ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଅନ୍ୟମାନଙ୍କ କାମରେ ନିଜର ମତ ଦିଅନ୍ତୁ ନାହିଁ। ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିବେ। ଆୟର ନୂଆ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିପାରନ୍ତି। ରାଜନୀତିକ ଲୋକ ଅନ୍ୟ ରାଜନୀତି ଦଳ ସହ ମିଶିବା ପାଇଁ ବିଚାର କରିପାରନ୍ତି। ଜୀବନସାଥୀ ସହ ସାମଞ୍ଜସ୍ୟ ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କଠାରୁ ଉପହାର ପାଇବେ। ଅବିବାହିତଙ୍କ ଜୀବନରେ ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ। ଛାତ୍ରଛାତ୍ରୀଙ୍କୁ କ୍ୟାରିୟର୍‌ ସମ୍ବନ୍ଧରେ ଭଲ ଖବର ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆଣିବା ଲାଗି ସମୟ ବହୁତ ଭଲ।

ବୃଷ: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଶକ୍ତିକୁ ସଠିକ୍ ଦିଶାରେ ପ୍ରୟୋଗ କରନ୍ତୁ। ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ହେବ। ଆୟ ବଢ଼ିବା ଯୋଗୁଁ ଖୁସି ରହିବେ। ଶିକ୍ଷକଙ୍କର ପଦୋନ୍ନତି ବା ଦରମା ବଢ଼ିପାରେ। ରାଜନୀତିକ ନେତ୍ରୀଙ୍କ ଲାଗି ସମୟ ବହୁତ ଭଲ। ଭବି‌ଷ୍ୟତ ଉଜ୍ଜ୍ବଳ ଲାଗି ବିଶେଷ ନିର୍ଣ୍ଣୟ ନେଇପାରନ୍ତି। ସନ୍ତାନ ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ରହିବ। ପ୍ରେମ ସମ୍ବନ୍ଧ ଲାଗି ସମୟ ଭଲ। ନାରାଜ ଥିବା ସାଥୀଙ୍କୁ ମନାଇବାରେ ସଫଳ ହେବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ଲାଭ ପାଇଁ ପ୍ରାତଃଭ୍ରମଣ ବା ଯୋଗାସନ କରନ୍ତୁ।

ମିଥୁନ: ପେସାଦାର ବ୍ୟବସାୟୀଙ୍କ ଲାଗି ସପ୍ତାହଟି ଲାଭପ୍ରଦ। ବିଭିନ୍ନ ଉତ୍ସ ମାଧ୍ୟମରେ ଅର୍ଥଲାଭ କରିପାରନ୍ତି। ଚାକିରିଜୀବୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମୁସ୍କିଲ୍‌ର ସମ୍ମୁଖୀନ ହୋଇପାରନ୍ତି। କବିମାନଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ଜୀବନର ସୁଖ ମିଳିବ। ଭୂସଂପତ୍ତି କିଣିବା ଯୋଗ ରହିଛି। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ସକାରାତ୍ମକ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଜୀବନରେ କିଛି ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ବାହାରେ ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

କର୍କଟ: ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା କରିପାରନ୍ତି। ବ୍ୟବସାୟରେ କୌଣସି ବଡ଼ ଡିଲ୍ ମିଳିପାରେ। ଅଫିସ୍‌ରେ ଅଧିକାରୀଙ୍କର ସହଯୋଗ ପାଇ ଅଧୁରା ଥିବା କାମ ସଂପୂର୍ଣ୍ଣ କରିନେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ସମୟ ବହୁତ ଭଲ। ହେଲେ କାହାରି ଉପରେ ଜଲ୍‌ଦି ଭରସା କରନ୍ତୁ ନାହିଁ। କୋର୍ଟ କଚେରି ବିବାଦରେ ଜୟଲାଭ କରିବେ। ବିବାହିତ ଲୋକଙ୍କ ଲାଗି ସମୟ ପ୍ରେମ ବଢ଼ାଇବ। ଜୀବନସାଥୀ ସହିତ ଭଲ ଜାଗାକୁ ବୁଲି ଯାଇପାରନ୍ତି। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ ଉପହାର ଦେବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟର ଚିନ୍ତା କମ୍ ହେବ।

