publive-imageମେଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। କଳା, ସାହିତ୍ୟ ଲୋକଙ୍କ ଲାଗି ସମୟ ଭଲ। ଆପଣଙ୍କ କଂପାନିର ବଡ଼ କଂପାନି ସହିତ ଡିଲ୍ ହୋଇପାରେ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କର ଉନ୍ନତି ହେବ। କୌଣସି କାନୁନ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିଜ୍ଞଙ୍କର ସମାଜରେ ଦବଦବା ବଜାୟ ରହିବ। ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ। ବିଦ୍ୟାର୍ଥୀଙ୍କ ଲାଗି ସମୟ ବଢ଼ିଆ। ପେଟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।

Advertisment

publive-imageବୃଷ:ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ କରିବେ। ପଡ଼ାପଡ଼ୋଶୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଅଫିସ୍ ମିଟିଙ୍ଗ୍‌ରେ ଆପଣଙ୍କ କଥାକୁ ଠିକ୍ ଭାବେ ରଖିପାରିବେ। ଚାକିରି ଖୋଜୁଥିବା ମହିଳାଙ୍କୁ କୌଣସି ଘରୋଇ ଉଦ୍ୟୋଗରେ ଚାକିରି ମିଳିପାରେ। ରାଜନୀତିରେ ଭଲ ଛବି ଗଢ଼ଣ ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପ୍ରସିଦ୍ଧି ଲାଭ କରିବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।

publive-imageମିଥୁନ :ନିଜକୁ ପରିବର୍ତ୍ତନ କରିବା ଲାଗି ସମୟ ଭଲ। କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାର ହୋଇପାରନ୍ତି। ଚାକିରିରେ ସଫଳତା ପାଇବେ। ସରକାରୀ ବିଭାଗରେ କାର୍ଯ୍ୟରତ ଲୋକ ପଦୋନ୍ନତି ପାଇବେ। ରାଜନୀତିକ ଲୋକ କୌଣସି ସମାରୋହରେ ଯୋଗ ଦେବେ। ପାରିବାରିକ ଜୀବନରେ ଖୁସି ରହିବ। ସନ୍ତାନ କାମରେ ଅଧିକ ଅର୍ଥ ବ୍ୟୟ କରିପାରନ୍ତି। ଅର୍ଥଶାସ୍ତ୍ର ଛାତ୍ରଙ୍କ ଲାଗି ସମୟ ଭଲ। ଛାତ୍ରୀ ପଢ଼ିବା ଲେଖିବାରେ ପରିଶ୍ରମ ଜାରି ରଖନ୍ତୁ। ଶରୀର ସୁସ୍ଥ ରହିବ। ସଡ଼କରେ ଯା’ଆସ ସମୟରେ ସତର୍କ ରହନ୍ତୁ।

publive-image

କର୍କଟ:ଅନ୍ୟମାନଙ୍କର ଉତ୍ସାହ ଦେଖି ଆପଣ ଉତ୍ସାହିତ ରହିବେ। ବ୍ୟାବସାୟିକ ଯାତ୍ରା ସାର୍ଥକ ହେବ। ଆର୍ଥିକ ପକ୍ଷ ପୂର୍ବାପେକ୍ଷା ଆହୁରି ଭଲ ହେବ। ଅଫିସରେ ଆଖପାଖ ଲୋକଙ୍କ ପ୍ରତି ସାବଧାନ ରହନ୍ତୁ। ଅଧିକ ବୟସ୍କ ଲୋକ ଧର୍ମ ପୁସ୍ତକ ପଢ଼ିବାରେ ରୁଚି ରଖିପାରନ୍ତି। ଖେଳକୁଦ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭର ସୁଯୋଗ ପାଇବେ। ବାପାମାଆଙ୍କ ସହିତ ସମ୍ବନ୍ଧ ଭଲ ହେବ। ବୈବାହିକ ଜୀବନରେ ଖୁସି ଆସିବ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁଭାବେ ଗ୍ରହଣ କରିବାର ଯୋଗ ରହିଛି। କଳା ଛାତ୍ର ଓ ବିଜ୍ଞାନ ଛାତ୍ରୀଙ୍କ ଲାଗି ସମୟ ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।

