publive-imageମେଷ:ପେସାଦାର ବ୍ୟବସାୟୀଙ୍କ ଲାଗି ବହୁତ ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଚାକିରିରେ ପଦୋନ୍ନତି ସହ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ନିଜର ପରିସର ବଢ଼ାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ବରିଷ୍ଠ ଓକିଲଙ୍କ ସହିତ କୌଣସି ମାମଲାର ଆଲୋଚନା ପାଇଁ ତାଙ୍କ ଘରକୁ ଯିବେ। ପରିବାରରେ ହର୍ଷ ଉଲ୍ଲାସ ଓ ତାଳମେଳ ବଜାୟ ରହିବ। ଜୀବନସାଥୀ ଆପଣଙ୍କ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।

Advertisment

publive-imageବୃଷ:ବ୍ୟବସାୟରେ ବିସ୍ତାର ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ପ୍ରଶଂସା କରିପାରନ୍ତି। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ। ରାଜନୀତିଜ୍ଞଙ୍କର ଉନ୍ନତି ହେବ। ବିରୋଧୀ ଦୂରତ୍ବ ବନାଇ ରହିବେ। କୋର୍ଟକଚେରି ମାମଲାରେ ବାଧା ଆସିପାରେ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରେ ବିନମ୍ର ଭାବ ରଖନ୍ତୁ। ପରିବାର ଲୋକଙ୍କ ସ୍ନେହ ଓ ସହଯୋଗ ପାଇବେ। ନବବିବାହିତ ଜୀବନସାଥୀଙ୍କୁ କୌଣସି ସୁନ୍ଦର ଉପହାର ଦେବେ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଭଲ ପରିଣାମ ହାସଲ ହେବ। ପ୍ରାତଃ ଭ୍ରମଣ କରନ୍ତୁ ସ୍ବାସ୍ଥ୍ୟ ଭଲ ରହିବ।

publive-imageମିଥୁନ :ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବେପାରରେ ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ସମୟ ଲାଭଦାୟକ। ନୂଆ ଚାକିରିର ସୁଯୋଗ ଆସିବ। ରାଜନୀତିକ ନେତା କିଛି ଭଲ କାମରେ ସହଯୋଗ ଦେଇପାରନ୍ତି। ପରିବାରରେ ସୁଖ ସୌଭାଗ୍ୟ ବଢ଼ିବ। ସନ୍ତାନ ତରଫରୁ ଖୁସି ଖବର ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀ କାମ ଓ ପାଠପଢ଼ାରେ ଭାରସାମ୍ୟ ବନାଇ ଚାଲିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

publive-image

କର୍କଟ: ବ୍ୟବସାୟରେ ପ୍ରଗତି ଲାଗି ସମୟ ଅନୁକୂଳ। ବଡ଼ କଂପାନି ସହିତ ସଉଦା କରିବାର ସୁଯୋଗ ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ସମୟ ଭଲ। ଅଫିସ‌େର କୌଣସି କାମ ପାଇଁ ଦାୟିତ୍ବ ନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି। ବାପାମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହେବ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageସିଂହ :ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବା ଯୋଗୁଁ ନୂଆ ଶାଖା ଆରମ୍ଭ କରିବା ଲାଗି ପରିବାର ସହିତ କଥା ହେବେ। ସରକାରୀ ଚାକିରିଜୀବୀଙ୍କ ଲାଗି ସମୟ ବହୁତ ଭଲ। ବିଦେଶ ଯିବାର ଯୋଗ ରହିଛି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ପାରିବାରିକ ମାମଲାରେ ପରିବାରର ସବୁ ଲୋକଙ୍କ ସହଯୋଗ ପାଇବେ। ଛାତ୍ରାବାସରେ ରହୁଥିବା ଛାତ୍ରମାନେ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ। ଛାତ୍ରୀମାନଙ୍କର ବୃଦ୍ଧି ହେଉଥିବା ଆତ୍ମବିଶ୍ବାସ କାମରେ ଆସିବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।

publive-imageକନ୍ୟା: ନିଜର ବ୍ୟବହାରକୁ ସ୍ବଚ୍ଛତା କରିବା ଲାଗି ଚେଷ୍ଟା କରିବେ। ଆୟବ୍ୟୟ ଲାଗି ଏକ ବଜେଟ ପ୍ରସ୍ତୁତ କରି ଚାଲନ୍ତୁ। ଭାଗୀଦାରି କାରବାରରେ ଲାଭ ପାଇବେ। ପୁଞ୍ଜି ବଜାରରେ ନିବେଶ ଲାଗି ଭାବିବେ। ଚାକିରି କ୍ଷେତ୍ରରେ ଅନ୍ୟମାନଙ୍କର ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ଯୋଡ଼ିହେବେ। କୃଷିଜୀବୀଙ୍କ ଲାଗି ଫସଲ ଦୃଷ୍ଟିରୁ ସମୟ ଅନୁକୂଳ। ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ଜୀବନସାଥୀ ମନର କଥା ଆପଣଙ୍କୁ କହିବେ। ସମ୍ବନ୍ଧରେ ମଧୁରତା ରହିବ। ଛାତ୍ରଛାତ୍ରୀ ପରିଶ୍ରମର ସଂପୂର୍ଣ୍ଣରୂପେ ପରିଣାମ ହାସଲ କରିବେ। ସ୍ବାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ।