ସିଂହ: କିଛି ନୂଆ କରିବା ପାଇଁ ସମୟ ଶୁଭ। ଆୟର ଅପ୍ରତ୍ୟାଶିତ ବୃଦ୍ଧି ହେବ। ଅଫିସ୍‌ରେ କିଛି ସହକର୍ମୀ ଆପଣଙ୍କ କାମରେ ବିରୋଧ କରିବେ ଆଉ କିଛି ସହକର୍ମୀ ଆପଣଙ୍କ ସପକ୍ଷରେ ରହିବେ। ଇଂଜିନିୟର୍‌ଙ୍କ ଲାଗି ବହୁ ରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଧୈର୍ଯ୍ୟଧରି ନିର୍ଣ୍ଣୟ ନିଅନ୍ତୁ ସଫଳତାର ମାର୍ଗ ଖୋଲିବ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ସପରିବାର ଭଲ ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ପ୍ରେମୀ ଯୁଗଳ ନିରୋଳାରେ ବସି ପୂର୍ବ ସ୍ମୃତି ମନେ ପକାଇବେ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିପାରେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

 

କନ୍ୟା: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। କାରବାରରେ ଆମଦାନି ପୂର୍ବ ଅପେକ୍ଷା ଭଲ ହେବ। ଅଫିସ୍‌ରେ ସାବଧାନୀ ରହିବାର ଆବଶ୍ୟକତା ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ପୂରା ଶକ୍ତି ଲଗାଇ କାମ କରନ୍ତୁ ସଫଳତାର ପାହାଚ ଚଢ଼ିବେ। ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହେବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ବିବାହ ଯୋଗ୍ୟ କନ୍ୟାଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ। କୌଣସି ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ। ଶାରୀରିକ ରୂପେ ସୁସ୍ଥ ରହିବେ।

ତୁଳା: ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। କିଣାବିକା ଲାଗି ସମୟ ଭଲ। ଅଧିକ କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ଅଫିସ୍‌ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପରିଣାମ ଚିନ୍ତା ନକରି ପରିଶ୍ରମ କରନ୍ତୁ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ। କ୍ରିକେଟ୍‌ ଖେଳାଳି ନିଜର ହୃତଗୌରବ ଫେରି ପାଇବେ। ଘରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ରହିବ। ବିବାହଯୋଗ୍ୟ ପୁରୁଷଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌ପାଠପଢ଼ାରେ ଛାତ୍ରଛାତ୍ରୀଙ୍କର ଏକାଗ୍ରତା ବଢ଼ିବ। ଦେହ ଓ ମନ ଭଲ ରହିବ।

ବିଛା: ସପ୍ତାହ ଆରମ୍ଭରୁ କୌଣସି ନୂଆ କାମ କରିବା ପାଇଁ ଭାବିବେ। ଭାଗୀଦାରି କାରବାରରେ ଆଶାଠୁ ଅଧିକ ଲାଭ ପାଇବେ। ଅଫିସ୍‌ରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ କିଛି ଉପହାର ଦେଇ ପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ବିଶେଷ କାମ ସଂପୂର୍ଣ୍ଣ ହେବା ଯୋଗୁଁ ଖୁସି ରହିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଘରେ ସୁଖଶାନ୍ତି ବଜାୟ ରହିବ। ସନ୍ତାନର କ୍ୟାରିୟର୍‌ ଲାଗି ତାଙ୍କ ଶିକ୍ଷକଙ୍କର ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧ ପ୍ରତି ଆପଣଙ୍କ ବିନମ୍ର ଅଧିକ ରହିବ। ବିଜ୍ଞାନ ଓ ଟେକ୍ନୋଲୋଜି ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

