ମେଷ: ସପ୍ତାହ ଆରମ୍ଭରୁ ଆପଣଙ୍କ ସହିତ କେହି ଛଳନା କରିବେ। ରାଜନୀତିରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଗ୍ରହଚଳନ ଦୃଷ୍ଟିରୁ ସୋମବାର ବେଳକୁ ସମୟ ଆପଣଙ୍କ ପକ୍ଷରେ ହୋଇଯିବ। ଶତ୍ରୁଙ୍କ ଉପରେ ବିଜୟ ପାଇପାରିବେ। ସମାଜରେ ପଦପ୍ରତିଷ୍ଠା ବୃଦ୍ଧି ହେବ। ଯଦି ବ୍ୟବସାୟ କରୁଛନ୍ତି, ପ୍ରଚୁର ଲାଭ କରିବେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଦାୟିତ୍ବର ଯୋଗ ରହିଛି। ନୂଆ ଯାନ ବା ଜମି ବି କିଣିପାରନ୍ତି। ଛାତ୍ରଛାତ୍ରୀ ସମୟର ସଦୁପଯୋଗ କରନ୍ତୁ ସଫଳ ହେବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ବୃଷ: ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ। ଅଫିସ୍ରେ କର୍ତ୍ତୃତ୍ବ ବଢ଼ିବ। କିନ୍ତୁ, ନିଜ ଅହଙ୍କାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥ ଦିଆନିଆରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟବସାୟରେ ପ୍ରଗତି ହେବ। ଆପଣ ନିଜ ପାଇଁ ପରିଧାନ କିଣିବେ। ଆଇନ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଅନୁକୂଳ ସମୟ। ହଜମଜନିତ ସମସ୍ୟା ଦେଖାଦେଇପାରେ। ତେବେ, ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
ମିଥୁନ: ଚଳିତ ସପ୍ତାହରେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଭବିଷ୍ୟତରେ ଲାଭ ପାଇବେ। ଭୂସଂପତ୍ତି କିଣିବା ଯୋଗ ରହିଛି। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତା ଦୂର ହେବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ସ୍ବାସ୍ଥ୍ୟ ସଂପର୍କିତ ବିଷୟରେ ସଚେତନ ରହନ୍ତୁ। ପେଟବ୍ୟଥା ଅନୁଭବ କରିବେ। ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷ ଶୁଭ ଖବର ପାଇବେ। ଲେଖକଙ୍କୁ ପୁରସ୍କାର ମିଳିପାରେ। ପ୍ରିୟବନ୍ଧୁ ସହିତ ମିଶିବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।
କର୍କଟ: ଏ ସପ୍ତାହ ଆପଣଙ୍କ ଭାଗ୍ୟର ତାରକା ଉଜ୍ଜ୍ବଳ ରହିବ। ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ମାନସିକ ରୂପେ ଅଶାନ୍ତିମୁକ୍ତ ରହିବେ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ କମ୍ ମିଳିପାରେ। ଚାକିରିରେ ଉନ୍ନତି ଯୋଗ ରହିଛି। ଭ୍ରମଣରେ ଯିବାପାଇଁ ସୁନ୍ଦର ଯୋଗ ରହିଛି। ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ବିଦ୍ୟାର୍ଥୀମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।
ସିଂହ: ରବିବାର ଭାବୁକ ରହିବେ। ରାତିରେ ଆପଣଙ୍କ ମନରେ ଭିନ୍ନ ଭିନ୍ନ ଚିନ୍ତା ଆସିବା ଯୋଗୁଁ ନିଦ ବାରମ୍ବାର ଭାଙ୍ଗିବ। ସୋମରୁ ଶନିବାର ମଧ୍ୟରେ ଗ୍ରହଚଳନ ଦୃଷ୍ଟିରୁ ବିଶେଷ ଯାତ୍ରାରେ ଯିବେ। ପ୍ରଚୁର ମାତ୍ରାରେ ଧନାଗମ ହେବ। ପୁଞ୍ଜି ବଜାର ଆପଣଙ୍କୁ ଲାଭ ଦେଇପାରେ। ରାଜନୀତିରେ ସଫଳତା ପାଇବେ। ଭଲ ଚାକିରିର ସୁଯୋଗ ଆସିପାରେ। ଟ୍ରାଫିକ୍ ନିୟମ ମାନି ଯାନ ଚଳାନ୍ତୁ। ଛାତ୍ରଛାତ୍ରୀ ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଶୁଭଫଳ ପାଇବେ।
