publive-imageମେଷ:ସକାରାତ୍ମକ ରହିବେ। ଆର୍ଥିକ ସ୍ଥିତି ଠିକ୍ ରହିବ। ବେପାରରେ ଭାଗିଦାରୀ ଦ୍ବାରା ଲାଭ ପାଇବେ। କର୍ମଜୀବୀ ମହିଳାଙ୍କର ଅଫିସରେ ସମୟ ଭଲ କଟିବ। ଆପଣଙ୍କ କାମରେ ବରିଷ୍ଠ ଖୁସି ରହିବେ। ଚାକିରି ଖୋଜୁଥିବା ଯୁବକଙ୍କ ଲାଗି ଭଲ କଂପାନିରେ ଚାକିରି ଅଫର୍‌ ଆସିପାରେ। ରାଜନେତାଙ୍କୁ କୌଣସି ବିଶେଷ ଉପଲବ୍ଧି ମିଳିବ। ବୟୋଜ୍ୟେଷ୍ଠ ବ୍ୟକ୍ତି କୌଣସି ସମାରୋହକୁ ଯିବାର ଅବସର ପାଇବେ। ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ରହିବ। ପ୍ରେମିକ ପ୍ରେମିକା ସଂସାର ଗଢ଼ିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ଠିକ୍ ରହିବ।

Advertisment

publive-imageବୃଷ:ମନରେ କିଛି ନୂଆ କରିବାର ବିଚାର ଆସିପାରେ। ଲକ୍ଷ୍ୟ ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରିବେ। ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ଅଧିକ ଯା’ଆସ କରିବାକୁ ପଡ଼ିପାରେ। ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସମାରୋହରେ ସାମିଲ ହେବେ। ଲେଖକଙ୍କ ରଚନାର ଲୋକ ପ୍ରଶଂସା କରିବେ। ଜୀବନସାଥୀ ସହିତ ଲାଗି ରହିଥିବା ମତାନ୍ତର ସମାପ୍ତ ହୋଇଯିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ। ଆପଣ ନିଜକୁ ସୁସ୍ଥ ଓ ଏବଂ ଉତ୍ସାହିତ ଅନୁଭବ କରିବେ।

publive-imageମିଥୁନ : ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ସ୍ଥିତି ଓ ଯୋଗ୍ୟତା ଅନୁସାରେ କାମ କରନ୍ତୁ। ବ୍ୟବସାୟ ସମ୍ବନ୍ଧୀୟ କାମ ପାଇଁ ସମୟ ଅନୁକୂଳ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତିର ଆଭାସ ପାଇବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକ କିଛି ନୂଆ ପ୍ରୋଜେକ୍ଟ ପାଇବେ। ରାଜନୀତିକ ନେତାଙ୍କର ମାନ ସମ୍ମାନରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ପ୍ରତିଯୋଗିତା ପରୀକ୍ଷାରେ ବସିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ଭଲ ସମୟ। ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ।

publive-image

କର୍କଟ: ଚାକିରି ବୃତ୍ତିରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହୋଇପାରେ। ଘରୋଇ ଶିକ୍ଷକଙ୍କ ଲାଗି ସମୟ ଭଲ। ସଫ୍ଟୱେର୍‌ ଇଂଜିନିୟରଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର ସୁଯୋଗ ଆସିବ। ରାଜନୀତିକ ଲୋକ କୌଣସି କଥାକୁ ନେଇ ଗଭୀର ଚିନ୍ତାମଗ୍ନ ରହିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ଶୁଭ ଖବର ପାଇବେ। ପରିବାରରେ ଧାର୍ମିକ ଆୟୋଜନର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ସପ୍ତାହଟି ସ୍ମରଣୀୟ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

