publive-imageମେଷ;କ୍ୟାରିୟର୍‌ରେ ଆଗକୁ ବଢ଼ିବା ପାଇଁ ନୂଆ ଅବସର ସାମନାକୁ ଆସିବ। ନୂଆ ବେପାର ଲାଗି ଯାତ୍ରା ଲାଭପ୍ରଦ ରହିବ। ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ। ଅଫିସରେ କାହାରି ସହିତ ତର୍କବିତର୍କ ନକରି ନିଜ କାମରେ ମନୋଯୋଗ ଦିଅନ୍ତୁ। ରାଜନୀତିକ ଲୋକ ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ବିବାହିତଙ୍କ ଲାଗି ସମୟ ବହୁତ ଭଲ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଭଲ ରହିବ।

Advertisment

publive-imageବୃଷ: ଜୀବନକୁ ଆହୁରି ସୁନ୍ଦର କରିବା ଲାଗି ସୁଯୋଗ ପାଇବେ। କୌଣସି ବଡ଼ କାମ କରି ପାରନ୍ତି। ଧାର ଦେଇଥିବା ଟଙ୍କାପଇସା ମିଳିବାର ଆଶା। ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡ଼ିବାର ବିଚାର କରିବେ। ଅଫିସ କାମରେ କୌଣସି ଆହ୍ବାନ ଆସିପାରେ। ରାଜନୀତିରେ ସଫଳତା ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ସାହିପଡ଼ିଶା ଆପଣଙ୍କ ଭଲ ବ୍ୟବହାରରେ ଖୁସି ରହିବେ। ନୂଆ ମୋଟର ଯାନ କିଣି ପାରନ୍ତି। ଜୀବନସାଥୀ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ। ଛାତ୍ରଛାତ୍ରୀଙ୍କର ପଢ଼ିବା ପ୍ରଦର୍ଶନ ବଢ଼ିଆ ରହିବ। ସୁସ୍ଥ ଓ ସତେଜ ଅନୁଭବ କରିବେ।

publive-imageମିଥୁନ :ବିଦ୍ୟୁତ୍ ଉପକରଣ ବ୍ୟବସାୟୀଙ୍କର ଆମଦାନିରେ ବୃଦ୍ଧି ହେବ। ଯେଉଁମାନେ ଚାକିରିର ଅଧିକାରୀ ପଦ ପାଇଁ ପ୍ରୟାସ କରିଆସୁଛନ୍ତି ସେମାନେ ସଫଳତା ପାଇବେ। ଇଂଜିନିୟର୍‌ମାନେ କାର୍ଯ୍ୟକ୍ଷେତ୍ର‌ରେ କିଛି ନୂଆ ପରିବର୍ତ୍ତନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରା କରିବେ। ଜୀବନସାଥୀ ସହିତ ସମ୍ବନ୍ଧ ମିଷ୍ଟତାପୂର୍ଣ୍ଣ ରହିବ। ନୂଆ ଜିନିଷ କିଣିବାକୁ ମନସ୍ଥ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଖୁସି ଭରା ରହିବ। ସହପାଠୀଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବାରେ ସାହାଯ୍ୟ ପାଇବେ। ମାନସିକ ସୁସ୍ଥ ରହିବା ପାଇଁ ଯୋଗ କରନ୍ତୁ।

