ବ୍ୟବସାୟରେ ସାହସର ସହିତ କାମକରି ସଫଳତା ଓ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ଭଲ। ଅଫିସ୍ରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ମଜଭୁତ ବଜାୟ ରହିବ। କଳା କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ରାଜନୀତି କାର୍ଯ୍ୟରେ ଆପଣଙ୍କ ରୁଚି ବଢ଼ିବ। ପରିବାରରେ କଳହ ଦୂର ହେବ। ବାପାମାଆଙ୍କର ସ୍ନେହ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ ରହିବ। ଛାତ୍ରଛାତ୍ରୀ ବିଶେଷ ବିଷୟରେ ଶାନ୍ତିରେ ବିଚାର କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା କରିବେ। କୌଣସି ବିଶେଷ କାମରେ ବନ୍ଧ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ପ୍ରସାଧନ ବ୍ୟବସାୟଙ୍କର ଯଥେଷ୍ଟ ଲାଭ ହେବ। ଚାକିରିରେ ଉନ୍ନତି ଯୋଗ ରହିଛି। ନୂଆ ଜମି କିଣିବା ଲାଗି ସମୟ ଶୁଭ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନବବିବାହିତଙ୍କ ଲାଗି ସମୟ ବହୁତ ଭଲ। ପ୍ରେମିକା ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ଛାତ୍ରଛାତ୍ରୀ ଭଲ କମ୍ପାନିରେ ସାକ୍ଷାତକାର ପାଇଁ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପାଇଁ ପ୍ରାତଃଭ୍ରମଣ ବା ଯୋଗାସନ କରନ୍ତୁ।
ସପ୍ତାହଟି ଆପଣଙ୍କ ଲାଗି ଉତ୍ସାହପୂର୍ଣ୍ଣ ରହିବ। କୌଣସି ବିଶେଷବ୍ୟକ୍ତିଙ୍କ ସହିତ କଥା ହେବାର ସୁଯୋଗ ପାଇବେ। ଫେସନ୍ ଡିଜାଇନରଙ୍କ ମସ୍ତିଷ୍କରେ କିଛି ନୂଆ ବୁଦ୍ଧି ଓ ଡିଜାଇନ୍ ଆସିବ। ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସ୍ରେ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ। ପ୍ରେମିକା ସହିତ ବସି ମନରକଥା କହିବା ପାଇଁ ସୁଯୋଗ ପାଇବେ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବାକୁ ପାଇବେ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।
ଗ୍ରହଚଳନ ଦୃଷ୍ଟିରୁ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିଯିବ। ନିଜକୁ ଆର୍ଥିକ ରୂପେ ମଜଭୁତ ଅନୁଭବ କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସ୍ରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ଆପଣ ସହଯୋଗ ଦିଅନ୍ତୁ ଆପଣଙ୍କର ନାମ ହେବ। ପାରିବାରିକ ସମ୍ବନ୍ଧରେ ଭଲ ତାଳମେଳ ରହିବ। ଘରେ କୌଣସି ଜିନିଷର ମରାମତି କରିବାକୁ ପଡ଼ିପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ତର୍କବିତର୍କ ଓ ସମସ୍ୟାଠାରୁ ଦୂରରେ ରହନ୍ତୁ। ଛାତ୍ରଛାତ୍ରୀଙ୍କ ମନରେ କିଛି ନୂଆ ଶିଖିବାର ଆଗ୍ରହ ହେବ। ସ୍ବାସ୍ଥ୍ୟ ଚିନ୍ତା କମ୍ ହେବ।
ଏକାଗ୍ରତା ସହିତ ପରିଶ୍ରମ ଜାରି ରଖନ୍ତୁ। ଆପଣ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି, ତା’ ନିକଟରେ ପହଞ୍ଚିପାରିବେ। ଆପଣଙ୍କ ବ୍ୟବସାୟରେ ବାପା ସାହାଯ୍ୟ କରିବେ। ବିଲଡର୍ସଙ୍କ ଲାଗି ସମୟ ଆରାମଦାୟକ ରହିବ। ସମାଜରେ ଆପଣଙ୍କର ସୁଖ୍ୟାତି ବଢ଼ିବ। ଆପଣଙ୍କ ଶତ୍ରୁ ଆପଣଙ୍କଠାରୁ ଦୂରତ୍ବ ବଜାୟ ରହିବେ। ପରିବାର ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ସନ୍ତାନ ସହିତ ସମ୍ବନ୍ଧ ବଢ଼ିଆ ହେବ। ପ୍ରେମୀଯୁଗଳ ନିରୋଳାରେ ବସି ପୂର୍ବସ୍ମୃତି ମନେ ପକାଇବେ। ଛାତ୍ରଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିପାରେ।
ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରେରଣା ନେବେ। ପେସାଦାର ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। ଅଫିସ୍ରେ କର୍ତ୍ତୃପକ୍ଷଙ୍କୁ ଖୁସି ରଖିବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। କବିମାନଙ୍କର ପୁରୁଣା କାବ୍ୟର ପ୍ରଶଂସା ହୋଇପାରେ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଦର୍ଶନୀୟ ସ୍ଥାନକୁ ବୁଲିଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଭଲହେବ ପାଠପଢ଼ାରେ ମନନିବେଶ କରନ୍ତୁ। ଶାରୀରିକ ରୂପେ ସୁସ୍ଥ ରହିବେ।
