୋକଙ୍କ ସହିତ ସୌହାର୍ଦ୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। ନୂଆ ଜିନିଷ କିଣିବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଛାତ୍ରଛାତ୍ରୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ମୀନ: ସପ୍ତାହଟି ଶୁଭାରମ୍ଭ ବହୁତ ଭଲ ହେବ। କ୍ୟାରିୟର ଗଢ଼ିବା ଲୋକଙ୍କୁ ଭଲ ଅବସର ମିଳିବ। ବ୍ୟବସାୟରେ ସ୍ଥିତି ଭଲ ରହିବ। ପୁଞ୍ଜି ବଜାରରେ ନିବେଶ ଶୁଭଫଳଦାୟୀ ହେବ। ଚାକିରିରେ କିଛି ପରିବର୍ତ୍ତନ ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ଘରର ବାତାବରଣ ଆନନ୍ଦ ଉଲ୍ଲାସ ରହିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବା ଲାଗି ଯୋଜନା କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଖୁବ୍ ଭଲ। ମଉଜ ମସ୍ତିରେ ଖର୍ଚ୍ଚ ଅଧିକ କରିବେ। ଛାତ୍ରଛାତ୍ରୀ ମନ ମୁତାବକ ପରିଣାମ ପାଇବା ପାଇଁ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/rasi_files-131.jpg)