publive-image

କର୍କଟ: ସୋସିଆଲ୍ ମିଡିଆରେ ଆପଣଙ୍କ ପୋଷ୍ଟକୁ ଅଧିକ ଲୋକ ପସନ୍ଦ କରିବେ। କାରବାରରେ କିଛି ନୂଆ ଲୋକ ଯୋଡ଼ି ହୋଇ ପାରନ୍ତି। ଯେଉଁମାନେ ଟ୍ରାଭେଲ୍‌ ଏଜେନ୍‌ସି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ଆୟ ବଢ଼ିବ। ଚାକିରିଜୀବୀଙ୍କୁ ଲାଭ ମିଳିବାର ସମ୍ଭାବନା। ଅଫିସରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିବେ। ରାଜନୀତିକ ଲୋକଙ୍କର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ସପରିବାର ଧର୍ମାନୁଷ୍ଠାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀ ନିଜର ଜୁନିୟର୍‌ ସହିତ ନୂଆ ଅନୁଭବ ବାଣ୍ଟିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-imageସିଂହ : ଅର୍ଥ ଚିନ୍ତା ଦୂର ହୋଇଯିବ। କ୍ୟାରିୟର ଲାଗି ନୂଆ ରାସ୍ତା ଖୋଲିବ। ତେଜରାତି ଦୋକାନୀଙ୍କର ବିକ୍ରି ବଢ଼ିବ ଏବଂ ଲାଭ ଭଲ ହେବ। ଅଫିସରେ ନିଜ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଚାକିରି ପାଇଁ ପରିଶ୍ରମ କରି ଆସୁଥିବା ଲୋକ ଖୁସି ଖବର ପାଇବେ। ରାଜନୀତିକ ଲୋକ ନୂଆ କାମ ଭଲଭାବେ କରିବାକୁ ଚେଷ୍ଟା କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଲାଗି ସମୟ ଲାଭପ୍ରଦ। ବୈବାହିକ ଜୀବନରେ ସୁଖସନ୍ତୋଷ ବୃଦ୍ଧି ହେବ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଛାତ୍ରୀ ନିଜର ସଂଶୟ ଶିକ୍ଷକଙ୍କ ଦ୍ବାରା ଦୂର କରିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିପାରନ୍ତି।

publive-imageକନ୍ୟା: କାରବାରରେ ଧନଲାଭ ହେବାର ସମ୍ଭାବନା। ଭବନ ବା ଜମିରେ ନିବେଶ ପାଇଁ ମନ ବନାଇବେ। ମେକାନିକାଲ୍‌ ଇଂଜିନିୟର୍‌ଙ୍କ ଲାଗି ସଫଳତାର ସମୟ। ଅଫିସରେ ବଡ଼ ଅଧିକାରୀମାନଙ୍କର ସହଯୋଗ ପାଇବେ। ରାଜନୀତିକ ନେତା ସତର୍କ ରହନ୍ତୁ। କିଛି ଲୋକ ଜାଣିଶୁଣି ଆପଣଙ୍କ କାମରେ ବାଧା ସୃଷ୍ଟି କରିବେ। କୋର୍ଟର ପରିଣାମ ଆପଣଙ୍କ ପକ୍ଷରେ ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରିବାର ଲୋକଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା କରିପାରନ୍ତି। ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ। ଛାତ୍ରଛାତ୍ରୀ ନୂଆ ଗତିବିଧିରେ ସାମିଲ ହେବେ। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।

publive-imageତୁଳା : ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କିଛି ନୂଆ କରିବା ପାଇଁ ଭାବି ପାରନ୍ତି। ପ୍ରସାଧନ ବ୍ୟବସାୟୀଙ୍କର ଲାଭ ହେବ। ଚାକିରିଜୀବୀଙ୍କ ଲାଗି ଲାଭର ସ୍ଥିତି ସୃଷ୍ଟି ହେବ। ଚାକିରି ଖୋଜୁଥିବା ମହିଳା ଭଲ ଜାଗାରେ ଚାକିରି ପାଇବେ। ଭୁଲ୍ ପରାମର୍ଶ ଦେଉଥିବା ଲୋକଙ୍କ ଠାରୁ ଦୂରରେ ରହନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରର କାମ ପାଇଁ ସମ୍ମାନିତ ହେବେ। ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହୋଇପାରେ। ନବ ବିବାହିତ ଦମ୍ପତି ବାହାରକୁ ଭ୍ରମଣରେ ଯିବେ। ଛାତ୍ରଛାତ୍ରୀ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageବିଛା :କାରବାରରେ ଲାଭ ହେବ। ଅଫିସରେ ଯେଉଁ କାମ କରିଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ବୟସାଧିକ ବ୍ୟକ୍ତି ଆଧ୍ୟାତ୍ମିକ ପୁସ୍ତକ ପଢ଼ିବାରେ ମନ ଲଗାଇବେ। କୃଷି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭ ହେବ। ଘରର ଲୋକମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ। ଦାମ୍ପତ୍ୟ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ଗଭୀର ହେବ। ଛାତ୍ରଛାତ୍ରୀ ନିଜର ପରିଶ୍ରମ ଉପରେ ଭରସା ରଖନ୍ତୁ। ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କୁ ଦେଖାଇବେ।

