publive-image
ମେଷ: ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟରେ ସଫଳତା ପାଇପାରିବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ। ସପରିବାର ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯିବେ। ପ୍ରେମ ସମ୍ବନ୍ଧରେ ନକାରାତ୍ମକ ଅନୁଭବ କରିବେ।

Advertisment

publive-imageବୃଷ: ସକାରାତ୍ମକ ବିଚାର ଆପଣଙ୍କୁ ନୂଆ ଦିଗ ଦେବ। ଆପଣ ସବୁ କାମ ସହଜରେ ପୂରା କରିପାରିବେ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ବିବାହିତଙ୍କ ଲାଗି ସମୟ ଭଲ। ଜୀବନସାଥୀଙ୍କୁ କୌଣସି ଉପହାର ଦେଇପାରନ୍ତି। ପ୍ରେମିକ ପ୍ରେମିକାଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ସ୍ବାସ୍ଥ୍ୟ ଭଲ ରହିବ।

publive-imageମିଥୁନ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଲକ୍ଷ୍ୟ ପୂରା କରିବାରେ ସହାୟକ ହେବ। କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଦୂରତ୍ବ ସମାପ୍ତ ହୋଇଯିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ହଜମ ଜିନିତ ସମସ୍ୟା ଦେଖାଦେବ।

publive-image

କର୍କଟ: ଆପଣଙ୍କ ଧ୍ୟାନ କ୍ୟାରିୟର୍‌ରେ ଆଗକୁ ବଢ଼ିବାର ରହିବ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବଢ଼ାନ୍ତୁ, ଲାଭପ୍ରଦ ହେବ। ଭାଗୀଦାରିରେ କରୁଥିବା କାମର ଆପଣଙ୍କୁ ଲାଭ ହେବ। ପରିବାର ସବୁ ଲୋକଙ୍କ ସହିତ ଭଲ ତାଳମେଳ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସମୟ ଭଲରେ କଟିବ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

publive-image

ସିଂହ: ଆପଣଙ୍କ ବ୍ୟକ୍ତିତ୍ବ ସୁବାସ ଭଳି ଚାରିଆଡ଼େ ମହକିବ। ବ୍ୟବସାୟରେ ନୂଆ ଯୋଜନା ଲାଗୁ କରନ୍ତୁ ଲାଭ ପାଇବେ। ଡାକ୍ତରଖାନାରେ କାମ କରୁଥିବା ବ୍ୟକ୍ତିବିଶେଷ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖଦ ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ଆପୋସୀ ବିଶ୍ବାସ ସାହାଯ୍ୟରେ ସମ୍ବନ୍ଧରେ ମଜଭୁତ ଆସିବ।

publive-imageକନ୍ୟା: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ଅତୁଟ ରହିବ। ବେପାରରେ ସ୍ଥିରତା ବଜାୟ ରହିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ଆଗେଇ ଆସନ୍ତୁ ଭବିଷ୍ୟତରେ ଲାଭ ପାଇବେ। ଲାଗି ରହିଥିବା ମକଦ୍ଦମାରେ ଆପଣ ଜୟଲାଭ କରିବେ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ୍ୟ ବଢ଼ିବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ସମ୍ବନ୍ଧରେ ମଧୁରତା ଆସିବ। ସ୍ବାସ୍ଥ୍ୟ ଭଲ ରହିବ।

publive-image

ତୁଳା: ଆପଣଙ୍କୁ ଅନେକ ପ୍ରକାର ନୂଆ ଅନୁଭବ ହେବ। ବ୍ୟବସାୟରେ ଉନ୍ନତିର ଅବସର ପାଇବେ। ଟ୍ରାଭେଲ୍‌ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ନିଜର କ୍ରୋଧ ଉପରେ ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଠାରୁ କିଛି ଭଲ ଶିଖିବେ। ମହିଳାମାନେ ରୋଷେଇ କରୁଥିବା ସମୟରେ ସାବଧାନ ଅବଲମ୍ବନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଯତ୍ନ ନିଅନ୍ତୁ।

