publive-imageଏ ସପ୍ତାହ ଆପଣ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ଧନଲାଭ ପାଇଁ ଏକରୁ ଅଧିକ ଉତ୍ସର ସୁଯୋଗ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଚାକିରିରେ ଅଧିକ ଦାୟିତ୍ବ ତୁଲାଇବାରେ ବରିଷ୍ଠଙ୍କର ସହଯୋଗ ପାଇବେ। ସମାଜରେ କରିଆସୁଥିବା କାମ ପାଇଁ ଆପଣଙ୍କର ସମ୍ମାନ ବଢ଼ିବ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ। ନବବୈବାହିକ ଜାତକ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପ୍ରେମୀଯୁଗଳଙ୍କ ଲାଗି ସପ୍ତାହଟି ଭଲ। ଛାତ୍ରଛାତ୍ରୀ ଆବଶ୍ୟକତା ଠାରୁ ଅଧିକ ଲେଖାପଢ଼ାର ସମୟ ଦେବା ଯୋଗୁଁ ମାନସିକ ଅଶାନ୍ତି ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

Advertisment

publive-imageଏ ସପ୍ତାହ କ୍ୟାରିୟରରେ ଉତ୍ତମ ପରିଣାମ ମିଳିବା ଯୋଗ ରହିଛି। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଏଭଳି ଯୋଜନା କରିବେ ଯାହା ଆପଣଙ୍କର ଲାଭ ହେବ। ଅଫିସ୍‌ରେ ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ସୋସିଆଲ୍‌ ମିଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ। ପରିବାର ସହିତ ଶ୍ରୀକ୍ଷେତ୍ରକୁ ଯାଇପାରନ୍ତି। ଛାତ୍ରଛାତ୍ରୀ ଆଗକୁ ବଢ଼ିବା ପାଇଁ କୌଣସି ନୂଆ ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ଭାବିବେ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ବାହାର କାମରେ ଗଲାବେଳେ ମୋଟର ଯାନ ସାବଧାନତାର ସହ ଚଳାନ୍ତୁ।

publive-imageସପ୍ତାହ ଆରମ୍ଭରୁ ଆପଣ ସକାରାତ୍ମକ ଶକ୍ତି ସହ ଆଗକୁ ବଢ଼ିବେ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣଙ୍କୁ ମାନ୍ୟତା ମିଳିବ। ଆପଣଙ୍କର ବ୍ୟକ୍ତିତ୍ବରେ ବିକାଶ ହେବ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବା ଯୋଗ ରହିଛି। ଅଫିସ୍‌ କାମରେ ଦୂର ସ୍ଥାନକୁ ଯିବେ। ନୂଆ ଲୋକଙ୍କ ସହିତ ମିଶି କାମକୁ ଆଗକୁ ବଢ଼ାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କୁ ପ୍ରିୟ ବନ୍ଧୁଠାରୁ ଉପହାର ମିଳିପାରେ। ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ଆପଣ ଭଲ ପ୍ରଦର୍ଶନ କରିବାର ମଉକା ପାଇବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

publive-image

ଏ ସପ୍ତାହ ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିଯିବ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ। କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଶେଠ୍‌ ବନାଇପାରେ। ଜମି ଓ ଭବନରେ ନିବେଶ ପାଇଁ ଭାବିପାରନ୍ତି। ଚାକିରିରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କୁ ଭଲ ଚାକିରି ମିଳିବ। ପରିବାରରେ କୌଣସି ବଡ଼ ଆୟୋଜନର ଯୋଜନା ପ୍ରସ୍ତୁତ କରିପାରନ୍ତି। ଆପଣଙ୍କ ପିଲାର ଭବିଷ୍ୟତ ପାଇଁ କିଛି ଠୋସ୍‌ ପଦକ୍ଷେପ ନେବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ପ୍ରିୟ ବନ୍ଧୁର କଥା ମାନି ନିଅନ୍ତୁ ସମ୍ବନ୍ଧରେ ବିଶ୍ବାସ ବଢ଼ିବ। ଛାତ୍ରଛାତ୍ରୀଙ୍କୁ ଭଲ ଫଳ ମିଳିବ। ଯେଉଁମାନଙ୍କର ପେଟରୋଗ ଅଛି ସେମାନେ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।

