ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସହାୟକ ହେବ। ଧନଲାଭ ପାଇଁ ଏକରୁ ଅଧିକ ଉତ୍ସର ସୁଯୋଗ ପାଇବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାର ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଜୀବନସାଥୀ ଠାରୁ ଉପହାର ପାଇବେ। ପ୍ରିୟଜନ ସହିତ ଧର୍ମକ୍ଷେତ୍ରକୁ ବୁଲି ଯାଇପାରନ୍ତି। ଗଣିତ ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଆପଣ ନିଜକୁ ଶକ୍ତିମାନ ଅନୁଭବ କରିବେ।

ବୃଷ: ଆପଣ ନିଜ ଉପରେ ଭରସା ରଖି ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଯୋଜନାକୁ ନେଇ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ ଆପଣଙ୍କ କାମ ହୋଇଯିବ। ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ଚାକିରି ପାଇଁ କରିଆସୁଥିବା ପ୍ରୟାସରେ ସଫଳତା ପାଇବେ। ଓକିଲଙ୍କ ଲାଗି ସମୟ ଅନୁକୂଳ ରହିବ। ଅଧ୍ୟାପକବର୍ଗଙ୍କୁ ଭଲ ସୁଯୋଗ ମିଳିପାରେ। ବୈବାହିକ ଜୀବନରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ମିଥୁନ : ପୁରୁଣା ଅଶାନ୍ତି ସମାପ୍ତ ହେବ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଭଲ। ଚାକିରିଜୀବୀଙ୍କ ଲାଗି ସମୟ ଠିକ୍ ରହିବ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଭୂମିକା ପାଇଁ ମାନ ପ୍ରତିଷ୍ଠା ବଢ଼ିବ। ଚାଷୀଙ୍କୁ କିଛି ଲାଭ ହୋଇପାରେ। ପୈତୃକ ସଂପତ୍ତିର ଭାଗବଣ୍ଟା ଆପଣଙ୍କ ପକ୍ଷରେ ରହିବ। ଅଧିକ ବୟସ୍କ ବ୍ୟକ୍ତିମାନଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଘରର ବାତାବରଣ ଠିକ୍ ରହିବ। ବିଜ୍ଞାନ ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କର୍କଟ:ଆତ୍ମବିଶ୍ବାସ ସହିତ କାମରେ ଲାଗି ରହନ୍ତୁ ସଫଳତା ନିଶ୍ଚୟ ପାଇବେ। ଆର୍ଥିକ ପକ୍ଷର ଯଥେଷ୍ଟ ସୁଧାର ଆସିବ। ବ୍ୟବସାୟ ପରିବର୍ତ୍ତନରେ ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ଅଫିସରେ କୌଣସି ପୁରସ୍କାର ବା ପ୍ରଶଂସା ପାଇବେ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ। ପରିବାରରେ ପରିବେଶ ଆନନ୍ଦମୟ ରହିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଛାତ୍ରୀ ନିଜର ଅଭିଭାବକଙ୍କ ଠାରୁ ମାର୍ଗଦର୍ଶନ ନିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

ସିଂହ : ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ଚାକିରି ବଦଳାଇବାକୁ ଚାହୁଁଥିଲେ ସମୟ ଅନୁକୂଳ। ରାଜନୀତିକ ନେତ୍ରୀଙ୍କ ଭାଗ୍ୟର ତାରକା ଉଜ୍ଜ୍ବଳ ହୋଇପାରେ। କୃଷିଜୀବୀଙ୍କ ଲାଗି ସମୟ ଭଲ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିଛି ନୂଆ ଶିକ୍ଷାଲାଭ କରିବେ। ସରକାରୀ ଓକିଲଙ୍କର ପଦୋନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଓ ମଧୁରତା ବୃଦ୍ଧି ହେବ। ସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଇଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ରହିବ। ରାସ୍ତାରେ ଧ୍ୟାନପୂର୍ବକ ଚାଲନ୍ତୁ।

କନ୍ୟା: କାରବାରରେ ଧୀର ଗତି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରନ୍ତୁ। ଜମିର ସଉଦା କରନ୍ତୁ ଭଲ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସାହସ ଓ ପରାକ୍ରମରେ କିଛି ଏଭଳି କରିବେ ଯାହାଦ୍ବାରା ଉଚ୍ଚଅଧିକାରୀ ପ୍ରଶଂସା କରିବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପ୍ରତି ଜାଗରୁକ ଓ ସତର୍କ ରହନ୍ତୁ।

