publive-imageସପ୍ତାହ ଆରମ୍ଭରୁ ନିଜକୁ ଶକ୍ତିମାନ୍‌ ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ପାଇଁ ଦିଗୁଣା ପରିଶ୍ରମ କରି ସଫଳ ହେବେ। ଅଫିସ୍‌ରେ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ଆପଣଙ୍କ ଚୟନ ସରକାରୀ ଚାକିରି ପାଇଁ ହୋଇପାରେ। ପରିବାର ଲୋକଙ୍କ ସହିତ ହସମଜାର ବାର୍ତ୍ତାଳାପ ଘରର ବାତାବରଣକୁ ଆନନ୍ଦମୟ କରିବ। ଖର୍ଚ୍ଚ ବଢ଼ିବା ଯୋଗୁଁ ଆପଣ ଟିକେ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିଁ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀଙ୍କୁ କିଛି ସମୟ ଦିଅନ୍ତୁ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ। ଘରକୁ ଅଚାନକ ବନ୍ଧୁ ଆସିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ସମସ୍ୟା ସୃଷ୍ଟି ହୋଇପାରେ। ଅତ୍ୟଧିକ କ୍ରୋଧ ଆପଣଙ୍କ ସ୍ବାସ୍ଥ୍ୟ ଲାଗି ହାନିକାରକ ହୋଇପାରେ।

Advertisment

publive-imageଏ ସପ୍ତାହ କୌଣସି ନୂଆ କାମ ଶୁଭାରମ୍ଭ କିମ୍ବା କୌଣସି ନୂଆ କାରବାରରେ ପୁଞ୍ଜି ନିବେଶ ଉପଯୁକ୍ତ ରହିବ। ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇପାରିବେ। ଧାର୍‌ ଦେଲେ ଠିକଣା ସମୟରେ ଅର୍ଥ ଫେରସ୍ତ ପାଇବାର ଆଶା କମ୍। ଅଫିସ୍‌ରେ ନୂଆ ଲୋକମାନଙ୍କ ସହିତ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି। ପାରିବାରିକ ଜୀବନରେ ମଧୁରତା ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀ ସହିତ ଖୋଲା ମନରେ କଥା ହୁଅନ୍ତୁ, ଭ୍ରାନ୍ତ ଧାରଣା ଦୂର ହେବ। ଯେଉଁ ଛାତ୍ରଛାତ୍ରୀ ଘରଠାରୁ ଦୂରରେ ରହି ପଢୁଛନ୍ତି ସେମାନେ ପରିବାରର କୌଣସି ଏଭଳି ଖବର ପାଇବେ ଯାହାଦ୍ବାରା ପାଠପଢ଼ାରେ ମନ କମ୍‌ ଲାଗିବ। ସ୍ବାସ୍ଥ୍ୟ ଜୀବନର ଅସଲ ପୁଞ୍ଜି। ଏହିକଥାକୁ ଆପଣଙ୍କ ଜୀବନରେ ଗ୍ରହଣ କରି ଏହା ଉପରେ ବିଚାର କରିବେ।

publive-imageଆପଣ ନିଜ ଖରାପ ସ୍ବଭାବର ପରିବର୍ତ୍ତନ ଆଣିବା ଲାଗି ଉଚିତ ପ୍ରୟାସ କରିବେ। ଆର୍ଥିକ ଲାଭର ଅବସର ପାଇବେ। ବେପାରରେ କୌଣସି ନୂଆ ଚୁକ୍ତିପତ୍ର ହୋଇପାରେ। ଚାକିରିରେ ଭଲ ପ୍ରଦର୍ଶନ ଦେବା‌େର ସଫଳ ରହିବେ। ଉପରିସ୍ଥ କର୍ମଚାରୀଙ୍କ ସହିତ ଭଲ ତାଳମେଳ ବଜାୟ ରଖନ୍ତୁ, ଲାଭ ପାଇବେ। ଆପଣଙ୍କର କୌଣସି କାମ ପାଇଁ ଆପଣଙ୍କ ବାପାମାଆ ଗର୍ବ ଅନୁଭବ କରି‌େବ। ବୈବାହିକ ଜୀବନ ପ୍ରୀତିକର ହେବ। ଜୀବନସାଥୀଙ୍କ ଠାରୁ ବଢ଼ିଆ ଉପହାର ମିଳିପାରେ। ଆପଣଙ୍କ ପ୍ରେମ ଜୀବନ ସୁଖଦ ରହିବ। ପ୍ରେମୀଯୁଗଳ ନିଜର ମନୋଭାବ ଅଭିବ୍ୟକ୍ତ କରିବାରେ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ କମ୍‌ ମନ ଲାଗିବ। ଶରୀର ସୁସ୍ଥସବଳ ରହିବ।

