publive-image
ଏହି ରାଶିର ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଚାକିରି କରୁଛନ୍ତି, ସେମାନେ ଅଫିସର କୌଣସି କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଯଦି ଚାକିରି କରିନାହାନ୍ତି ବେକାର ରହିଛନ୍ତି, ତା’ହେଲେ ଚାକିରି ମିଳିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଜୀବନସାଥୀଠାରୁ ଦାମିକା ଉପହାର ପାଇପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ଆପଣଙ୍କର ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ଛାତ୍ରଛାତ୍ରୀ ନିଜର ଅଧ୍ୟୟନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ।

Advertisment

publive-imageଏହି ରାଶିରେ ଗ୍ରହଚଳନ ଶୁଭ ରହିଛି। ଲୋକେ ଆପଣଙ୍କ ଭଲ ସ୍ବଭାବ ପାଇଁ ଆକର୍ଷିତ ହେବେ। ଚାକିରିଜୀବୀଙ୍କୁ ଉନ୍ନତି ନୂଆ ଅବସର ମିଳିବ। ରାଜନୀତିରେ ସଫଳତା ପାଇବେ। ଜମି ବଦଳନାମାରେ ଆପଣଙ୍କୁ ଲାଭ ହେବ। ଶୁଭ କାର୍ଯ୍ୟରେ ଧନଖର୍ଚ୍ଚ କରିବେ। କ୍ରିକେଟ୍‌ ଖେଳାଳି ନୂଆ କୀତ୍ତିମାନ ସ୍ଥାପିତ କରିବେ। ଜୀବନସାଥୀର ସ୍ବଭାବରେ ନୂତନତ୍ବ ଦେଖିବାକୁ ପାଇବେ। ପ୍ରେମ ବ୍ୟାପାର ପାଇଁ ସମୟ ଭଲ। ସାକ୍ଷତାକାରରେ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

publive-imageକୌଣସି ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ସରକାରୀ କାମରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା। ରାଜନୀତି କ୍ଷେତ୍ରରେ ଯେଉଁ ମହିଳାମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଜୀବନସାଥୀର ବ୍ୟବହାରରେ ଆପଣ ପ୍ରଭାବିତ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ବଢ଼ିଆ ରହିବ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-image

ଅତ୍ୟଧିକ ଆତ୍ମବିଶ୍ବାସ ଆପଣଙ୍କ ଲାଗି ହାନିକାରକ ହୋଇପାରେ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଚାକିରିଜୀବୀଙ୍କୁ ନୂଆ କାମ ମିଳିପାରେ। ଜମି ଓ କାନୁନ ବିବାଦର ସମାଧାନ ହୋଇଯିବ। ଜୀବନସାଥୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣଙ୍କ ସନ୍ତାନ ଲେଖାପଢ଼ା ଓ ଅନ୍ୟ ଗିତିବିଧିରେ ଭଲ ପ୍ରଦର୍ଶନ କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। କଳା ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିପାରନ୍ତି। ଶାରୀରିକ ରୂପେ ସୁସ୍ଥ ରହିବେ।

publive-image

ଅତ୍ୟଧିକ ଆତ୍ମବିଶ୍ବାସ ଆପଣଙ୍କ ଲାଗି ହାନିକାରକ ହୋଇପାରେ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଚାକିରିଜୀବୀଙ୍କୁ ନୂଆ କାମ ମିଳିପାରେ। ଜମି ଓ କାନୁନ ବିବାଦର ସମାଧାନ ହୋଇଯିବ। ଜୀବନସାଥୀ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣଙ୍କ ସନ୍ତାନ ଲେଖାପଢ଼ା ଓ ଅନ୍ୟ ଗିତିବିଧିରେ ଭଲ ପ୍ରଦର୍ଶନ କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। କଳା ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିପାରନ୍ତି। ଶାରୀରିକ ରୂପେ ସୁସ୍ଥ ରହିବେ।

publive-imageଗ୍ରହଚଳନ ଦୃଷ୍ଟିରୁ ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। ଆପଣ ଯେଉଁ ନିର୍ଣ୍ଣୟ ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ଚାକିରିଜୀବୀଙ୍କ ଲାଗି ସମୟ ଭଲ। ପ୍ରଯୁକ୍ତିବିଜ୍ଞାନ ଓ ସଞ୍ଚାର କ୍ଷେତ୍ରରେ ଥିବାଲୋକଙ୍କୁ ଲାଭ ମିଳିବ। ଆପଣଙ୍କର ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଦାମ୍ପତ୍ୟ ଜୀବନରେ ସରସତା ବଜାୟ ରହିବ। ପ୍ରେମିକ ପ୍ରେମିକା ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଶିକ୍ଷାର୍ଥୀଙ୍କ ଲାଗି ସପ୍ତାହଟି ମହତ୍ତ୍ବପୂର୍ଣ୍ଣ ରହିଛି। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।