publive-image
ବିଛା: ଗ୍ରହମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯେଉଁ କାମ କରିବାକୁ ଚାହିଁବେ ସେହି କାମ ଆରାମରେ ସଂପୂର୍ଣ୍ଣ କରିପାରିବେ। କୌଣସି ପାଖ ଲୋକଙ୍କୁ ଆପଣଙ୍କର ବ୍ୟକ୍ତିଗତ କଥା କହିବେ। ଆମଦାନି ପାଇଁ ନୂଆ ଉତ୍ସ ମିଳିପାରେ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ପାଇଁ ନିଷ୍ପତ୍ତି କରିପାରନ୍ତି। କାମର ଅଧିକତା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।

publive-image

ଧନୁ: ନିଜର ବିଚାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବାକୁ ଚେଷ୍ଟା କରନ୍ତୁ। ଧୀରେ କହନ୍ତୁ କିନ୍ତୁ ସ୍ପଷ୍ଟତାରେ କହନ୍ତୁ। କୌଣସି କାମରେ ଅଧିକ ପରିଶ୍ରମ କରିବେ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ସମୟ ଭଲ। ପରିବାରରେ ଉତ୍ସାହ ବଜାୟ ରହିବ। ଜୀବନସାଥୀ ସହିତ ତୀର୍ଥଯାତ୍ରାରେ ଯାଇପାରନ୍ତି। ସମ୍ବନ୍ଧରେ ନୂଆ ଚେତନା ସଞ୍ଚାର ହେବ। ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ।

publive-image
ମକର: ଆପଣଙ୍କର ସାକ୍ଷାତ କୌଣସି ଏଭଳି ଲୋକଙ୍କ ସହିତ ହେବ ଯାହାଙ୍କ ସହିତ କଥା ହୋଇ ଆପଣଙ୍କ ଭିତରେ ନୂଆ ଶକ୍ତି ସଞ୍ଚାର ହେବ। ଲାଭର ବଡ଼ ଅବସର ପାଇବେ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ। ପରିବାରରେ ସବୁ ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ପ୍ରିୟଜନଙ୍କୁ ମନର କଥା କହିବେ। । ସ୍ବାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା କମ୍ ହେବ।

publive-image

କୁମ୍ଭ: ସପ୍ତାହ ଆରମ୍ଭରୁ ଆପଣଙ୍କୁ ଟିକେ ସଂଘର୍ଷ କରିବାକୁ ପଡ଼ିପାରେ। ସମସ୍ୟାର ସମାଧାନ ପାଇଁ ହଇରାଣ ହୋଇପାରନ୍ତି। ଚିନ୍ତା କରନ୍ତୁ ନାହିଁ। ମଙ୍ଗଳବାର ଠାରୁ ସମୟ ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କମ୍ପାନିଙ୍କୁ ଆମଦାନି ରପ୍ତାନିରେ ଲାଭ ହେବ। ବୈବାହିକ ଜୀବନ ବଢ଼ିଆ କରିବା ପାଇଁ ଚେଷ୍ଟା କରିବେ। ସନ୍ତାନର ଉନ୍ନତି ସୁନିଶ୍ଚିତ। କିଛି ନୂଆ ସଂପର୍କ ଆପଣଙ୍କ ଲିଷ୍ଟ୍‌ରେ ଯୋଡ଼ିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ହେବ।

publive-image
ମୀନ: ଆପଣଙ୍କର ବୃଦ୍ଧି ହେଉଥିବା ଶକ୍ତିରେ ବହୁତ କିଛି ହାସଲ କରିନେବେ। ଜମି କିଣିବା ପୂର୍ବରୁ ଦଲିଲକୁ ଭଲ ଭାବେ ଯାଞ୍ଚ କରିନିଅନ୍ତୁ। ବ୍ୟବସାୟ କାମରେ ବିଦେଶ ଯାଇପାରନ୍ତି। ଘର ପ୍ରତି ଆପଣଙ୍କର ଦାୟିତ୍ବ ବଢ଼ିବ। ମନର କୌଣସି ବିଶେଷ ଆଶା ଜୀବନସାଥୀ ପୂରା କରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଏକାନ୍ତରେ ସମୟ ଅତିବାହିତ କରିବାର ଅବସର ପାଇବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।