publive-imageମେଷ: ପୁରୁଣା କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। କାରବାରରେ କୌଣସି ଜରୁରୀ କାମ ପୂରା କରିପାରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବହୁତ ଭଲ ହେବ। ଅଫିସରେ କାମ କରିବା ପାଇଁ ବାତାବରଣ ଭଲ ରହିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କର ଆଶା ପୂରଣ ହେବ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ। ଆୟ ଓ ବ୍ୟୟରେ ସମନ୍ବୟ ବଜାୟ ରହିବ। ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ହେବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କିଛି ଶିଖିବା ପାଇଁ ମନସ୍ଥ କରିବେ। ଚକ୍ଷୁରେ ଲାଗି ରହିଥିବା ସମସ୍ୟାରୁ ବିରାମ ପାଇବେ।

Advertisment

publive-imageବୃଷ:କ୍ୟାରିୟର୍‌ରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। ବ୍ୟବସାୟରେ ଭାଗୀଦାରଙ୍କ ସହଯୋଗରେ ଲାଭ ପାଇବେ। ଅଫିସରେ କାମକୁ ନେଇ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ଶିକ୍ଷକଙ୍କ ଲାଗି ପଦୋନ୍ନତିର ସୁଯୋଗ। ଫେସନ୍ ଡିଜାଇନିଙ୍ଗ୍‌ ବ୍ୟକ୍ତିମାନଙ୍କୁ ନୂଆ ଚାକିରି ମିଳିପାରେ। କ୍ରିକେଟ ଖେଳାଳିଙ୍କ ଲାଗି ସମୟ ଭଲ ରହିବ। କୋର୍ଟକଚେରି ମାମଲା ଠାରୁ ଦୂରରେ ରହନ୍ତୁ। ଘରେ ଧାର୍ମିକ ଆୟୋଜନ କରିବା ଲାଗି ମନସ୍ଥ କରିବେ। ବୈବାହିକ ଜୀବନ ଖୁସି ଭରା ରହିବ। ଆଇନ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ରହିବ।

publive-imageମିଥୁନ :ଉନ୍ନତି ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆର୍ଥିକ ଦୃଷ୍ଟିରୁ କୌଣସି ବଡ଼ ମହତ୍ତ୍ବପୂର୍ଣ୍ଣ କାମ କରିବାରେ ସଫଳ ହେବେ। ବ୍ୟବସାୟରେ ଭାଗୀଦାର ସହିତ ସମ୍ବନ୍ଧ ମଜଭୁତ ହେବ। ଚାକିରିରେ ଅନୁକୂଳ ପରିଣାମ ପାଇବେ। ବୟସାଧିକ ବ୍ୟକ୍ତିମାନଙ୍କର ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ନିଜ କାମରେ ସାବଧାନ ରହିବା ଦରକାର। ଛୋଟ ଛୋଟ କଥାରେ ଅଯଥା ତର୍କବିତର୍କ କରନ୍ତୁ ନାହିଁ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ। ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

publive-image

କର୍କଟ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ନୂଆ ଶକ୍ତିର ସହିତ କାମ କରିବେ। ଆପଣଙ୍କ କଂପାନିର ବଡ଼ କଂପାନି ସହିତ ଡିଲ୍ ହୋଇପାରେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମରେ ପ୍ରସନ୍ନ ରହିବେ। କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ବଢ଼ିବ। କଳା, ସାହିତ୍ୟ ଲୋକଙ୍କ ପାଇଁ ସମୟ ଭଲ। ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପୂରା ମଉକା ପାଇବେ। କୌଣସି କାନୁନ ମାମଲାରେ ଖାସ୍ ଲୋକଙ୍କ ସାହାଯ୍ୟ ପାଇବେ। ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। ନବ ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ସମୟ ଲାଭପ୍ରଦ। ସ୍ବାସ୍ଥ୍ୟ ସତେଜ ରହିବ।

publive-imageସିଂହ : ଜୀବନକୁ ବଢ଼ିଆ କରିବା ଲାଗି କିଛି ନୂଆ କରିବେ। ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ଅଫିସ ଅଧିବେଶନରେ ଆପଣଙ୍କ କଥାକୁ ଠିକ୍ ଭାବେ ରଖିପାରିବେ। ରାଜନୀତିକ ଲୋକ ସମାଜରେ ସମସ୍ତଙ୍କ ସହିତ ଭଲ ତାଳମେଳ ବଜାୟ ରଖିବା‌େର ଧ୍ୟାନ ଦେବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପ୍ରସିଦ୍ଧି ଲାଭ କରିବେ। ଆପଣଙ୍କ ବିନମ୍ରତାପୂର୍ଣ୍ଣ ବ୍ୟବହାରରେ ଘରର ବାତାବରଣ ସକାରାତ୍ମକ ରହିବ। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି। ବୟସାଧିକ ବ୍ୟକ୍ତିମାନେ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ଦିଅନ୍ତୁ।

publive-imageକନ୍ୟା: ଜୀବନରେ ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଆପଣ କରିଥିବା ଆର୍ଥିକ ଯୋଜନା ସଫଳ ହେବ। ବଡ଼ ବ୍ୟବସାୟ ଗୋଷ୍ଠୀ ସହିତ ଭାଗୀଦାର ହୋଇପାରନ୍ତି। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟ ଦେଖି ପ୍ରଶଂସା କରିବେ। ରାଜନୀତିରେ ସଫଳତା ପାଇବେ। ବୟସାଧିକ ବ୍ୟକ୍ତିମାନଙ୍କର ଧାର୍ମିକ କ୍ରିୟାକଳାପରେ ଖୁବ୍ ମନ ଲାଗିବ। ଜୀବନସାଥୀର ପରିବର୍ତ୍ତନ ଆସିବା ଯୋଗୁଁ ଘରେ ଖୁସିର ବାତାବରଣ ରହିବ। ନୂଆ ଘର କିଣିବା ଲାଗି ବିଚାର କରିବେ। ଅର୍ଥଶାସ୍ତ୍ର ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ପ୍ରତି ସଚେତନ ଏବଂ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

