publive-imageମେଷ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେବେ। ଭାଗୀଦାର କାରବାରରେ ଭଲ ପରିଣାମ ପାଇବେ। ଅଫିସରେ ସମ୍ମାନିତ ହୋଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ବାହାର ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

Advertisment

publive-imageବୃଷ:ସପ୍ତାହଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜ କାମରେ ମନ ଖୁବ୍ ସକାରାତ୍ମକ ରହି‌େବ। ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ବ୍ୟବସାୟ ମାମଲାରେ ଆପଣଙ୍କ ନିର୍ଣ୍ଣୟ ଲାଭପ୍ରଦ ହେବ। ଅଫିସରେ କୌଣସି କାମକୁ ନେଇ ବିଚାରବିମର୍ଶ କରିପାରନ୍ତି। ଚାକିରି ଖୋଜୁଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବାର ସମ୍ଭାବନା ରହିଛି। ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ କରିପାରନ୍ତି। ପରିବାରଲୋକଙ୍କ ସହିତ ସମ୍ବନ୍ଧ ଭଲ ରହିବ। ଜୀବନସାଥୀଙ୍କୁ ଉପହାର ଦିଅନ୍ତୁ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଛାତ୍ରଛାତ୍ରୀ ସଫଳତା ପାଇବେ। ଶରୀର ସୁସ୍ଥ ରହିବ।

publive-imageମିଥୁନ : ନିଜର କାମ ପ୍ରତି ଖୁବ୍ ସକାରାତ୍ମକ ରହିବେ। ଇସ୍ପାତ ବେପାରୀଙ୍କର କାମ ଭଲ ରହିବ। ଟଙ୍କାପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହେବ। ଅଫିସ୍‌ ମିଟିଙ୍ଗ୍‌ରେ ନୂଆ ଲୋକଙ୍କ ସହିତ ମିଶିବେ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ପାଇବେ। ରାଜନୀତିକ ନେତା ପରିଶ୍ରମର ସୁଫଳ ପାଇବେ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ଘରକୁ ବନ୍ଧୁ ଆସିବା ଯୋଗୁଁ ପରିବାରରେ ଖୁସିର ମାହୋଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଛାତ୍ରଛାତ୍ରୀ କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ କିଛି ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଚିନ୍ତା କମ୍ ହେବ।

publive-image

କର୍କଟ:ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ଟଙ୍କାପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ସମୟ ବଢ଼ିଆ। କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ପ୍ରାଧାନ୍ୟ ବଜାୟ ରହିବ। ପ୍ରଶାସନିକ ସେବା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଭଲ ଅବସର ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ଛାତ୍ରଛାତ୍ରୀ କୌଣସି ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

publive-imageସିଂହ :କୌଣସି ସମସ୍ୟାର ସମାଧାନ କରିବା ପାଇଁ ସମୟ ଭଲ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନବୀନ ଚିନ୍ତାଧାରାରେ ବ୍ୟବସାୟ ଆଗକୁ ବଢ଼ାଇ ପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜମି କିଣିବା ପାଇଁ ମନସ୍ଥ କରିପାରନ୍ତି। ଅଫିସ୍‌ରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ। ସମାଜରେ ଆପଣଙ୍କର ଭଲ କାମ ପାଇଁ ଲୋକପ୍ରିୟତା ବଢ଼ିବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ। ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ।

publive-imageକନ୍ୟା: ସପ୍ତାହଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। ବ୍ୟବସାୟରେ ମନୋଯୋଗରେ କାମ କରି ପ୍ରଚୁର ଲାଭ ପାଇବେ। ଅଫିସ୍‌ରେ କିଛି ଏଭଳି କାମ କରିବେ ଯାହାଦ୍ବାରା ପ୍ରଶଂସା ପାଇବେ। ସରକାରୀ ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ରାଜନୀତି କ୍ଷେତ୍ରରେ ସମ୍ମାନ ବଢ଼ିବ। ବିରୋଧୀ ପକ୍ଷ ଅଗୋଚରରେ ଗୁଣଗାନ କରିବେ। ଧାର୍ମିକ ଯାତ୍ରା ଲାଭପ୍ରଦ ରହିବ। ପରିବାରଲୋକଙ୍କ ସହିତ ସୁଖଦ ସମୟ ଅତିବାହିତ କରିବାର ଅବସର ପାଇବେ। ପ୍ରେମିକପ୍ରେମିକାଙ୍କ ଲାଗି ସମୟ ଭଲ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

publive-imageତୁଳା :ଆପଣଙ୍କ ଶକ୍ତିରେ ବହୁତ କିଛି ହାସଲ କରିନେବେ। ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ। ବେପାରରେ ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଚାକିରି ବଦଳାଇବାକୁ ଚାହୁଁଥିବା ବ୍ୟକ୍ତିମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅପବ୍ୟୟ ଉପରେ ଅଙ୍କୁଶ ଲଗାନ୍ତୁ। ପରିବାରର ସ୍ଥିତି ଠିକ୍ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ଭଲ ରହିବ। ଭଲ ଜାଗାକୁ ବୁଲିଯିବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟର୍‌ରେ ନୂଆ ମୋଡ଼ ଆସିପାରେ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।