publive-image

ପ୍ରଗତିରେ ଗତିରୋଧ ହେବାର ଯୋଗ ରହିଛି। ଜୀବନର ବିଭିନ୍ନ କ୍ଷେତ୍ରରେ ନକାରାତ୍ମକ ପରିଣାମ ମିଳିବା ଯୋଗୁଁ ଆପଣଙ୍କ ସାହସ ଓ ପରାକ୍ରମରେ କମି ଆସିବ। ପରିବାରର ବୟସାଧିକ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କୁ ଧନ କମାଇବାରେ ସାହାଯ୍ୟ କରିବ। ଅଫିସ୍‌ରେ ଆପଣଙ୍କ କାମକୁ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ସାଥୀଙ୍କୁ ଘର ଲୋକଙ୍କ ସହିତ ମିଶାଇବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆପଣଙ୍କର ପସନ୍ଦ ଆପଣଙ୍କ ଘର ଲୋକଙ୍କର ବି ପସନ୍ଦ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବା ପାଇଁ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ। ମାନସିକ ଶାନ୍ତି ଓ ସ୍ଥିରତା ପାଇଁ ଧ୍ୟାନ କରନ୍ତୁ ଓ ଗୀତା ପଢ଼ନ୍ତୁ।

publive-imageଏ ସପ୍ତାହ ଶୁଭ ଗ୍ରହଚଳନ ଦୃଷ୍ଟିରୁ ଆପଣଙ୍କର ମନସ୍କାମନା ପୂରା ହେବ। ଆପଣ ଋଣ ପରିଶୋଧ କରିବେ। ପୁଞ୍ଜି ବଜାରରେ କରିଥିବା ନିବେଶରୁ ଯଥେଷ୍ଟ ଲାଭ ପାଇବେ। ଭାଗୀଦାରିରେ ବେପାର କରୁଥିବା ବ୍ୟକ୍ତିମାନେ ସାଥୀର କୌଣସି କଥାକୁ ନେଇ ସହଜରେ ସହମତ ହୋଇପାରିବେ ନାହିଁ। ଅଫିସ୍‌ରେ ଆପଣଙ୍କ କାମକୁ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ। କୌଣସି ପଡ଼ୋଶୀ, ବନ୍ଧୁ ବା ନିକଟ ସଂପର୍କୀୟଙ୍କ ପାଇଁ ଆପଣଙ୍କ ବୈବାହିକ ଜୀବନରେ ବିବାଦ ହେବାର ସମ୍ଭାବନା। ପ୍ରେମ କରୁଥିବା ବ୍ୟକ୍ତି କାର୍ଯ୍ୟବ୍ୟସ୍ତ ଯୋଗୁଁ ସାଥୀଙ୍କ ପାଇଁ ଯଥେଷ୍ଟ ସମୟ ଦେଇପାରିବେ ନାହିଁ। ପାଠପଢ଼ା ବ୍ୟତୀତ ଛାତ୍ରଛାତ୍ରୀମାନେ କିଛି ସମୟ ନିଜ ନିଜର ସାଙ୍ଗ ଓ ଖେଳକୁଦରେ ବିତାନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

publive-imageଏ ସପ୍ତାହ ଆପଣଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ଭାଇଭଉଣୀଙ୍କ ସହାୟତା ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି କରାଇବ। ବେପାର ମାମଲାରେ ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଅଫିସ୍‌ରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଆପଣଙ୍କୁ ଦିଆଯାଇଥିବା ଦାୟିତ୍ବ ନିର୍ଦ୍ଧାରିତ ସମୟରେ ପୂରା କରିବା‌େର ସଫଳ ହେବେ। ବିବାହିତଙ୍କ ଲାଗି ସପ୍ତାହଟି ବହୁତ ଭଲ। ଜୀବନସାଥୀ ସହିତ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ ଏବଂ ଆପଣ ତାଙ୍କର ପ୍ରତିଟି ପଦକ୍ଷେପରେ ସହଯୋଗ କରିବେ। ଆପଣଙ୍କ ପ୍ରେମ ଜୀବନ ଭଲ ରହିବ। ସାଥୀଙ୍କଠାରୁ ମନପସନ୍ଦର ଉପହାର ପାଇବେ। ହାଇସ୍କୁଲ୍‌ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବା ପାଇଁ ଅଧିକ ପରିଶ୍ରମ କରନ୍ତୁ।