ଆପଣଙ୍କ ସଫଳତା ପଥରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ବିବାଦଠାରୁ ଦୂରରେ ରହନ୍ତୁ। ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନଲାଭର ଯୋଗ ରହିଛି। ଜମି ବ୍ୟବସାୟୀଙ୍କର କାମ ଠିକ୍ ବାଟରେ ଆଗେଇବ। ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ମିଳିବ। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। କ୍ରିକେଟ୍ ଖେଳାଳି ନିଜର ହୃତଗୌରବ ଫେରିପାଇବେ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଲେଖାପଢ଼ାରେ ଛାତ୍ରଛାତ୍ରୀଙ୍କର ଏକାଗ୍ରତା ବଢ଼ିବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
ଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ଆପଣଙ୍କ ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଆପଣ ଯାହା ସହିତ ମିଶିବେ ସେହି ବ୍ୟକ୍ତି ଆପଣଙ୍କ ପ୍ରତି ପ୍ରଭାବିତ ହେବେ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ ରହିବ। ଅଫିସ୍ରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଶେଷ ବିଷୟରେ କଥାବାର୍ତ୍ତା କରିବେ। ବିଦେଶରେ ରହୁଥିବା କୌଣସି ବନ୍ଧୁଠାରୁ ଖୁସି ଖବର ପାଇବେ। ପାରିବାରିକ ସୁଖ ବୃଦ୍ଧି ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ। ବିଜ୍ଞାନ ଓ ଟେକ୍ନୋଲୋଜି ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ସ୍ବାସ୍ଥ୍ୟକୁ ନେଇ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ।
କ୍ୟାରିୟରରେ ଉନ୍ନତି ଯୋଗ ରହିଛି। ଆର୍ଥିକ ଚିନ୍ତାର ସମାଧାନ ବାହାରିବ। ବନ୍ଧୁଠାରୁ ନୂଆ ବ୍ୟବସାୟ ପାଇଁ ଜ୍ଞାନ ପାଇବେ। ଶୀତବସ୍ତ୍ର ବ୍ୟବସାୟୀଙ୍କୁ ଆଶାଠାରୁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ଯୋଗ ରହିଛି। ବଡ଼ କଂପାନି ସହିତ ଚାକିରି ପାଇଁ କଥାବାର୍ତ୍ତା କରିବେ। ବୈଜ୍ଞାନିକଙ୍କୁ କୌଣସି ବଡ଼ ସଫଳତା ମିଳିବ। ଆପଣଙ୍କ କଳାତ୍ମକ କ୍ଷମତାର ବିକାଶ ହେବ। ଘରେ ଧାର୍ମିକ କାର୍ଯ୍ୟ ହେବା ଯୋଗୁଁ ଆପଣଙ୍କର ସକାରାତ୍ମକ ଶକ୍ତି ବଜାୟ ରହିବ। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
ଗ୍ରହମାନଙ୍କର ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିଛି। ନୂଆ କାମ ଆରମ୍ଭ କରନ୍ତୁ ଯଥେଷ୍ଟ ଲାଭ ପାଇବେ। କୌଣସି ପାଖଲୋକ ଆପଣଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ କରିବାକୁ ଚେଷ୍ଟା କରିବେ। ତେଣୁ ସାବଧାନ ରହନ୍ତୁ। କାରବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଚାକିରିରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆପଣଙ୍କ କାମଦେଖି ତଳିଆ ଓ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପରିବାରରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ। ପ୍ରେମ ସମ୍ବନ୍ଧ ମଧୁର ରହିବ। ଛାତ୍ରଛାତ୍ରୀ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ସପ୍ତାହ ଆରମ୍ଭରୁ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। କାରବାରରେ ଲାଗି ରହିଥିବା ସମସ୍ୟାର ନିବାରଣ ହେବ। ଅଫିସ୍ରେ କର୍ତ୍ତୃପକ୍ଷଙ୍କୁ ଆପଣଙ୍କଠାରୁ ଯଥେଷ୍ଟ ଆଶା ରହିବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଓକିଲ କୌଣସି ପୁରୁଣାମ ମକଦ୍ଦମା ଉପରେ ଅଧିକ ମନ ନିବେଶ କରିବେ। ପରିବାରରେ ସୌହାର୍ଦ ବଜାୟ ରହିବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।
ଅଚାନକ ଆପଣଙ୍କୁ କିଛି ଏଭଳି ହାସଲ ଯାହା ବହୁଦିନରୁ ତଲାସରେ ଥିଲେ। କୌଣସି ବଡ଼ କମ୍ପାନି ସହ ଯୋଡ଼ିବାର ମଉକା ପାଇବେ। ଅଧ୍ୟାପକଙ୍କ ଲାଗି ସମୟ ବହୁତ ଭଲ। ନୂଆ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବା ପାଇଁ କୌଣସି ସହକର୍ମୀଙ୍କର ସହଯୋଗ ପାଇବେ। ଆପଣଙ୍କର ସମାଜକଲ୍ୟାଣ କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି। ବିବାହିତ ନିଜ ସାଥୀର ଭାବନାକୁ ବୁଝନ୍ତୁ। ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ବନ୍ଧର ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ। ସ୍ବାସ୍ଥ୍ୟଲାଭ ପାଇଁ କୌଣସି ଯୋଜନା ଉପରେ କାମ କରିବେ।