publive-imageଏ ସପ୍ତାହ ଗ୍ରହ ଚଳନ ଦୃଷ୍ଟିରୁ ଆପଣଙ୍କର ସାହସ ଓ ଆତ୍ମବିଶ୍ବାସ ବୃଦ୍ଧି ହେବ। ଯାହାର ପରିଣାମ ସ୍ବରୂପ ଆପଣ ନିଜ ଜୀବନରେ ସଠିକ୍‌ ନିର୍ଣ୍ଣୟ ସରଳତାରେ ନେଇପାରିବେ। ଭାଗୀଦାରି କାରବାରରେ ଆଶାଜନକ ପରିଣାମ ପାଇବେ। ବ୍ୟବସାୟର ବିସ୍ତାର ପାଇଁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ବସି ଉଚିତ ଯୋଜନା ପ୍ରସ୍ତୁତ କରିବେ। ଚାକିରିରେ ଉନ୍ନତି ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳ ନିଜର ସାଥୀଠାରୁ ପୂର୍ଣ୍ଣ ପ୍ରେମ ଓ ସହଯୋଗ ପାଇବେ।

Advertisment

publive-imageଜୀବନରେ ଅନେକ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିବେ। ପୂର୍ବରୁ ଲାଗି ରହିଥିବା ଅର୍ଥଚିନ୍ତା ସମାପ୍ତ ହୋଇଯିବ। ବ୍ୟବସାୟରେ ପରିଶ୍ରମ ଅନୁସା‌େର ସଫଳତା ଓ ଲାଭ ପାଇବେ। ଅଫିସ୍‌ରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଆପଣଙ୍କର ଜ୍ଞାନ ଆପଣଙ୍କର ଆଖପାଖର ଲୋକଙ୍କୁ ପ୍ରଭାବିତ କରିବ। ଆପଣଙ୍କ ପଡ଼ିଶାର କୌଣସି ବ୍ୟକ୍ତିଙ୍କୁ ନିଜର ଭଲ ସ୍ବଭାବ ଲାଗି ନିଜଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। ଜୀବନସାଥୀ ସହିତ ପ୍ରେମ ବଢ଼ିବ।

publive-imageଏ ସପ୍ତାହ ଆପଣଙ୍କୁ ବଢ଼ିଆ ଜୀବନ ଜିଇବା ଲାଗି ଏବଂ ବ୍ୟକ୍ତିତ୍ବର ସୁଧାର ଆଣିବା ପାଇଁ ଅଧିକ ଚେଷ୍ଟା କରିବାକୁ ହେବ। କ୍ରମାନ୍ବୟ ଭାବରେ ଧନଲାଭ ସୁଯୋଗ ରହିଛି। ହେଲେ ବଜେଟ୍‌କୁ ଧ୍ୟାନରଖି ଖର୍ଚ୍ଚ କରିବାକୁ ହେବ। ଆପଣ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନିଜର ଗୁରୁ ଏବଂ ପରିବାରର ବୟସାଧିକ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କଠାରୁ ସ୍ନେହ, ସହଯୋଗ ଓ ରୋମାନ୍‌ସ ପାଇପାରିବେ। ପରିବାରରେ ବାତାବରଣ ଉତ୍ସବମୁଖର ରହିବ।

publive-image

ସପ୍ତାହର ପ୍ରଥମ ତିନିଦିନ ଆପଣଙ୍କ ମନ କିଛି ଉଦାସ ରହିବ। ଯେଉଁଥିପାଇଁ ଆପଣ ନିଜ ଲକ୍ଷ୍ୟକୁ ପୂରା କରିବାରେ ଅକ୍ଷମ ହେବେ। ବ୍ୟବସାୟୀମ‌ାନେ ଯାହାଙ୍କୁ ଧାର୍‌ ଦେଇଛନ୍ତି ତାଙ୍କଠାରୁ କେମିତି ଆଦାୟ କରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଦୀର୍ଘଦିନରୁ ଅଟକିଥିବା ଘରକାମ ପୂରା କରିବା ପାଇଁ ଅଫିସ୍‌ରୁ ଛୁଟି ନେଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ଆପଣଙ୍କ ପ୍ରେମ ଜୀବନରେ ଅନୁକୂଳ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