publive-imageବିଛା :ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ଧନଲାଭର ସୁଯୋଗ ରହିଛି। ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ରହିବେ। ରାଜନୀତିକ ନେତା କୌଣସି ବଡ଼ ଦାୟିତ୍ବ ପାଇବେ। ଲାଗି ରହିଥିବା କାନୁନ ମାମଲା ସହଜରେ ସମାଧାନ ହୋଇଯିବ। କୃଷିଜୀବୀଙ୍କ ଲାଗି ସମୟ ଶକ୍ତିଭରା ରହିବ। ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା କରିପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ଅତିବାହିତ ହେବ। ପିଲାମାନଙ୍କ କଥାକୁ ପ୍ରାଥମିକତା ଦେବେ। ଛାତ୍ରଛାତ୍ରୀ କୌଣସି ବିଷୟକୁ ବୁଝିବା ପାଇଁ ଶିକ୍ଷକଙ୍କର ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ଭଲ ରହିବ।

publive-imageଧନୁ :ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ଲାଗି ସମୟ ଭଲ। ଅଫିସରେ ନିଜ କାମକୁ ମନୋଯୋଗରେ କରିବେ। ଉଚ୍ଚ ଅଧିକାରୀଙ୍କ ଠାରୁ କିଛି ନୂଆ ଶିକ୍ଷା ଲାଭ କରିବେ। ବୟସ୍କ ବ୍ୟକ୍ତିମାନଙ୍କର ଧର୍ମ ଓ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିପାରେ। ବିଦେଶ ଯିବାର ଯୋଗ ରହିଛି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଖେଳାଳିମାନେ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ଘରର ପରିବେଶ ସକାରାତ୍ମକ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ସମୟ ଦେବା ଦରକାର। ପୁରୁଣା ରୋଗ ସମସ୍ୟା ବଢ଼ାଇପାରେ।

publive-image

ମକର :ଏକାଗ୍ରତା ଓ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଭାଗୀଦାରିରେ ବେପାର କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଆଶା ଠାରୁ ଅଧିକ ଲାଭର ସମ୍ଭାବନା ବଢ଼ିବ। ଅଫିସରେ ଅଧସ୍ତନ କର୍ମଚାରୀଙ୍କର ସାହାଯ୍ୟ ପାଇବେ। ବିଦେଶରେ ଥିବା ବନ୍ଧୁ ଠାରୁ ଶୁଭ ଖବର ପାଇପାରନ୍ତି। ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶନ ହୋଇପାରେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀ ପରିଶ୍ରମର ଫଳ ନିଶ୍ଚିତ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। ଯାନ ଚଳାଇବା ସମୟରେ ସଚେତ ରହନ୍ତୁ।

publive-image

କୁମ୍ଭ:ଟଙ୍କାପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ବ୍ୟବସାୟରେ ସଂପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ସୃଷ୍ଟି ହେବ। ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ବାପାଙ୍କ କହିବା ମାର୍ଗରେ ଚାଲନ୍ତୁ ସଫଳତା ପାଇବେ। ପଦୋନ୍ନତି ବା ଚାକିରି କ୍ଷେତ୍ର ବଦଳାଇବା ପାଇଁ ସୁଯୋଗ ରହିଛି। ନିଜର ଖର୍ଚ୍ଚ ଉପରେ ଟିକେ ଦୃଷ୍ଟି ଦିଅନ୍ତୁ। ବୈବାହିକ ଜୀବନ ସୁଖମୟ ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମ୍ବନ୍ଧ ମଧୁରତାପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।publive-image

ମୀନ :ଆପଣଙ୍କ ଭିତରେ ନୂଆ ଶକ୍ତି ସଂଚାର ହେବ ଏବଂ ଭାବନାରେ ପରିବର୍ତ୍ତନ ଆସିବ। ଯାହା ବି ଫଇସଲା କରିବେ ଲାଭପ୍ରଦ ରହିବ। କୌଣସି ନୂଆ କାମ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଚାକିରିଜୀବୀଙ୍କ ଲାଗି ଭଲ ସୁଯୋଗ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ। ପରିବାରକୁ ଯୋଡ଼ି ରଖିବା ପାଇଁ ଭୂମିକା ନିର୍ବାହ କରିବେ। ନବ ବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କର ପ୍ରତିଯୋଗୀ ପରୀକ୍ଷାରେ ଫର୍ମ ପୂରଣ ପାଇଁ ମନ ହେବ। ନିଜକୁ ସୁସ୍ଥ ଅନୁଭବ କରିବେ।