publive-imageମେଷ: ଚାକିରିରେ ଅପୂର୍ବ ସଫଳତା ପାଇପାରନ୍ତି। ଉପାର୍ଜନ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।‌

Advertisment

publive-imageବୃଷ: ଦାମ୍ପତ୍ୟ ସମ୍ବନ୍ଧକୁ ଆହୁରି ଭଲ କରିବା ଲାଗି ଚେଷ୍ଟା କରନ୍ତୁ। ବେପାରରେ ଲାଭର ଯୋଗ ଅଛି। ଅଫିସରେ ଜରୁରୀ କାମ କରିବା ଲାଗି ସହକର୍ମୀଙ୍କ ସହଯୋଗ ନେବେ।

publive-imageମିଥୁନ: ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ ଲାଭ ହେବ। ଆପଣଙ୍କ ପରିଶ୍ରମର ଭଲ ପରିଣାମ ପାଇବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ମିଳିବ।

publive-image

କର୍କଟ: ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ। ଉନ୍ନତି ପାଇଁ ସୁଯୋଗ ପାଇବେ। ପାରିବାରିକ ଏକତା ବୃଦ୍ଧି ପାଇବ। ସନ୍ତାନର ଶିକ୍ଷାରେ ଉନ୍ନତି ହୋଇପାରେ। ପ୍ରେମ ସଂପର୍କ ନିବିଡ଼ ହେବ।

publive-imageସିଂହ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ମାର୍ଗ ବାହାର କରିନେବେ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଦିନଟି ଭଲ। ଛାତଛାତ୍ରୀଙ୍କୁ ଶୁଭ ଖବର ମିଳିବ।

publive-imageକନ୍ୟା: ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚାକିରିରେ ପଦୋନ୍ନତି ସହ ବଦଳି ହେବାର ସମ୍ଭାବନା ଅଛି। ପ୍ରେମ ସମ୍ବନ୍ଧ ଘନିଷ୍ଠ ହେବ।

publive-imageତୁଳା: ବନ୍ଧୁ ସହଯୋଗରେ ଅଧୁରା କାମ ପୂରା ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageବିଛା: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାଙ୍କ ସହିତ ବସି ତାଙ୍କ ସମସ୍ୟାର ସମାଧାନ କରିବେ।

publive-imageଧନୁ: ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। କାମର ନୂଆ କୌଶଳ ସମ୍ପର୍କରେ ବିଚାର କରିବେ। ଆଇନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageମକର: ଧୈର୍ଯ୍ୟଧରି କାମ କଲେ ଲାଭ ହେବ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ଅବସର ମିଳିପାରେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ।

publive-image

କୁମ୍ଭ: ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ବ୍ୟବସାୟରେ ବୃଦ୍ଧି ହେବ। ଟଙ୍କା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସ କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

publive-imageମୀନ: ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।