publive-imageଏ ସପ୍ତାହ ଆପଣଙ୍କର ସବୁକାମ ସରଳତାପୂର୍ବକ ସଂପୂର୍ଣ୍ଣ ହୋଇଯିବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ବ୍ୟବସାୟର ଭାଗୀଦାର ସହ ସମ୍ବନ୍ଧକୁ ନେଇ ମନରେ ପ୍ରଶ୍ନ ଉଠିପାରେ। ପୁଞ୍ଜି ବଜାରରେ ନିବେଶ କରିବା ପୂର୍ବରୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ ଭଲ ହେବ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ପ୍ରେମୀଯୁଗଳ ଜଣେ ଅନ୍ୟ ଜଣଙ୍କ ପ୍ରତି ବିଶ୍ବାସ ବଜାୟ ରଖନ୍ତୁ। ଯେଉଁମାନଙ୍କର ବିବାହ କଥାବାର୍ତ୍ତା ଲାଗି ରହିଛି ସେମାନଙ୍କର ବିବାହ ଫାଇନାଲ୍‌ ହୋଇଯିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।

publive-imageଭାଗ୍ୟ ପ୍ରବଳ ରହିବ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିପାରିବେ। କାରବାରରେ ଆପଣଙ୍କୁ ପରିଶ୍ରମ ଅନୁସାରେ ଲାଭ ମିଳିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ। କୃଷିଜୀବୀଙ୍କ ଲାଗି ସପ୍ତାହଟି ଭଲ ରହିବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ସୋସିଆଲ୍‌ ମିଡିଆରେ ଆପଣଙ୍କର ବନ୍ଧୁ ସଂଖ୍ୟା ବଢ଼ିବେ। ପରିବାରରେ ଐକ୍ୟ ଓ ପ୍ରେମର ଭାବନା ବଜାୟ ରହିବ। ପ୍ରିୟବନ୍ଧୁ ସହ ସମ୍ବନ୍ଧ ମଧୁର ରହିବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଆପଣ ନିଜକୁ ଶକ୍ତିମାନ୍‌ ଅନୁଭବ କରିବେ।

publive-imageଏ ସପ୍ତାହଟି ଆପଣ ଜୀବନ ଜୀବିକା ଲାଗି ବହୁତ ଭଲ। ଅନ୍‌ଲାଇନ୍‌ ବ୍ୟବସାୟରେ ନୂଆ ସ୍ତରର ସଫଳତା ପାଇବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଲାଭକରୀ ରହିବ। ଚାକିରି ବଦଳାଇବାକୁ ଚାହୁଁଥିଲେ ସମୟ ଅନୁକୂଳ ରହିଛି। ରାଜନୀତି କରୁଥିବା ବ୍ୟକ୍ତିମାନେ ଦଳରେ କୌଣସି ବଡ଼ ଦାୟିତ୍ବ ପାଇବେ। ପରିବାରରେ ମଧୁର ବାତାବରଣ ରହିବ। ଘରେ ଅବିବାହିତ ଲୋକଙ୍କର ବିବାହ ପାଇଁ କଥା ଚାଲିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ରମଣୀୟ ସ୍ଥାନକୁ ଭ୍ରମଣରେ ଯିବେ। ପରୀକ୍ଷା ଫଳ ଆଶାନୁରୂପ ଆସିବ। ଶରୀର ସୁସ୍ଥ ରହିବ।

publive-imageକ୍ୟାରିୟର ବଢ଼ାଇବା ପ୍ରୟାସରେ ଭଲ ପରିଣାମ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ବେପାରରେ ଆମଦାନି ବଢ଼ିବାର ସମ୍ଭାବନା ଅଛି। ଜମି ବ୍ୟବସାୟୀଙ୍କ କାମ ସୁରୁଖୁରରେ ଚାଲିବ। ଅର୍ଥ ବିଭାଗରେ କାମ କରୁଥିବା ଲୋକଙ୍କ ଲାଗି ସମୟ ଭଲ। ପଦୋନ୍ନତିର ସୂଚନା ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସମାଜରେ ଭାବମୂର୍ତ୍ତି ଭଲ ହେବ। ବୈବାହିକ ଜୀବନ ସୁଖମୟ ରହିବ। ପ୍ରେମୀଯୁଗଳ ଜଣେ ଅନ୍ୟ ଜଣଙ୍କର ଭାବନାକୁ ସମ୍ମାନ କରିବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗ୍‌ ବିଷୟରେ ଜାଣବା ପାଇଁ ଶିକ୍ଷକଙ୍କର ସହଯୋଗ ପାଇବେ। ସ୍ବାସ୍ଥ୍ୟ ଠିକ୍‌ ରହିବ।