publive-imageସିଂହ :ବ୍ୟବସାୟରେ ଅଟକି ରହିଥିବା କାମ ଦ୍ରୁତଗତିରେ ଆଗକୁ ବଢ଼ିବ। ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିବିଶେଷ ଉପରିସ୍ଥ କର୍ମଚାରୀଙ୍କର ପୂରା ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ଯୋଗ ରହିଛି। କୋର୍ଟକଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ପ୍ରୀତିକର ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ଦେହ ଓ ମନ ଭଲ ରହିବ।

publive-imageକନ୍ୟା: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ନହୋଇ ପାରନ୍ତି। ଲେଖକଙ୍କ ବିଚାରର ସମ୍ମାନ ହେବ। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ସହିତ ସମ୍ବନ୍ଧରେ ମିଷ୍ଟତା ରଖନ୍ତୁ। ଜୀବନସାଥୀ ସହିତ ବାହାରକୁ ବୁଲିଯିବେ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

publive-imageତୁଳା : ଆପଣଙ୍କ ସକାରାତ୍ମକ ବିଚାର ଆଖିପାଖରେ ବାତାବରଣକୁ ସକାରାତ୍ମକ କରି ରଖିବ। କୌଣସି କାମରେ ପିତାତୁଲ୍ୟ ବ୍ୟକ୍ତିଙ୍କ ଠାରୁ ପୂରା ସହଯୋଗ ପାଇବେ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ସମୟ ଭଲ। ଅଫିସ କାମରେ ବୋଝ ବଢ଼ିପାରେ। ରାଜନୀତିରେ ସଫଳତା ପାଇବେ। ଇଷ୍ଟଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କୋର୍ଟକଚେରି ମାମଲା ଭଲଭାବେ ପୂରା ହେବ। ପାରିବାରିକ ଜୀବନ ସବୁ ଦୃଷ୍ଟିରୁ ଭଲ। ବାଣିଜ୍ୟ ଛାତ୍ରୀ ଶୁଭଫଳ ପାଇବେ। ଛାତ୍ରଙ୍କର ବନ୍ଧୁ ସହିତ ମିଳାମିଶା ବଢ଼ିବ। ଚକ୍ଷୁରେ ଲାଗି ରହିଥିବା ପୀଡ଼ା ଉପଶମ ହେବ।

publive-imageବିଛା : ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ବେପାରରେ ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। ଇଂଜିନିୟରଙ୍କ ଲାଗି ପଦୋନ୍ନତିର ଅବସର ଆସିବ। ଚାକିରି ତଲାସରେ ଥିବା ଯୁବକ ଭଲ ଚାକିରି ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜରେ ଭଲ ଛବି ବଜାୟ ରଖନ୍ତୁ। ଏହାର ଲାଭ ଆସୁଥିବା ସମୟ ପାଇପାରିବେ। ପାରିବାରିକ ଦାୟିତ୍ବ ଭଲଭାବେ ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ଆପୋସୀ ବିଶ୍ବାସ ମଜଭୁତ ହେବ। ଯେଉଁ ଛାତ୍ରଛାତ୍ରୀ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ସେମାନଙ୍କର ସ୍ବପ୍ନ ପୂରା ହେବ। ସ୍ବାସ୍ଥ୍ୟର ପୂରା ଧ୍ୟାନ ରଖନ୍ତୁ।

publive-imageଧନୁ : ଆଗକୁ ବଢ଼ିବା ଲାଗି ସମୟ ଭଲ। ଆପଣ ବିବେକ ପ୍ରୟୋଗ କରି ସବୁ କାମ ହାସଲ କରିନେବେ। ଜମି ବ୍ୟବସାୟରେ ନୂଆ ଡିଲ୍ ଫାଇନାଲ ହେବ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ। କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ରାଜନୀତିକ ଲୋକ ଲକ୍ଷ୍ୟକୁ ଶୀଘ୍ର ପୂରା କରିବା ପାଇଁ ଚିନ୍ତା କରିବେ। ଆଇନକାନୁନ ମାମଲା‌ରେ ବିଜୟ ଲାଭର ଯୋଗ ରହିଛି। ପରିବାରରେ ସୁଖଶାନ୍ତିର ବାତାବରଣ ରହିବା ସହ ମଧୁରତା ଓ ଆତ୍ମବିଶ୍ବାସ ବି ବଢ଼ିବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ମାର୍ଗ ଦର୍ଶନ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-image