publive-imageତୁଳା : ଆପଣଙ୍କର ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ବେପାରରେ ବିଶେଷ ସଫଳତା ହାସଲ ହେବ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୀତିରେ ମାନସମ୍ମାନ ପାଇବେ। କୋର୍ଟକଚେରି ମାମଲା ଠାରୁ ଦୂରରେ ରହନ୍ତୁ ଭଲ ହେବ। ଇଲେକ୍ଟ୍ରିକ୍ ବାଇକ୍‌ କିଣିବା ଯୋଗ ରହିଛି। ଘରର ସୁଖସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା। ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

publive-imageବିଛା : ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣ ନିଜର ଯୋଗ୍ୟତା ଓ କାର୍ଯ୍ୟ କୁଶଳତା ଦ୍ବାରା ଆଶାଠୁ ଅଧିକ ଲାଭ ପାଇବେ। ବିଲଡର୍ସଙ୍କୁ ଧନଲାଭ ହେବ, ଠିକା ମିଳିବ। ଅଫିସରେ ପରିବେଶ ଅଲଗା ରହିବା ଯୋଗୁଁ ଆପଣ ବ୍ୟସ୍ତ ଓ ଚଞ୍ଚଳ ରହିବେ। କଥା ହେବାବେଳେ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଖୁସି ଖବର ପାଇବେ। ଘରର ବାତାବରଣରେ ପ୍ରସନ୍ନତା ବଜାୟ ରହିବ। ଆୟବ୍ୟୟର ସମନ୍ବୟ ବଜାୟ ରହିବ। ଛାତ୍ରମାନେ ଅଧ୍ୟୟନରେ ଆଗୁଆ ରହିବେ। ସ୍ବାସ୍ଥ୍ୟ ଭଲ ରହିବ।

publive-imageଧନୁ : ଆପଣ ଖୁବ୍ ପରିଶ୍ରମ କରି ଆଗକୁ ବଢ଼ିବେ। ଆୟର ଉତ୍ସ ବୃଦ୍ଧି ହେବାର ଯୋଗ ରହିଛି। ପୁଞ୍ଜି ବଜାରରେ ନିବେଶ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଭଲ ରହିବ। ଅଫିସରେ ପରିବେଶ ଅନୁକୂଳ ବଜାୟ ରହିବ। ବରିଷ୍ଠଙ୍କର ସହଯୋଗ ପାଇବେ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଜୀବନସାଥୀ ସହିତ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଯୋଜନା କରିବେ। ଯେଉଁ ଛାତ୍ରଛାତ୍ରୀ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ସେମାନଙ୍କର ଆଶା ପୂରଣ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।

publive-image

ମକର :ବେପାରରେ ଯୋଜାନବଦ୍ଧ ରୂପେ କାମ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବି ପାରନ୍ତି। ଅଫିସରେ ଆପଣଙ୍କ କାମରେ ସମସ୍ତେ ଖୁସି ରହିବେ। ସଫ୍ଟୱେର୍‌ ଇଂଜିନିୟରଙ୍କ ଲାଗି ସମୟ ଭଲ। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରିର କଲ୍ ଆସିବ। ରାଜନୀତିକ ନେତା ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ପରିବାରରେ ପରିବେଶ ଶାନ୍ତିଦାୟକ ରହିବ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ବାଇକ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

publive-image

କୁମ୍ଭ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ପ୍ରଭାବିତ ହେବେ। ଆୟ ବୃଦ୍ଧି ଲାଗି ଅଧିକ ଉତ୍ସ ପାଇବାର ସମ୍ଭାବନା। ପୁଞ୍ଜି ବଜାର କ୍ଷେତ୍ରରେ ଥିବା ଲୋକ ନିବେଶ କରିବା ସମୟରେ ଧୈର୍ଯ୍ୟଧରି କାମ କରନ୍ତୁ। ଅଫିସରେ ବାତାବରଣ ଟିକେ ଗମ୍ଭୀର ରହିପାରେ। ନିଜ କାମରେ ସତର୍କତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖର ଅନୁଭୂତି ହେବ। ଚାକିରି ପାଇଁ ପ୍ରୟାସ କରିଆସୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ। ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ ଯୋଗାସନ କରନ୍ତୁ।
publive-image

ମୀନ : ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ବିତ୍ତୀୟ ମାମଲାରେ ଧୈର୍ଯ୍ୟଧରି କାମ କରନ୍ତୁ। ଚାକିରିରେ ପଦୋନ୍ନତି ସହ ଆୟ ବଢ଼ିପାରେ। ରାଜନୀତିକ ଲୋକ ସମାଜରେ ଉଚିତ ଆଦର ସମ୍ମାନ ପାଇବେ। ପରିବାରରେ ଖୁସି ବୃଦ୍ଧି ହୋଇପାରେ। ଦାମ୍ପତ୍ୟ ସମ୍ବନ୍ଧ ସୁଧାରିବା ଲାଗି ଭଲ ସମୟ। କୌଣସି କଥାକୁ ନେଇ ଅଧିକ ଜିଦ୍ କରନ୍ତୁନାହିଁ। ଯଦି ଆପଣ କାହାରିକୁ ପସନ୍ଦ କରୁଛନ୍ତି ତାଙ୍କୁ ମନର କଥା କହିବା ପାଇଁ ସମୟ ବହୁତ ଭଲ। ହୋଟେଲ ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ରଛାତ୍ରୀଙ୍କ ଲାଗି ଚାକିରିର ସୁଯୋଗ ଆସିବ। ନିଜ ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।