publive-imageତୁଳା : ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ୍‌ ଦେବେ। ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମର କୌଶଳ ଶିଖିବେ। ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଲାଭକାରୀ ହେବ। ଖେଳକୁଦ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭର ସୁଯୋଗ ପାଇବେ। ଆପଣଙ୍କ ପ୍ରେମପୂର୍ଣ୍ଣ ବ୍ୟବହାରରେ ଦାମ୍ପତ୍ୟ ଜୀବନର ସମସ୍ୟା ସମାପ୍ତ ହେବ। ଓକିଲାତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ଶରୀର ସୁସ୍ଥ ଏବଂ ମନ ପ୍ରସନ୍ନ ରହିବ।

publive-imageବିଛା :ନୂଆ ରଣ କୌଶଳ ଆପଣଙ୍କ ଲାଗି ଲାଭଦାୟକ ହେବ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯାଇପାରନ୍ତି। କଂପାନିରେ ଚାକିରି କରୁଥିବା ବ୍ୟକ୍ତିମାନେ ଉପରିସ୍ଥ କର୍ମଚାରୀଙ୍କ ପୂରା ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ସମ୍ଭାବନା ରହିଛି। ନୂଆ ଜମି କିଣିବା ଯୋଗ ରହିଛି। କୋର୍ଟକଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ସମୟ ଭଲ। ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି। ବିଦ୍ୟାର୍ଥୀ ପରୀକ୍ଷାରେ ଭଲ ପରିଣାମ ପାଇବେ। ଦେହ ଓ ମନ ଭଲ ରହିବ।

publive-imageଧନୁ : ପେସାଦାର ବ୍ୟବସାୟୀଙ୍କ ଲାଗି ସମୟ ଲାଭପ୍ରଦ। ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହୋଇ ନପାରନ୍ତି। ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ସହିତ ବ୍ୟବହାରରେ ମିଷ୍ଟତା ରଖନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିପାରେ। ଘରକୁ କୌଣସି ବନ୍ଧୁ ଆସିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବା ଯୋଗୁଁ ମନୋବଳ ଉଚ୍ଚା ରହିବ। ସ୍ବାସ୍ଥ୍ୟରେ ଉଠାଣଗଡ଼ାଣ ଲାଗି ରହିବ।

publive-image

ମକର : ଆପଣଙ୍କ ସକାରାତ୍ମକ ବିଚାର ଆଖପାଖର ବାତାବରଣକୁ ସକାରାତ୍ମକ କରି ରଖିବ। ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଥିବା ଲୋକ ବଡ଼ ଠିକା ପାଇବେ। ଅଫିସର କୌଣସି ଅଧିବେଶନ‌େର ଅଂଶଗ୍ରହଣ କରିବେ। ଲେଖକଙ୍କର ପୁସ୍ତକ ଉନ୍ମୋଚନ ହେବ। ପାରିବାରିକ ଜୀବନ ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀଠାରୁ ଉପହାରରେ କୌଣସି ଉପଯୋଗୀ ବସ୍ତୁ ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ଶୁଭଫଳ ପାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ। ବାହାର କାମରେ ଗଲାବେଳେ ସାବଧାନତାର ସହ ଯାନ ଚଳାନ୍ତୁ।

publive-image

କୁମ୍ଭ: ସମୟ ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଅନ୍ୟ ଲୋକମାନଙ୍କ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ। ଅନ୍ୟ ସହରରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ। ଅଫିସରେ କୌଣସି ନୂଆ କାମର ଦାୟିତ୍ବ ମିଳିପାରେ। ବୟସାଧିକ ବ୍ୟକ୍ତିମାନେ ନିରାପଦ ଭବିଷ୍ୟତ ଲାଗି ଯେଜନା କରିବେ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ବିଶ୍ବାସ ଦ୍ବାରା ମଜଭୁତ ହେବ। ଯେଉଁ ଛାତ୍ରଛାତ୍ରୀ ବିଦେଶରେ ଶିକ୍ଷାଲାଭ ପାଇଁ ଇଚ୍ଛୁକ ସେମାନଙ୍କର ସ୍ବପ୍ନ ପୂରା ହେବ। ସ୍ବାସ୍ଥ୍ୟ ଉପ‌େର ଧ୍ୟାନ ଦିଅନ୍ତୁ।publive-image

ମୀନ : ଆଗକୁ ବଢ଼ିବା ଲାଗି ସମୟ ବହୁତ ଭଲ। କାରବାରରେ ନୂଆ ଆୟର ଉତ୍ସ ମିଳିପାରେ। ସାଥୀରେ କାମ କରୁଥିବା ଲୋକ ଆପଣଙ୍କ ଉପରେ ଖୁସି ରହିବେ। ଚାକିରିରେ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ଘରକୁ ବନ୍ଧୁ ଆସିବା ଯୋଗୁଁ ପରିବାରରେ ଖୁସିର ବାତାବରଣ ରହିବ। ଜୀବନସାଥୀ ଆପଣଙ୍କ ନିଷ୍କପଟତା ଉପରେ ପ୍ରଭାବିତ ହେବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ମାର୍ଗଦର୍ଶନ ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।