ମକର : ଆପଣଙ୍କର ସକାରାତ୍ମକ ଭାବନା ବୃଦ୍ଧି ହେବ। ପୂର୍ବରୁ କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ଯେଉଁମାନଙ୍କର ସୋ’ରୁମ୍ ଅଛି ସେମାନଙ୍କ ଲାଗି ସମୟ ଲାଭଦାୟକ ରହିବ। ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କର ଆଶା ପୂରଣ ହେବ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ। କବି ଲୋକ କୌଣସି ନୂଆ କାବ୍ୟ ରଚନା କରିବେ। ପରିବାର ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ବାଣିଜ୍ୟ ଛାତ୍ରଛାତ୍ରୀ ମନମୁତାବକ କାର୍ଯ୍ୟ ପାଇବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

publive-image

କୁମ୍ଭ: ପୁରୁଣା କଥାକୁ ନେଇ ଅଶାନ୍ତିରେ ରହିପାରନ୍ତି। ଅନ୍ୟମାନଙ୍କ ସହିତ କଥା କହିବା ସମୟରେ ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ଭାଗୀଦାର ସହଯୋଗରେ ଲାଭ ପାଇବେ। ଅଫିସରେ ମାହୋଲ ଠିକ୍‌ଠାକ୍‌ ରହିବ। ଉପରିସ୍ଥ କର୍ମଚାରୀଙ୍କ ସହିତ କୌଣସି ବିଷୟ ଉପରେ କଥାବାର୍ତ୍ତା କରିବେ। କୋର୍ଟକଚେରି ମାମଲାରେ ଜୟଲାଭ କରିବେ। ଫେସନ ଡିଜାଇନିଙ୍ଗ୍‌ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯାଇପାରନ୍ତି। ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଯେଉଁ ଛାତ୍ରଛାତ୍ରୀ ପାର୍ଟ ଟାଇମ୍ କାର୍ଯ୍ୟ କରିବା ଲାଗି ଭାବୁଛନ୍ତି ସେମାନଙ୍କ ଲାଗି ଭଲ ସୁଯୋଗ ଆସିବ। ଶରୀର ସୁସ୍ଥ ରହିବ।
publive-image

ମୀନ : ଜୀବନରେ କୌଣସି ନୂଆ ଖୁସିର ସଂକେତ ଆସିବ। ଆର୍ଥିକ ଦୃଷ୍ଟିରୁ କୌଣସି ବଡ଼ ମହତ୍ତ୍ବପୂର୍ଣ୍ଣ କାମ କରିବାରେ ସଫଳ ହେବେ। ବ୍ୟବସାୟରେ ଭାଗୀଦାର ସହିତ ତାଳମେଳ ବଜାୟ ରଖି ଆଗକୁ ବଢ଼ନ୍ତୁ। କର୍ମଜୀବୀ ମହିଳାଙ୍କର ଅଫିସରେ ସମୟ ଭଲରେ କଟିବ। ଲେଖକଙ୍କର କୌଣସି ପୁସ୍ତକ ସଂପୂର୍ଣ୍ଣ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଏଭଳି ମାମଲାରେ ପଡ଼ନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ନେବା ଓ ଦେବାର ନାହିଁ। ସନ୍ତାନଙ୍କ ସଫଳତାରେ ଖୁସି ରହିବେ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ସଙ୍ଗୀତ ଛାତ୍ରଛାତ୍ରୀ ନୂଆ ଅବସର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।