ଧନୁ: ବନ୍ଧୁ ସହଯୋଗରେ ବ୍ୟବସାୟରେ ଉନ୍ନତି କରିବେ। ମହିଳାମାନେ କୌଣସି ଉଦ୍ୟୋଗ ଆରମ୍ଭ କରିପାରନ୍ତି। ଅଫିସ୍‌ରେ କାହାରି ସହିତ ତର୍କବିତର୍କ ନକରି ନିଜର କାମ ମନୋଯୋଗରେ କରନ୍ତୁ। ରାଜନୀତିକ ନେତାଙ୍କର ଆତ୍ମବିଶ୍ବାସ ଦୋହଲିପାରେ। ଚିନ୍ତା କରନ୍ତୁ ନାହିଁ। ଶୁକ୍ରବାର ଠାରୁ ପରିସ୍ଥିତି ଆପଣଙ୍କ ସପକ୍ଷରେ ହୋଇଯିବ। ପରିବାରରେ ସୁଖଦ ପରିବେଶ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଭଲ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀ କୌଣସି କଠିନ ବିଷୟରେ ଶିକ୍ଷକଙ୍କ ସହିତ ଚର୍ଚ୍ଚା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର: ଧନ ଆସିବା ଯୋଗୁଁ ଆର୍ଥିକ ରୂପେ ଆରାମ ଅନୁଭବ କରିବେ। ବିଦେଶୀ କଂପାନି ସହିତ ଅଂଶୀଦାର ହୋଇପାରନ୍ତି। ଅଫିସ୍‌ରେ ଲାଗି ରହିଥିବା ଅସୁବିଧା ଦୂର ହେବ। ସହକର୍ମୀଙ୍କର ସହଯୋଗ ପାଇବା ଯୋଗୁଁ ନିଜର କାମ ସୁରୁଖୁରରେ କରିବେ। ରାଜନୀତିକ ଲୋକ ନିଜ ଯୋଜନାର ଗୋପନୀୟତା ବଜାୟ ରଖନ୍ତୁ। ସବୁ ସମସ୍ୟାର ନିବାରଣ ହେବ। ଯେଉଁମାନେ ଜମି କିଣିବାକୁ ଯାଉଛନ୍ତି ସେମାନେ ଦଲିଲ୍‌କୁ ଭଲଭାବେ ଯାଞ୍ଚ କରି ଅଗ୍ରୀମ ଟଙ୍କା ଦିଅନ୍ତୁ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ। ପ୍ରେମୀ ଯୁଗଳ ମନୋରଂଜନ କାର୍ଯ୍ୟରେ ସମୟ ଓ ଅର୍ଥ ବ୍ୟୟ କରିବେ। ଛାତ୍ରଛାତ୍ରୀଙ୍କର ସାଙ୍ଗ ସାଥୀ ସହିତ ମିଳାମିଶା ବଢ଼ିବ। ସ୍ବାସ୍ଥ୍ୟ ଭଲ ରହିବ।

କୁମ୍ଭ: କୌଣସି ବଡ଼ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ମିଚ୍ୟୁଆଲ୍‌ ଫଣ୍ଡ୍‌ରେ ନିବେଶ କରିବାକୁ ଭାବୁଥିଲେ ଅନୁଭବୀ ବ୍ୟକ୍ତିଙ୍କ ସହ ପରାମର୍ଶ କରି ନିବେଶ କରନ୍ତୁ। ଅଫିସ୍‌ରେ ସମସ୍ୟା କମ୍ ହେବ। ସହକର୍ମୀ ଆପଣଙ୍କ ପକ୍ଷରେ ରହିବେ। ବଡ଼ ଅଧିକାରୀଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ ସ୍ତରରେ ପ୍ରଭାବ ବଢ଼ିବ। ଭରସା ଯୋଗ୍ୟ ବନ୍ଧୁର ପରାମର୍ଶ କାମରେ ଆସିବ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଅବିବାହିତଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। କଳା ଛାତ୍ରଛାତ୍ରୀ ଅଧ୍ୟୟନ ଶୈଳୀରେ ପରିବର୍ତ୍ତନ କରିବେ। ନିଜକୁ ସୁସ୍ଥ ସବଳ ଅନୁଭବ କରିବେ।

ମୀନ: ସମୟ ଆପଣଙ୍କ ଲାଗି ଅନକୂଳ। ଯେଉଁ କାମ ପୂରା କରିବାକୁ ଚାହିଁବେ ତାହା ସଂପୂର୍ଣ୍ଣ କରିପାରିବେ। ବ୍ୟବସାୟୀ ବର୍ଗଙ୍କୁ ଧନଲାଭ ହେବ। ଅଫିସ୍‌ରେ ବରିଷ୍ଠଙ୍କ ସହିତ ଭଲ ସମ୍ବନ୍ଧ ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ନିର୍ଦ୍ଦେଶନା ଦେବାର ଅବସର ମିଳିପାରେ। ଅଧିକ ବୟସ୍କ ବ୍ୟକ୍ତିମାନେ ଜନ କଲ୍ୟାଣ କାର୍ଯ୍ୟ ପାଇଁ ଆଗେଇ ଆସିବେ। ରାଜନୀତିକ ଲୋକ ଏଭଳି ଲୋକଙ୍କ ସହିତ ମିଶିବେ ସିଏ ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ରେ ନୂଆ ପରିବର୍ତ୍ତନ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

ସମ୍ବନ୍ଧିତ ଖବର