publive-imageସିଂହ “ ସୃଜନଶୀଳ କାମ ପାଇଁ ସମୟ ବହୁତ ଭଲ। ବ୍ୟବସାୟ ସଂପର୍କରେ ନୂଆ ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ଡିଲ୍ ଫାଇନାଲ୍‌ ହୋଇଯାଇପାରେ। ଚାକିରିରେ ସୁଖଦ ପରିଣାମ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ସଫଳତା ପାଇବେ। ଅଭିନୟ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ସୁଯୋଗ ପାଇବେ। ଇଲେକ୍ଟ୍ରିକ୍ ଯାନ କିଣିବାର ସମ୍ଭାବନା ରହିଛି। ପରିବାରରେ ପ୍ରସନ୍ନତାର ବାତାବରଣ ରହିବ। ଗୃହିଣୀମାନେ ରୋଷେଇ ଘ‌େର କାମ କରୁଥିବା ସମୟରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ରେ ପରିବର୍ତ୍ତନ ଆସିବ। ଶାରୀରି‌କ ରୂପେ ସୁସ୍ଥ ସବଳ ରହିବେ।

publive-imageକନ୍ୟା: କ୍ୟାରିୟର୍‌ କ୍ଷେତ୍ରରେ ଆପଣ କ୍ଷମତା ଠାରୁ ଅଧିକ ଦାୟିତ୍ବ ନେଇ ପାରନ୍ତି। ବନ୍ଧୁ ସାହାଯ୍ୟରେ କାରବାରରେ ସ୍ଥିତି ଭଲ ହେବ। ଧାର ନେବା ଓ ଦେବା କରନ୍ତୁ ନାହିଁ। ଅଫିସ କାମରେ ବରିଷ୍ଠଙ୍କର ସହଯୋଗ ପାଇବେ। କୌଣସି ନୂଆ କାମ ଶିଖିବେ। ବହୁ ବର୍ଷରୁ ବିକ୍ରି ହେଉନଥିବା ଜମି ଭଲ ଦାମରେ ବିକ୍ରୀ ହୋଇଯିବ। ରାଜନୀତିକ ନେତା ତର୍କବିତର୍କ ଠାରୁ ନିଜକୁ ଦୂରରେ ରଖନ୍ତୁ। ପାରିବାରିକ ଜୀବନରେ ଉତ୍ସାହର ବାତାବରଣ ରହିବ। ଜୀବନସାଥୀ ସହିତ ସମ୍ବନ୍ଧରେ ସକାରାତ୍ମକତା ଆସିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନ ପ୍ରତି ଏକାଗ୍ରତାରେ କିଛି କମି ଆସିପାରେ। ନିଜକୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ।

publive-imageତୁଳା : ବ୍ୟବସାୟର ପ୍ରଗତି ଲାଗି ସମୟ ଅନୁକୂଳ। କୌଣସି ବଡ଼ କଂପାନିରୁ ଭଲ ଅର୍ଡର୍‌ ପାଇବେ। ଶିକ୍ଷାକ୍ଷେତ୍ରରେ ଥିବା ଲୋକ ବଡ଼ ପ୍ରୋଜେକ୍ଟରେ କାମ କରିବାର ଅବସର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସଂପର୍କରୁ ଲାଭ ନେଇପାରନ୍ତି। କ୍ରିକେଟ ଖେଳାଳି ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। ବୈବାହିକ ସମସ୍ୟା ସମାଧାନ ହୋଇପାରେ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବାର ଅବସର ପାଇବେ। ଘର ପାଇଁ ବିଳାସ ଉପକରଣ କିଣିବେ। ଛାତ୍ରଛାତ୍ରୀ ନିଜ ପଢ଼ିବାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

