publive-imageବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ଅଚାନକ ଧନଲାଭ ହେବା ଯୋଗୁଁ ଆପଣଙ୍କର ଆର୍ଥିକ ସ୍ଥିତି ସାମାନ୍ୟ ହୋଇଯିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମୀଯୁଗଳ ଜଣେ ଅନ୍ୟ ଜଣଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ମନ ଓ ଶରୀର ସୁସ୍ଥ ରହିବ।

Advertisment

publive-imageଶୁଭ ଗ୍ରହଚଳନ ଯୋଗୁଁ ଆପଣଙ୍କର ମାନସିକ ସ୍ଥିତି ବହୁତ ଭଲ ରହିବ। ନୂଆ ବିଚାର ସହ କୌଣସି ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଲାଭ ହେବ। ବିଶେଷକରି ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଉତ୍ତମ। ପାରିବାରିକ ଜୀବନ ସୁଖକର ହେବ। ପ୍ରିୟଜନଙ୍କଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ଅବସର ପାଇବେ। ସ୍ବାସ୍ଥ୍ୟରେ ଯତ୍ନ ନିଅନ୍ତୁ।

publive-imageଏ ସପ୍ତାହ ଗ୍ରହମାନଙ୍କର ଶୁଭଦୃଷ୍ଟି ଯୋଗୁଁ ଆପଣ ଯାହାଚାହିଁବେ, ତାହା ହାସଲ କରିପାରିବେ। ଆର୍ଥିକ ପକ୍ଷ ଉତ୍ତମ ରହିବ। ଯେଉଁମାନେ ନୂଆ ଜମି କିଣିବାକୁ ଚାହୁଁଛନ୍ତି ସେମାନେ ଘରର ବଡ଼ଙ୍କ ଅନୁମତିରେ ଆଗକୁ ବଢ଼ନ୍ତୁ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ସ୍ମରଣୀୟ। ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

publive-image

ନୂଆ କାମ ଆରମ୍ଭ କରନ୍ତୁ ଭାଗ୍ୟର ପୂରା ସହଯୋଗ ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। କିଣାବିକା ଲାଗି ସମୟ ଭଲ। ପରିବାରରେ ସୁଖଶାନ୍ତିର ମାହୋଲ ରହିବ। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ମିଷ୍ଟତାଭରା ରହିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଠିକ୍‌ ରହିବ। ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ।

publive-imageସପ୍ତାହ ଆରମ୍ଭରୁ ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ ଏବଂ ଭାବିଥିବା ସବୁକାମ ପୂରା ହୋଇଯିବ। ନୂଆ ଉତ୍ସରୁ ଧନଲାଭ ହୋଇପାରେ। ପ୍ଲାଷ୍ଟିକ୍‌ ବ୍ୟବସାୟୀଙ୍କ ଲାଗି ସପ୍ତାହଟି ଲାଭପ୍ରଦ। ରାଜନୀତିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମିକପ୍ରେମିକା ଟିକେ ଅଶାନ୍ତିରେ ରହିବେ। ଛାତ୍ରଛାତ୍ରଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ହେବ।

publive-imageନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବଡ଼ଭାଇ ଓ ବାପାଙ୍କର ସାହାଯ୍ୟ ପାଇବେ। ଜୀବନସାଥୀ ସହ ମତଭେଦ ଦୂର ହେବ। ସପରିବାର ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧରେ ମିଷ୍ଟତା ବଜାୟ ରଖିବା ଲାଗି ସାଥୀଙ୍କୁ କିଛି ଉପହାର ଦିଅନ୍ତୁ। ଛାତ୍ରଛାତ୍ରୀଙ୍କର ବୃଦ୍ଧି ହୋଇଥିବା ଆତ୍ମବିଶ୍ବାସର ସ୍ତର କାମରେ ଆସିବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

publive-imageଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। କାରବାରରେ କିଛି ଏଭଳି କଥା ଆସିବ ଯାହାଦ୍ବାରା ଭବିଷ୍ୟତରେ ଲାଭଦାୟୀ ହେବ। ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ନିବେଶ କରନ୍ତୁ ଫାଇଦା ହେବ। ଆପଣ ସାମାଜିକ ସମାରୋହରେ ସହଯୋଗିତା କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ଆରାମଦାୟକ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଛାତ୍ରୀଙ୍କୁ କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ସ୍ବାସ୍ଥ୍ୟ ଚିନ୍ତା କମ୍‌ ହେବ।

