ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସପ୍ତାହଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଚାକିରି ପଦୋନ୍ନତି ବା ଦରମା ବଢ଼ିପାରେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କର ସିଦ୍ଧି ପ୍ରାପ୍ତ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ପାରିବାରିକ ଜୀବନ ସୁଖମୟ ରହିବ। ସପରିବାର ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶିକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବାର ଯୋଗ ରହିଛି। ସାଧାରଣଭାବେ ସ୍ବାସ୍ଥ୍ୟ ଭଲ ରହିବ।

ନିଜର ସୌଭାଗ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବନାହିଁ। ବ୍ୟବସାୟରେ କୌଣସି ବଡ଼ ଡ଼ିଲ୍ ହୋଇପାରେ। ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଲାଗି ରହିଥିବା ସଂପତ୍ତି ବିବାଦ ସମାପ୍ତ ହୋଇଯିବ। ନୂଆ ଯାନ କିଣିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ଭଲ ହେବ। ଛାତ୍ରଛାତ୍ରୀ ଯୋଗ୍ୟତା ଅନୁସାରେ ଫଳ ପାଇବେ। ସ୍ବାସ୍ଥ୍ୟ ସଂପର୍କିତ ମାମଲାରେ ଜାଗ୍ରତ ରହନ୍ତୁ।

ବ୍ୟବସାୟରେ ଆପଣଙ୍କୁ ନୂଆ ପ୍ରସ୍ତାବ ମିଳିବ ଯାହାଦ୍ବାରା ଭବି‌ଷ୍ୟତରେ ଲାଭ ପାଇବେ। ଚାକିରିରେ ସନ୍ତୁଷ୍ଟ ରହିବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ପ୍ରଶଂସା କରିବେ। ବେକାରଙ୍କୁ ରୋଜଗାର ମିଳିବାର ଯୋଗ ରହିଛି। ରାଜନୀତିକ ନେତାଙ୍କର ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଖଳ ପ୍ରକୃତିର ଲୋକଙ୍କୁ ସାବଧାନ ରହନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ଲାଗି ସୁନ୍ଦର ପ୍ରସ୍ତାବ ଆସିପାରେ। ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୂଳ ରହିବ। ନିଜର ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ଦୁଃସାହସିକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ। ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଚାକିରିରେ ପଦୋନ୍ନତି ମଳିବାର ସମ୍ଭାବନା। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ପୈତୃକ ସଂପତ୍ତିରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ବୈବାହିକ ଜୀବନ ଆନନ୍ଦଦାୟକ ରହିବ। ମହିଳାମାନଙ୍କର ରୁଚି ଗଳ୍ପ କବିତା ଆଦିରେ ରହିବ। ଛାତ୍ରଛାତ୍ରୀ ପଢ଼ିବା ଲେଖିବାରେ ଏକାଗ୍ରତା ବଜାୟ ରଖନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ।

ପ୍ରଭାବଶାଳୀଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିଦେବ। ପ୍ରତଟି କ୍ଷେତ୍ରରେ ସଫଳତା ପାଇବେ। ଧନର ଆଗମନ ହେବ। ବ୍ୟବସାୟ ସଂପର୍କିତ କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ। ଅଫିସରେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ଓ ସହଯୋଗ ପାଇବେ। ରାଜନୀତିକ ନେତ୍ରୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ। ଶତ୍ରୁ କିଛି କ୍ଷତି କରି ପାରିବେ ନାହିଁ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ନିଜ ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ଯାନ କିଣିବା ଲାଗି ଯୋଜନା କରିବେ। ଘରର ବାତାବରଣ ଶାନ୍ତ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

କ୍ୟାରିୟର୍‌ ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିବା ଯୋଗୁଁ ମନ ଖୁସି ରହିବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବାର ସୁ‌ଯୋଗ ପାଇବେ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ବୟସାଧିକ ବ୍ୟକ୍ତିଙ୍କ ମନରେ କିଛି ନୂଆ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀ ଠାରୁ ସୁନ୍ଦର ଉପହାର ପାଇବେ। ଉଚ୍ଚଶିକ୍ଷା ପ୍ରାପ୍ତ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟନ୍ତୁ ସ୍ବାସ୍ଥ୍ୟ ଭଲ ରହିବ।

ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଏଭଳି ଯୋଜନା କରିବେ ଯାହାଦ୍ବାରା ଆପଣଙ୍କର ଲାଭ ହିଁ ଲାଭ ହେବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କର ମନୋସ୍କାମନା ପୂରଣ ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବିରୋଧୀ ପକ୍ଷ ଗୁପ୍ତରୂପେ ଗୁଣଗାନ କରିବେ। ପାରିବାରିକ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ବୈବାହିକ ଜୀବନରେ ଅସୀମ ସୁଖ ପାଇବେ। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା ଲାଗି ଭାବିବେ। ଶରୀର ସୁସ୍ଥ ରଖିବା ଲାଗି ନିୟମିତ ଯୋଗ ବା ବ୍ୟାୟାମ କରନ୍ତୁ।

ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ନୂଆ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ପାଇପାରିବେ। ଆୟ ବଢ଼ିବା ଯୋଗୁଁ ଆର୍ଥିକ କଷ୍ଟ ଦୂର ହେବ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ପାଇଁ ମାର୍ଗ ପ୍ରସ୍ତୁତ କରିବାକୁ ହେବ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। ଭୂସଂପତ୍ତିକୁ ନେଇ କୌଣସି ଯୋଜନା ପ୍ରସ୍ତୁତ କରିବେ। ସପରିବାର ବାହାରକୁ ବୁଲି ଯିବାର ଯୋଜନା କରିବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରନ୍ତି। ସ୍ବାସ୍ଥ୍ୟ ଉତ୍ତମ ଓ ନିରୋଗ ରହିବ।

ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ବ୍ୟବସାୟ ଓ ଜମି କାରବାରରୁ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଶୁଭକାରୀ ରହିବ। ଶିକ୍ଷକଙ୍କର ବଦଳି ମନ ପସନ୍ଦ ଜାଗାକୁ ହେବ। ରାଜନୀତିରେ ପ୍ରସିଦ୍ଧି ଅର୍ଜନ କରିବେ। କ୍ରିକେଟ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକଙ୍କୁ କିଛି ନୂଆ ପ୍ରୋଜେକ୍ଟ ମିଳିବ। ମହିଳାମାନେ ଜୀବନରେ ଆଗକୁ ଅଗ୍ରସର ହେବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ମନ ଲାଗିବ। ସ୍ବାସ୍ଥ୍ୟ ଠିକ୍ ରହିବ।

ଆପଣଙ୍କ ବ୍ୟକ୍ତିତ୍ବ ସୂର୍ଯ୍ୟ ଭଳି ଚମକିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ଅଫିସରେ କାହାରି ପ୍ରତି ଆକର୍ଷିତ ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ମନ ଚାହୁଁଥିବା ଚାକିରି ପାଇବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। କୌଣସି ପାଖ ଲୋକ ଧୋକା ଦେଇପାରନ୍ତି। ତେଣୁ ସତର୍କ ରହନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। ଜୀବନସାଥୀଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ। ସ୍ବାସ୍ଥ୍ୟ ଖୁବ୍ ଭଲ ରହିବ।

କୌଣସି କଥାକୁ ନେଇ ଭାବୁକ ରହିବେ। ଜୀବନରେ କିଛି ଭଲ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ବେପାରରେ କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ। ଜମି କାରବାରରେ ନିବେଶ କରିପାରନ୍ତି। ଚାକିରିରେ ସୁଖଦ ପରିଣାମର ନଜର ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ବରିଷ୍ଠ ନେତା ଆପଣଙ୍କ କାମର ପ୍ରଶଂସା କରିବେ। କ୍ରିକେଟ ଖେଳାଳି ଭଲ ପ୍ରଦର୍ଶନ କରି ସମୀକ୍ଷଙ୍କର ପ୍ରଶଂସାଭାଜନ ହେବେ। ଭଉଣୀଙ୍କୁ ଭଲ ଉପହାର ଦେବେ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀ ପଢ଼ିବା ଲେଖିବା ଓ ପ୍ରତିଯୋଗିତାରେ ସଫଳତା ପାଇବେ।

ନକାରାତ୍ମକ ଚିନ୍ତା ମନରୁ ବାହାର କରିଦେଇ ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ଆଶାଠୁ ଅଧିକ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ସମୟ ଭଲ। ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ମାଧ୍ୟମରେ କିଛି ଆଶା ପୂରଣ ହେବ। ରାଜନୈତିକ ପରିସର ବଢ଼ିବ। କୌଣସି କାମରେ ଆପଣଙ୍କ ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ଜମି କିଣିବା ଯୋଗ ରହିଛି। ପାରିବାରିକ ସମ୍ବନ୍ଧ ପୂର୍ବ ଅପେକ୍ଷା ଅନୁକୂଳ ହେବ। ଜୀବନସାଥୀର ଖୁବ୍ ପ୍ରେମ ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସଂଯମ ଓ ଯୋଗାସନ କରନ୍ତୁ ସ୍ବାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧିତ ଖବର