publive-image

ଆପଣଙ୍କ ଲାଗି ସୁନ୍ଦର ସମ୍ଭାବନା ରହିଛି। ଭଲ କମ୍ପାନିରେ ସାକ୍ଷାତକାର ପାଇଁ ଖବର ଆସିବ। ସରକାରୀ ଅଫିସ୍‌ରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଓକିଲଙ୍କ ପାଇଁ ସମୟ ଲାଭପ୍ରଦ ରହିବ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବାର ଯୋଗ ରହିଛି। ଘରର କୌଣସି ବଡ଼ ମାମଲାରେ ଆପଣଙ୍କୁ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ପୂର୍ବରୁ କିଣିଥିବା ଜମି ବିକିଲେ ଯଥେଷ୍ଟ ଲାଭ ପାଇପାରିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ଲାଗି ସମୟ ଆନନ୍ଦମୟ ରହିବ। ଛାତ୍ରଛାତ୍ରୀ କୌଣସି ଭଲ ଖବର ପାଇବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

publive-image
ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣ କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ। ନୂଆ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ। ଅଚାନକ ଖର୍ଚ୍ଚ ବଢ଼ିପାରେ। ଛାତ୍ରଛାତ୍ରୀ ଫଳଚିନ୍ତା ନ କରି ପରିଶ୍ରମ କରନ୍ତୁ। ଭଲ କମ୍ପାନିରେ ସାକ୍ଷାତକାର ପାଇଁ ଖବର ଆସିବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

publive-image

ଗ୍ରହଯୋଗ ଶୁଭ ରହିଛି। ଆପଣଙ୍କ ପ୍ରଗତିପଥରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଅଫିସ୍‌ରେ ଆପଣଙ୍କୁ ସତର୍କ ରହିବାକୁ ହେବ। ଇଂଜିନିୟରଙ୍କୁ ଭଲ କମ୍ପାନିରେ ଚାକିରି ମିଳିବ। ଆପଣ ସାମାଜିକ କାର୍ଯ୍ୟରେ ସମୟ ଦେବେ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ଭରି ରହିବ। ଅନ୍ତରଙ୍ଗ ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଛାତ୍ରୀ କୌଣସି ବରିଷ୍ଠଙ୍କ ପରାମର୍ଶ ନେବା ଉଚିତ ହେବ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବେ।

publive-image
ଆପଣଙ୍କ ମନରେ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଲୋକେ ଆପଣଙ୍କ ସ୍ବଭାବରେ ପ୍ରଭାବିତ ହେବେ। କାରବାର ଦ୍ରୁତଗତିରେ ବୃଦ୍ଧି ହେବ। ଇଂଜିନିୟରଙ୍କୁ ଭଲ ଅବସର ମିଳିବ। ଭଲ ଜାଗାରେ ଚାକିରି କରିପାରନ୍ତି। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନସମ୍ମାନ ବଢ଼ିବ। ପରିବାରରେ ଆନନ୍ଦଉଲ୍ଲାସର ବାତାବରଣ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କୌଣସି ପୁରୁଣାବନ୍ଧୁ ସହିତ ମିଶିବା ପାଇଁ ମନର ଇଚ୍ଛା ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ଭଲ ରହିବ।

publive-image

ଗ୍ରହମାନଙ୍କର ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିଥିବାରୁ ଜୀବନକୁ ସୁନ୍ଦର କରିବା ପାଇଁ ଚେଷ୍ଟା କରିବେ। କ୍ୟାରିୟରରେ ଆପଣଙ୍କୁ ନିଜ ଗୁରୁର ସହଯୋଗ ମିଳିବ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ। ପୂର୍ବରୁ କିଣିଥିବା ଜମି ଭଲ ଦାମରେ ବିକିପାରିବେ। ଅଫିସ୍‌ରେ କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ଅଧ୍ୟାପକଙ୍କ ଲାଗି ସମୟ ଭଲ ରହିବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ। ଛାତ୍ରଛାତ୍ରୀଙ୍କ ଲାଗି ସପ୍ତାହଟି ଲାଭପ୍ରଦ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା କମ୍‌ ରହିବ।

publive-image
ମନରକଥା ମନରେ ରଖନ୍ତୁ ସମୟ ଆପଣଙ୍କ ସପକ୍ଷରେ ନାହିଁ। ଟଙ୍କାପଇସା ନେବାଦେବାରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଭଲ। ବିରେଧୀଙ୍କ ସହିତ ଦୃଢ଼ ଭାବେ ମୁକାବିଲା କରିପାରିବେ। ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ଆପଣ ନିଜ ବନ୍ଧୁଠାରୁ ଭଲ ପରାମର୍ଶ ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ସପରିବାର ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।