publive-imageଆର୍ଥିକ ଦୃଷ୍ଟିରୁ ସପ୍ତାହଟି ବହୁତ ଭଲ ରହିବ। ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। କୌଣସି ବିଶେଷ କାର୍ଯ୍ୟରେ ଦୂରସ୍ଥାନକୁ ଯିବେ। ଖେଳାଳିଙ୍କ ଲାଗି ସମୟ ଭଲ। ଲେଖକଙ୍କୁ ପୁରସ୍କାର ମିଳିପାରେ। ପରିବାରରେ ଲାଗି ରହିଥିବା ଝିନ୍‌ଝଟ ସମାଧାନ ହୋଇଯିବ। ନୂଆଘର କିଣିବା ଲାଗି ବିଭିନ୍ନ ସ୍କିମ୍‌ ଉପରେ ଅନୁଧ୍ୟାନ କରିବେ। ବିଦ୍ୟାର୍ଥୀ ଆଳସ୍ୟକୁ ତ୍ୟାଗ କରନ୍ତୁ। ସ୍ବାସ୍ଥ୍ୟକୁ ଠିକ୍‌ ରଖିବା ଲାଗି ପ୍ରତିଦିନ ପ୍ରାତଃଭ୍ରମଣ ଓ ଯୋଗ କରନ୍ତୁ।

publive-imageଏ ସପ୍ତାହ ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକତା ବୃଦ୍ଧି କରିପାରନ୍ତି। କାମ ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ବ୍ୟବସାୟରେ ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଅଫିସ୍‌ରେ ଆପଣଙ୍କର ସମୟ ଭଲରେ କଟିବ। ବଡ଼ କମ୍ପାନିରେ ଚାକିରିର ପ୍ରସ୍ତାବ ଆସିବ। ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ପ୍ରେମିକା ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଛାତ୍ରଛାତ୍ରୀ ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ। ଆପଣଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ଚିନ୍ତାର କଥା ନାହିଁ।

publive-image
ମନର କଥା ମନରେ ରଖନ୍ତୁ ସମୟ ଆପଣଙ୍କ ସପକ୍ଷରେ ନାହିଁ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠଙ୍କର ସାହାଯ୍ୟ ନେବାକୁ ପଡ଼ିପାରେ। କାରବାରରେ ଲାଭ ହେବ। ବଜାରରେ ବାକି ପଡ଼ିଥିବା ପଇସା ପାଇବେ। ପାରିବାରକ ଜୀବନ ଭଲ ରହିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସିର ଆଗମନ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ। ପ୍ରେମ ସଂପର୍କରେ ମଧୁରତା ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତ ପାଇଁ ଇଚ୍ଛୁକ ହେବେ। ଦେହ ଓ ମନ ଭଲ ରହିବ।

publive-image

ବହୁତ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟର ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଠିକ୍‌ ଦିଶାରେ କାମକରି ଅଧିକ ସମସ୍ୟାର ସମାଧାନ କରିନେବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଜମି କିଣିବା ଲାଗି ସମୟ ଶୁଭ। ଜୀବନସାଥୀ ଆପଣଙ୍କୁ କିଛି ଭଲ ଖବର ଶୁଣାଇବେ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀ ନିଜର କାମ ଭଲ ଭାବେ ନିର୍ବାହ କରିବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

publive-imageସକାରାତ୍ମକ ତରଙ୍ଗରେ ପରିପୂର୍ଣ୍ଣ ରହିବେ। ମନର କଥା ଅନ୍ୟମାନଙ୍କୁ କହି ଭଲ ଅନୁଭବ କରିବେ। କୌଣସି କାମରେ ଆପଣଙ୍କୁ ଆଶାଠାରୁ ଅଧିକ ଲାଭ ହେବ। ଠିକାଦାରଙ୍କୁ ନୂଆ ଠିକା ମିଳିବ। ନୂଆ ଯାନ କିଣିବା ଯୋଗ ରହିଛି। ଜୀବନସାଥୀ ସହ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ବିଦ୍ୟାର୍ଥୀ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ସ୍ବାସ୍ଥ୍ୟ ଭଲର ହିବ।