publive-imageପରିଶ୍ରମ ଓ ଏକାଗ୍ରତାରେ ନିଜର ଲକ୍ଷ୍ୟସ୍ଥଳ‌େର ପହଞ୍ଚି ପାରିବେ। ସୋସିଆଲ୍‌ ମିଡିଆରେ କାହାରି ସହିତ କଥା ହେବାର ସୁଯୋଗ ପାଇବେ ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ଦେବ। ମହିଳାମାନେ କୌଣସି ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ ରହିଛି। ଚାକିରିଜୀବୀଙ୍କ ଲାଗି ସମୟ ଭଲ। ଦରମା ବୃଦ୍ଧିର ଖବର ପାଇବେ। ସମାଜରେ କରିଥିବା କାମ ପାଇଁ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ପରିବାରରେ ଅାପୋସ ତାଳମେଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଡାକ୍ତରୀ ଛାତ୍ରଛାତ୍ରୀ ବରିଷ୍ଠଙ୍କର ସହଯୋଗ ପାଇବେ। ଦେହ ଓ ମନ ଭଲ ରହିବ।

publive-image
ସପ୍ତାହ ଆରମ୍ଭରୁ ଆପଣ ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ବେପାରରେ ଆକସ୍ମିକ ଧନଲାଭ ଯୋଗ ରହିଛି। ଆୟବ୍ୟୟର ସମନ୍ବୟ ବଜାୟ ରହିବ। ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ଏ ସପ୍ତାହରେ ସ୍ବୀକୃତି ମିଳିଯିବ। ଅଫିସ୍‌ରେ ଆପଣଙ୍କ କାମର ଅଧସ୍ତନ ଓ ଉପରିସ୍ଥ କର୍ମଚାରୀ ଖୁସି ରହିବେ। କୋର୍ଟ ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ। ବୈବହିକ ଜୀବନରେ ସୁଖୀ ରହିବେ। ପ୍ରେମ ସମ୍ବନ୍ଧରେ ମଧୁରତା ରଖିବା ଲାଗି ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀ ଭଲ ଫଳ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ। ଶରୀର ସୁସ୍ଥ ରହିବ।

publive-image

ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ। ଆପଣଙ୍କର ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟାଙ୍କ୍‌ ସହ ଜଡ଼ିତ କାମ ସଂପୂର୍ଣ୍ଣ କରିପାରିବେ। ଚାକିରିରେ ଅତ୍ୟଧିକ ସଫଳତା ମିଳିବାର ଯୋଗ ରହିଛି। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଘରେ ବସି କାମ କରିବାର ଭଲ ସୁଯୋଗ ଆସିବ। ବୈବାହିକ ସମ୍ବନ୍ଧରେ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମୀଯୁଗଳଙ୍କ ଜୀବନରେ ଖୁସି ଆସିବ। କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ। ସ୍ବାସ୍ଥ୍ୟ ସମସ୍ୟାର ସୁଧାର ହେବ।publive-image

ଶୁଭ ଗ୍ରହ ଚଳନ ଦୃଷ୍ଟିରୁ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆମଦାନି ବୃଦ୍ଧି ପାଇଁ କୌଣସି ରାସ୍ତା ଖୋଲିଯିବ। ସରକାରୀ କ୍ଷେତ୍ରରେ ଲାଭ ଯୋଗ ରହିଛି। ଅଫିସ୍‌ରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ରହିବେ। ଅଫିସ୍‌ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଚାକିରି ଖୋଜୁଥିବା ଲୋକ ନିଜ ବନ୍ଧୁର ସାହାଯ୍ୟ ନେଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀ ପାଇଁ ବିଶେଷ କିଛି କରିପାରନ୍ତି। ପ୍ରେମୀଯୁଗଳ ନିଜର ସମ୍ବନ୍ଧକୁ ଆହୁରି ମଜଭୁତ କରିବା ଲାଗି ଭ୍ରମଣରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ସଂପୂର୍ଣ୍ଣ ରୂପେ ସତର୍କ ରହିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।