publive-imageଧନୁ : ପ୍ରତିଟି ଅସମ୍ଭବକୁ ସମ୍ଭବ କରିବାରେ ବଳ ରଖିବେ। କୌଣସି କାମରେ ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ବ୍ୟବସାୟ ବିଷୟରେ କୌଣସି ବୈଠକରେ ଯୋଗ ଦେବେ। ଅଫିସରେ ଆପଣଙ୍କର ମତ ରଖିବାରେ ସଫଳ ହେବେ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ପ୍ରଦାନ କରିବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। ଜମି କିଣିବାକୁ ଭାବୁଥିଲେ ବାପାମାଆଙ୍କ ସହିତ ପରାମର୍ଶ କରନ୍ତୁ। ଦାମ୍ପତ୍ୟ ସୁଖ ଆରାମଦାୟକ ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

publive-image

ମକର : ଶକ୍ତିର ସ୍ତର ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସଂପର୍କ ହେବ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ବ୍ୟବସାୟ ଡିଲ୍ ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ। ସଫ୍ଟୱେର୍‌ ଇଂଜିନିୟର୍‌ଙ୍କର ପଦୋନ୍ନତି ହୋଇପାରେ। ମହିଳାମାନଙ୍କର କଳା ସାହିତ୍ୟ ଆଡ଼କୁ ମନ ଢଳିବ। ବୈବାହିକ ଜୀବନ ଖୁସି ଭରା ରହିବ। ଫେସନ୍‌ ଡିଜାଇନିଙ୍ଗ୍‌ ଛାତ୍ରଛାତ୍ରୀଙ୍କ ଲାଗି ଚାକିରି ସୁଯୋଗ ଆସିବ। ପେଟ ସମସ୍ୟାରୁ ଆରାମ ପାଇବେ। ଯାନ ଚଳାଇବା ସମୟରେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ।

publive-image

କୁମ୍ଭ:ଜୀବନର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ସଫଳତା ହାସଲ ଲାଗି ତତ୍ପର ରହିବେ। ବେପାରରେ ଅନୁକୂଳ ସ୍ଥିତି ବଜାୟ ରହିବ। ଅଫିସରେ କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ସରକାରୀ ଚାକିରିଆ ପଦୋନ୍ନତି ଲାଗି ଯୋଜନା କରନ୍ତୁ। ରାଜନୀତିରେ ମାନସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ନୂଆ ଘର କିଣିବା ପାଇଁ ବିଚାର କରିବେ। ପ୍ରେମ କରୁଥିବା ବ୍ୟକ୍ତି ସାଥୀଙ୍କୁ ତାଙ୍କ ମନ ପସନ୍ଦର ଉପହାର ଦେବେ। ସ୍ବାସ୍ଥ୍ୟ ଭଲ ରହିବ। ବାହାରେ ତୈଳଯୁକ୍ତ ଖାଦ୍ୟ ପରିହାର କରନ୍ତୁ।
publive-image

ମୀନ : ନିଜର ଲକ୍ଷ୍ୟ ପ୍ରତି ଧ୍ୟାନ ଦେବେ‌। ବାଣୀରେ ମଧୁରତା ଆସିବ। ବ୍ୟବସାୟରେ କୌଣସି ବଡ଼ ସଫଳତା ହାତରେ ଲାଗିବ। ଅଫିସରେ ସମୟ ଭଲରେ କଟିବ। କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ, କାମରେ ସତର୍କ ରହନ୍ତୁ। ପଡ଼ୋଶୀ ଲୋକଙ୍କ ସହିତ ମଧୁରତା ବଜାୟ ରଖନ୍ତୁ। ଜମି କିଣିବା ପାଇଁ ଜମି ବ୍ୟବସାୟୀଙ୍କୁ ସାକ୍ଷାତ୍‌ କରି ଡିଲ୍ ଫାଇନାଲ୍‌ କରିବେ। ନବ- ଦମ୍ପତି ଘର ଏବଂ ଅଫିସ ଦୁନିଆରୁ ବାହାରି ପ୍ରକୃତିର ଆନନ୍ଦ ନିଅନ୍ତୁ। ଛାତ୍ରଛାତ୍ରୀ ନିଜର କ୍ୟାରିୟର୍‌ ପାଇଁ ଶିକ୍ଷକଙ୍କର ପରାମର୍ଶ ନେଇପାରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ। ଯୋଗ ଓ ବ୍ୟାୟାମ କରିବାର ଅଭ୍ୟାସ କରନ୍ତୁ।