publive-imageଏ ସପ୍ତାହ ଧନ ସଞ୍ଚୟ କରିପାରିବେ। କାରଣ ବଜାରରେ ପଡ଼ିଥିବା ବକେୟା ଅର୍ଥ ପାଇବେ। ନୂଆ କାରବାରରେ ପୁଞ୍ଜି ଲଗାନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଆପଣ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ପରିବାର ସହିତ ଅତିବାହିତ କରିବେ। ପରିବାର ସଂପର୍କିତ କୌଣସି ନିର୍ଣ୍ଣୟ ସାଙ୍ଗରେ ବସି ବିଚାର ବିମର୍ଶ କରିବେ। ଆପଣ ନିଜର ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ଆପଣଙ୍କର କ୍ଷତି ହୋଇପାରେ।

publive-imageପୈତୃକ ସଂପତ୍ତି ବା ଜମିବାଡ଼ିରୁ ଅଚାନକ ଧନପ୍ରାପ୍ତିର ଯୋଗ ରହିଛି। ଅଫିସ୍‌ରେ ଆପଣଙ୍କୁ ଏଭଳି କାମ ମିଳିପାରେ ଯାହା ଆପଣ ସବୁବେଳେ କରିବାକୁ ଚାହୁଁଥିଲେ। ବ୍ୟବସାୟୀଙ୍କ ଲାଗି ସପ୍ତାହଟି ଭଲ ରହିବ। ଆପଣ ରହୁଥିବା ବାସସ୍ଥାନରୁ ଦୂରରେ ରହିବାପାଇଁ ଯୋଜନା କରିପାରନ୍ତି। ଭାଇଭଉଣୀଙ୍କ ସହାୟତାରେ ଆପଣ ନିଜ ପାରିବାରିକ ଜୀବନକୁ ସୁଚାରୁ ରୂପେ ଚଳାଇବାରେ ସମର୍ଥ ରହିବେ। ଆପଣଙ୍କୁ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିପାରେ।

publive-imageଆପଣଙ୍କର ମାନସିକ ସ୍ଥିତି ବହୁତ ଭଲ ରହିବ। କାରଣ ବିଭିନ୍ନ ପ୍ରକାର ଆଶାନ୍ତିରୁ ନିଜକୁ ଦୂରରେ ରଖିବାରେ ସଫଳ ହେବେ। ବେପାର ବଣିଜରେ ବେଶୀ ଲାଭ ଅଧିକ ମନୋଯୋଗରେ କାମ କରିବେ। ଅଫିସ୍‌ରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ପରିବାରରେ କୌଣସି ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଆପଣଙ୍କର ଯେତିକି ସମ୍ଭବ ହେବ ନିଜର ବହୁମୂଲ୍ୟ ସମୟ ନିଜ ପିଲାମାନଙ୍କ ସହିତ ଅତିବାହିତ କରନ୍ତୁ।

publive-imageଚାକିରିଜୀବୀଙ୍କ ଉପରେ ଶୁଭ ଗ୍ରହର କୃପାଦୃଷ୍ଟି ହେତୁ ପଦୋନ୍ନତି ପାଇବାର ଶୁଭ ଅବସର ମିଳିବ। ଆର୍ଥିକପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ହେଲେ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାର ପ୍ରତି ଆପଣଙ୍କର ଦାୟିତ୍ବ ବୁଝି ପରିବାର ଲୋକଙ୍କ ଆବଶ୍ୟକତାକୁ ପୂରା କରିବା ପାଇଁ ଗୁରୁତ୍ବ ଦେବେ। ବାପାମାଆଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ବିଦେଶ ଯିବାର ଯୋଗ ରହିଛି। ପ୍ରେମଜୀବନ ମଧୁର ରହିବ।