ତୁଳା : ମନକୁ ନୂଆ ନୂଆ ବିଚାର ଆସିବ। କୌଣସି କଲ୍ୟାଣକାରୀ ଯୋଜନାରେ ନିଜକୁ ଯୋଡ଼ି ପାରନ୍ତି। ଅନ୍‌ଲାଇନ୍‌ ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ଯୋଗ ରହିଛି। ଶତ୍ରୁ ଆପଣଙ୍କର କ୍ଷତି କରିବା ପାଇଁ ଷଡ଼ଯନ୍ତ୍ର ରଚି ପାରନ୍ତି। ତେଣୁ ସତର୍କ ରହନ୍ତୁ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଭାଇଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବାର ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ସଂପର୍କରେ ଭଲ ଖବର ପାଇବେ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଠିକ୍ ରହିବ।

ବିଛା : ଆର୍ଥିକ ସ୍ଥିତି ଠିକ୍ ରହିବ। କାରବାର ବିସ୍ତାର କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ହେବ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ନିଯୁକ୍ତିର ସୂଚନା ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଜମି କିଣିବା ଲାଗି ମନସ୍ଥ କରିବେ। ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି। ସନ୍ତାନଙ୍କୁ ପ୍ରତିଷ୍ଠିତ ସଂସ୍ଥାକୁ ପଢ଼ିବା ପାଇଁ ପଠାଇବେ। ଅବିବାହିତ ଲୋକଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। ଦେହ ଓ ମନ ଭଲ ରହିବ।


ଧନୁ : ବ୍ୟବସାୟ ସଉଦା ପାଇଁ ଓଡ଼ିଶା ବାହାରକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। ଅଫିସରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନୂଆ ଦାୟିତ୍ବ ପାଇପାରନ୍ତି। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ଦାମ୍ପତ୍ୟ ଜୀବନରେ ଖୁସି ରହିବ। ପରିବାରରେ ଲାଗି ରହିଥିବା ବିବାଦ ଜୀବନସାଥୀଙ୍କ ସହଯୋଗରେ ସମାଧାନ କରିନେବେ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ। ଶରୀର ସୁସ୍ଥ ରହିବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

ମକର : ଭୁଲ୍‌ ଠିକ୍‌ର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ହେବ। ଭାଗୀଦାରି ବେପାରରେ ଲାଭ ପାଇବେ। ବ୍ୟାଙ୍କ୍‌ ସହ ଜଡ଼ିତ କାର୍ଯ୍ୟ ସଂପୂର୍ଣ୍ଣ କରିପାରିବେ। ଅଫିସରେ କାମର ବୋଝ ବଢ଼ିପାରେ। ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ରଖନ୍ତୁ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀ କୌଣସି ମହତ୍ତ୍ବପୂର୍ଣ୍ଣ ବିଷୟକୁ ନେଇ ସଂଶୟରେ ରହିବେ। ଶିକ୍ଷକଙ୍କର ସହାୟତା ପାଇବେ। ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ହେବ। ଯାନ ଚଳାଇବା ସମୟରେ ସଚେତନ ରହନ୍ତୁ।

କୁମ୍ଭ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପେସାଦାର ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଜରୁରୀ କାମ ପୂରା କରିବା ପାଇଁ ସହକର୍ମୀଙ୍କ ସହଯୋଗ ପାଇବେ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଘରେ ବସି କାମ କରିବାର ଭଲ ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜରେ ମାନସମ୍ମାନ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ପାଇଁ କିଛି ବିଶେ‌ଷ କରିପାରନ୍ତି। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ସଂପୂର୍ଣ୍ଣ ରୂପେ ସତର୍କ ରହିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

ମୀନ : ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଧନଲାଭ ପାଇଁ ଏକରୁ ଅଧିକ ସୁଯୋଗ ପାଇବେ। ମହିଳାମାନେ ଅନ୍‌ଲାଇନ୍‌ ବ୍ୟବସାୟ ଆରମ୍ଭ କରିପାରନ୍ତି। ଚାକିରିରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ପ୍ରତିଯୋଗୀ ପରୀକ୍ଷାର ପରିଣାମ ଆପଣଙ୍କ ସପକ୍ଷରେ ଆସିବ। ଶରୀର ସୁସ୍ଥ ଏବଂ ମନ ପ୍ରସନ୍ନ ରହିବ।

ସମ୍ବନ୍ଧିତ ଖବର