କନ୍ୟା: ହମାନଙ୍କର ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିଛି। ତେଣୁ ପ୍ରତିଟି କ୍ଷେତ୍ରରେ ବିଜୟ ହାସଲ କରିବେ। ଦୀର୍ଘଦିନରୁ ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ସେୟାର ବା ଜମି କିଣିବା ପାଇଁ ଚିନ୍ତା କରିପାରନ୍ତି। ରାଜନୀତିରେ ଥିବା ବ୍ୟକ୍ତିମାନେ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି। ବନ୍ଧୁ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯିବାପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ତୁଳା: ଗହମାନଙ୍କର ଶୁଭଦୃଷ୍ଟି ହେତୁ ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ବଢ଼ିବ। ଲକ୍ଷ୍ୟପ୍ରାପ୍ତି ଦିଗକୁ ଅଗ୍ରସର ହେବେ। ନୂଆ କାରବାରରେ ଅର୍ଥ ନିବେଶ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ। ଆପଣଙ୍କ ବ୍ୟବହାରରେ ଲୋକମାନଙ୍କର ହୃଦୟ ଜିଣିନେବେ। ତେବେ, ବାହାର କାମରେ ଗଲାବେଳେ ଯାନ ସାବଧାନତାର ସହ ଚଳାନ୍ତୁ। ପ୍ରିୟବନ୍ଧୁ ସହିତ ବୁଝାମଣା ଭଲ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।
ବିଛା: ଆପଣଙ୍କ ଆଖପାଖର ବାତାବରଣ ଶାନ୍ତ ଓ ମଧୁର ରହିବ। ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିର୍ଣ୍ଣୟ ନେବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟାକଲେ ବି କିଛି କରିପାରିବେ ନାହିଁ। ସମାଜରେ ଆପଣଙ୍କର ଯଶ ବଢ଼ିବ। ନୂଆ ଚାକିରି ମିଳିବାର ଯୋଗ ରହିଛି। ବ୍ୟବସାୟୀଙ୍କ ଲାଗି ସମୟ ବିଶେଷ ଫଳଦାୟୀ ହେବ। ବିଦ୍ୟାର୍ଥୀଙ୍କର ରୁଚି ବିଦ୍ୟାରେ କମ୍ ହୋଇପାରେ।
ଧନୁ: ସପ୍ତାହର ପ୍ରଥମ ଦିନ କଣ ପାଇଛନ୍ତି ଆଉ କଣ ହରାଇଛନ୍ତି ସେହି ଚିନ୍ତାରେ ସମୟ ବିତିବ। ବିବାଦଠାରୁ ଦୂରରେ ରହନ୍ତୁ। ଗ୍ରହ ଚଳନ ଦୃଷ୍ଟିରୁ ସୋମରୁ ଶନିବାର ଭିତରେ ସ୍ଥିତିରେ ସୁଧାର ହେବ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ବେପାରରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଚାକିରିରେ ପଦୋନ୍ନତିର ସମ୍ଭାବନା। ତେବେ, ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ମକର: ଆପଣଙ୍କ ମୁଣ୍ଡରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍ ଭାବେ ରଖିପାରିବେ। ନୂଆ ଠିକା ମିଳିବା ଯୋଗୁଁ ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ। ଶତ୍ରୁ କ୍ଷତି ପହଞ୍ଚାଇ ପାରନ୍ତି। ତେଣୁ ସତର୍କ ରହନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଭଲ ସମୟ। ଇଂଜିନିୟର ଛାତ୍ରଛାତ୍ରୀଙ୍କ ଲାଗି କୌଣସି କଂପାନିରେ ଚାକିରିର ସୁଯୋଗ ଆସିବ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
କୁମ୍ଭ: ମସ୍ତିଷ୍କରେ ଲାଗି ଅସ୍ଥିରତା ସମାପ୍ତ ହେବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ଆସିବ। କର୍ମଜୀବୀ ମହିଳାଙ୍କ ଲାଗି ସମୟ ଭଲ। ଅଫିସ୍ରେ ଆପଣଙ୍କ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଜମି ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ପ୍ରେମିକ ପ୍ରେମିକା ଜଣେ ଅନ୍ୟ ଜଣଙ୍କର ଭାବନାକୁ ସମ୍ମାନ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।
ମୀନ: କାରବାର ଲାଗି ସପ୍ତାହଟି ଭଲ ରହିବ। ବନ୍ଧୁଠାରୁ ଆର୍ଥିକ ସହାୟତା ମିଳିପାରେ। ଅଫିସ୍ରେ କାମର ବୋଝ କମ୍ ରହିବ। ନୂଆ ଚାକିରିର ସୁଯୋଗ ରହିଛି। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ବିରୋଧୀ କ୍ଷତି କରିବାକୁ ଷଡ୍ଯନ୍ତ୍ର ରଚିବେ। ତେଣୁ ସର୍ତକ ରହନ୍ତୁ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ସଫଳତା ମିଳିପାରେ। କ୍ରିକେଟ୍ ଖେଳାଳିଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ। ଡାକ୍ତରୀ ଛାତ୍ରଛାତ୍ରୀ ବରିଷ୍ଠଙ୍କର ସାହାଯ୍ୟ ପାଇବେ।