publive-imageଚାକିରି ବଦଳାଇବା କିମ୍ବା ବ୍ୟବସାୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମୟ ବହୁତ ଶୁଭ ସାବ୍ୟସ୍ତ ହୋଇପାରେ। ପୁଞ୍ଜି ବଜାରରେ ଲାଭ ଆପଣଙ୍କ ଆଶାକୁ ଟପିଯିବ। କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେଇ ନିବେଶ କରନ୍ତୁ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ସମୟ ସମୟରେ ଭାଇ ଭଉଣୀର ସହଯୋଗ ପାଇବେ। ପରିବାରରେ ସୁଖସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀ ସହିତ ବାହାରକୁ ଭ୍ରମଣରେ ଯାଆନ୍ତୁ ଆପଣଙ୍କୁ ବହୁତ ଆନନ୍ଦ ମିଳିବ। ଆପଣଙ୍କ ପ୍ରେମ ଜୀବନ ମଧୁର ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ଅଭିଭାବକ ଏବଂ ଶିକ୍ଷକଙ୍କର ସାହାଯ୍ୟ ପାଇପାରିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

publive-imageସକାରାତ୍ମକ ଭାବନା ସହିତ ନିଜ ବାଣୀରେ ମଧୁରତା ଆଣନ୍ତୁ। ବେପାର ଉଦ୍ୟୋଗରେ ଯଥେଷ୍ଟ ଲାଭ ପାଇବେ। ଏହି ଲାଭରୁ ବଡ଼ ଭାଗ ସଞ୍ଚୟ କରିବାରେ ସଫଳ ହେବେ। ଏହା ବ୍ୟତୀତ ରିୟଲ୍‌ ଇଷ୍ଟେଟ୍‌ ପ୍ରୋଜେକ୍ଟ ବା ଭୂସଂପତ୍ତିରେ ନିବେଶ କରି ନିଜର ଭବିଷ୍ୟତକୁ ଉଜ୍ଜ୍ବଳ କରିପାରନ୍ତି। ଚାକିରିରେ ଉନ୍ନତି ଯୋଗ ରହିଛି। ରାଜନୀତିରେ ଆପଣଙ୍କର ମହତ୍ତ୍ବାକାଂକ୍ଷା ପୂରା ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆପଣଙ୍କ ପ୍ରେମ ଜୀବନ ଅପ୍ରତ୍ୟାଶିତ ଖୁସି ପ୍ରଦାନ କରିବ। ଆପଣ ନିଜର ସାଥୀଙ୍କୁ ଖୁସି ରଖିବା ଲାଗି କିଛି ବି କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଅନୁକୂଳ ହେବ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

publive-imageଆପଣଙ୍କ ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କାରବାରରେ ସକାରାତ୍ମକ ପରିବର୍ତ୍ତନ ହେବ ଏବଂ ଆପଣ ଆର୍ଥିକ ଲାଭ ପାଇ‌େବ। ଚାକିରିରେ ଆପଣଙ୍କର କୌଣସି କାମକୁ ନେଇ ପ୍ରଶଂସା ହେବ। ସାହିତ୍ୟିକଙ୍କ ଲାଗି ସମୟ ଲାଭପ୍ରଦ ରହିବ। ଆପଣଙ୍କ ଜୀବନରେ ଅଚାନକ କୌଣସି ପ୍ରକାର ଖର୍ଚ୍ଚ ଆସି ପହଞ୍ଚିପାରେ। ଭାଇ ଭଉଣୀଙ୍କଠାରୁ ଆର୍ଥିକ ସାହାଯ୍ୟ ନେଇପାରନ୍ତି। ଜୀବନସାଥୀର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିପାରେ। ପ୍ରେମ ଜୀବନରେ ଆପଣ ସଫଳତା ପାଇବେ। ଅବିବାହିତଙ୍କ ଲାଗି ବିବାହର ନୂଆ ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀମାନେ ନୂଆ ଗତିବିଧିରେ ସାମିଲ ହେବେ। ସ୍ବାସ୍ଥ୍ୟରେ ସୁଧାର ହେବ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ

publive-image
ବେପାରରେ ଅଚାନକ ଧନଲାଭ ହେବ। ନୂଆ କାରବାରରେ ପୁଞ୍ଜି ଲଗାନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଭାଗୀଦାରି ବେପାରରେ କୌଣସି ମହତ୍ତ୍ବପୂର୍ଣ୍ଣ ଫଇସଲା କରିପାରନ୍ତି। ଅଫିସରେ ପ୍ରତ୍ୟେକ କାର୍ଯ୍ୟ ଓ ଲକ୍ଷ୍ୟପ୍ରାପ୍ତି ପାଇଁ ପୂର୍ବରୁ କରିଥିବା ଯୋଜନାରେ କୌଣସି ବ୍ୟକ୍ତି ବାଧା ସୃଷ୍ଟି କରିପାରନ୍ତି। ଘର ସଫାସୁତୁରା ବେଳେ ପୂର୍ବରୁ ହଜାଇଥିବା କୌଣସି ମୂଲ୍ୟବାନ ବସ୍ତୁ ମିଳିବା ଯୋଗୁଁ ଘରର ବାତାବରଣ ଭଲ ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବା ପାଇଁ ଆପଣଙ୍କୁ ପ୍ରୟାସ କରିବାକୁ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଯଦିଓ ପ୍ରେମିକାଙ୍କୁ କୌଣସି କଥାରେ ମିଛ ନ କୁହନ୍ତି। ଛାତ୍ରଛାତ୍ରୀ ପୂର୍ବରୁ କରିଥିବା ପରିଶ୍ରମର ଉତ୍ତମ ଫଳ ପାଇବେ। ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ଚିନ୍ତା କମ୍‌ ହେବ।

publive-image

ଆର୍ଥିକ ଜୀବନରେ ଭାଗ୍ୟର ପୂର୍ଣ୍ଣ ରୂପେ ସହଯୋଗ ପାଇବେ। କିନ୍ତୁ, ଆପଣ କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ବାସ୍ତବିକତାର ଆକଳନ କରି ନିବେଶ କରନ୍ତୁ। ସରକାରୀ ଚାକିରିଆଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବା ସହ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବାର ସମ୍ଭାବନା। ଜୀବନସାଥୀ କୌଣସି କଥାକୁ ନେଇ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ପ୍ରେମିକ ସହିତ ଫୋନ୍‌ରେ କଥାହେବା ବେଳେ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ, ସମ୍ବନ୍ଧରେ ମଧୁରତା ବଜାୟ ରହିବ। ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ ଏବଂ ନିଜ ଉପରେ ଭରସା ରଖନ୍ତୁ। ସ୍ବାସ୍ଥ୍ୟଲାଭ ପାଇଁ ଖାଦ୍ୟପାନୀୟ ପ୍ରତି ସଜାଗ ଓ ନିୟମିତ ରୂପେ ଯୋଗାଭ୍ୟାସ କରନ୍ତୁ।
publive-image

ବେପାରରେ ବୃଦ୍ଧି ପାଇଁ ମନ ଲଗାଇ କାମ କରନ୍ତୁ। ଆପଣ ନିଜର ଅନୁଶାସନ ଓ କଠିନ ପରିଶ୍ରମ ବଳରେ ଚାକିରିରେ ପଦୋନ୍ନତି ସହିତ ଦରମା ବୃଦ୍ଧି ପ୍ରାପ୍ତ କରିବାରେ ସଫଳ ରହିବେ। କୃଷି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ଧନଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ସହିତ ସମୟ ଅତିବାହିତ କରି ତାଙ୍କର ମନୋଭାବକୁ ବୁଝିବାକୁ ପ୍ରୟାସ କରିବେ। ପ୍ରେମ ଜୀବନ ବହୁତ ଭଲ ରହିବ। ସାଥୀଙ୍କୁ ତାଙ୍କ ମନପସନ୍ଦର ଉପହାର ଦେବେ। ଛାତ୍ରଛାତ୍ରୀ ନିଜ ପରିଶ୍ରମ ବଳରେ ପରୀକ୍ଷାରେ ଭଲ କରିବେ। ଯେଉଁମାନଙ୍କର ହଜମଜନିତ ସମସ୍ୟା ଲାଗି ରହିଛି ସେମାନେ ଗୁରୁପାକ ଖାଦ୍ୟ ପରିହାର କରନ୍ତୁ।