publive-imageବିଛା : ସକାରାତ୍ମକ ଭାବନା ଆପଣଙ୍କ ହିତରେ ହେବ। ଅନୁଭବୀ ଲୋକଙ୍କ ପରାମର୍ଶରେ ବେପାର ଆଗକୁ ବଢ଼ାଇବାରେ ସଫଳ ହେବେ। ଯେଉଁ ଲୋକ ସୂଚନା ପ୍ରସାରଣ କ୍ଷେତ୍ର‌େରେ ଅଛନ୍ତି ସେମାନେ ବଡ଼ ସଂସ୍ଥାର କାମ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିପାରନ୍ତି। କୋର୍ଟ କଚେରିରେ ଲାଗି ରହିଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ଆସିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରେମୀଯୁଗଳ ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageଧନୁ : ଯେଉଁ ଅବସର ପାଇଁ ଦୀର୍ଘ ଦିନଧରି ତଲାସରେ ଥିଲେ, ତାହା କୌଣସି ସଂପର୍କୀୟ ସାହାଯ୍ୟରେ ମିଳିପାରେ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍‌ ହେବ। ଅଫିସରେ ଉଚ୍ଚାଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ ଭଲ ପ୍ରତିକ୍ରିୟା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। କୌଣସି ସମାରୋହରେ ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ହେବ ଯିଏ ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବେ। ପ୍ରେମୀଯୁଗଳ ରମଣୀୟ ସ୍ଥାନକୁ ବୁଲିଯିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ। ସଡ଼କରେ ସାବଧାନତାର ସହ ଯାନ ଚଳାନ୍ତୁ।

publive-image

ମକର : କୌଣସି ବିଶେଷ କାମ କରିବାକୁ ଚାହୁଁଥିଲେ ନିଶ୍ଚୟ କରନ୍ତୁ ସଫଳ ହେବେ। ବ୍ୟବସାୟରେ ଆୟ ବଢ଼ିବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଯେଉଁମାନେ ଚାକିରି ପାଇଁ ପ୍ରୟାସ ଜାରି ରଖିଛନ୍ତି ସେମାନଙ୍କ ଲାଗି ଭଲ ଚାକିରିର ପ୍ରସ୍ତାବ ଆସିବ। କଳାକାରଙ୍କ ଲାଗି ସମୟ ବିଶେଷ ରୂପେ ଭଲ। ଜମିବାଡ଼ିର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ନବବିବାହିତ ଦମ୍ପତି ବାହାରକୁ ବୁଲି ଯିବାର ଯୋଜନା କରିବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ ରହିବ। ଦେହ ଓ ମନ ଭଲ ରହିବ।

publive-image

କୁମ୍ଭ: ଆପଣ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି ତା’ର ନିକଟରେ ପହଞ୍ଚି ଯାଇପାରିବେ। ବେପାର କରୁଥିବା ଲୋକଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଉନ୍ନତିର ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକ ସମ୍ମାନିତ ବ୍ୟକ୍ତିଙ୍କ ସହିତ ମିଶିବାର ମଉକା ପାଇବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ନିଜର ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ପାରିବାରିକ ଜୀବନରେ ଉତ୍ସାହର ବାତାବରଣ ରହିବ। ଜୀବନସାଥୀଙ୍କୁ ମନର କଥା କହିବେ। ପ୍ରେମ ଜୀବନରେ ନୂଆ ନୂଆ ଖୁସି ଆସିବ। ସ୍ବାସ୍ଥ୍ୟ ଭଲ ରହିବ।

publive-image

ମୀନ : ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। କିଛି ଲୋକ ଆପଣଙ୍କ ଲାଗି ସମସ୍ୟା ଛିଡ଼ା କରିପାରନ୍ତି। ତେଣୁ ସତର୍କ ରହନ୍ତୁ। ବ୍ୟବସାୟରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ପୂର୍ବରୁ କରଥିବା ନିବେଶରୁ ଲାଭ ପାଇବେ। ଅଫିସରେ କାହାରି ଉପରେ ନିର୍ଭରଶୀଳ ହୋଇ କାମ କରନ୍ତୁ ନାହିଁ। ନେତାଙ୍କ ଲାଗି ସମୟ ଭଲ। କାମର ବ୍ୟସ୍ତତା ଅଧିକ ରହିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ପ୍ରେମୀଯୁଗଳଙ୍କ ଲାଗି ସମୟ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ। ଉଚ୍ଚଶିକ୍ଷା ପାଇଁ ଭଲ କଲେଜରେ ନାମ ଲେଖାଇବେ। କାର୍‌ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।