publive-imageଏ ସପ୍ତାହ ଆପଣଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଯାହାଦ୍ବାରା କିଛି ନୂଆକରି ଦେଖାଇବାକୁ ଭାବିବେ। ବ୍ୟବସାୟରେ ସୁଧାର ପାଇଁ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଅଫିସ୍‌ରେ ଆପଣଙ୍କର ମତ ରଖିବାର ଅବସର ପାଇବେ। ପରିବାରରେ ସବୁଲୋକ ପ୍ରସନ୍ନ ରହିବେ। ଘରେ ଶୁଭ ମାଙ୍ଗଳିକ କାର୍ଯ୍ୟକ୍ରମ, କାହାରି ବିବାହ କିମ୍ବା ସନ୍ତାନର ଜନ୍ମଉତ୍ସବ ପାଳନ କରିବେ। ପ୍ରେମୀଯୁଗଳ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

publive-image
ଏ ସପ୍ତାହ ପୂର୍ବରୁ ଲାଗି ରହିଥିବା ବ୍ୟକ୍ତିଗତ ସମସ୍ୟାର ସମାଧାନ ଆପଣଙ୍କୁ ମିଳିଯାଇପାରେ। ବେପାର ଉଦ୍ୟୋଗ କ୍ଷେତ୍ରରେ ଆପଣଙ୍କୁ ନୂଆ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆବଶ୍ୟକତା ବେଳେ ଆପଣଙ୍କ ପାଖରେ ଅର୍ଥର ଅଭାବ ହୋଇପାରେ। ଯାହାଦ୍ବାରା ଧାର୍‌ ନେଇ ମୁଣ୍ଡ ଉପରେ ଅତିରିକ୍ତ ବୋଝ ବଢ଼ାଇ ପାରନ୍ତି। ଅଫିସ୍‌ରେ ଆପଣ ତଳିଆ କର୍ମଚାରୀଙ୍କର ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ।

publive-image

ସପ୍ତାହଟି ଆପଣଙ୍କ ଜୀବନରେ ଅଲଗା ଅଲଗା କ୍ଷେତ୍ରରେ ବାଧା ଏବଂ ଅଶାନ୍ତି ଆପଣଙ୍କ ସ୍ବଭାବରେ ଚିଡ଼ିଚିଡ଼ା ପଣ ନେଇଆସିବ। ଆପଣଙ୍କର ଏହି ସ୍ବଭାବ ଘରଲୋକଙ୍କ ସହିତ ବିବାଦ କରିପାରେ। କ୍ୟାରିୟର ଦୃଷ୍ଟିରୁ ଆପଣ କୌଣସି କାର୍ଯ୍ୟ ଆଗାମୀ ଦିନରେ କରିବାର ଇଚ୍ଛା ପରିହାର କରନ୍ତୁ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିପାରେ। ସନ୍ତାନର ଶିକ୍ଷା ପାଇଁ ଅଧିକ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।publive-image

ଜୀବନରେ ଆଗକୁ ବଢ଼ିବା ପାଇଁ ଧୈର୍ଯ୍ୟଧରି କାମ କରିବାକୁ ହେବ। ବିଶେଷକରି ମୁସ୍କିଲ୍‌ ପରିସ୍ଥିତିରେ କିଛି ନିଷ୍ପତ୍ତି ନେବା ସମୟରେ ଭବିଷ୍ୟତ ସଂପର୍କରେ ଚିନ୍ତା କରନ୍ତୁ। ସୁନା ଅଳଙ୍କାର, ଗୃହ ସଂପତ୍ତି ବା ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ନିଜର ବାଣୀ ଓ ନିଜର ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ। କାରଣ ଅଶୁଦ୍ଧ ଅର୍ଥ ବାହାର କରି କେହି ଝଗଡ଼ା କରିପାରନ୍ତି। ପ୍ରେମିକପ୍ରେମିକାଙ୍କ ଲାଗି ସମୟ ଭଲ।