୬ ମାସରେ ୩୪ କିଲୋ ଓଜନ କମାଇଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କ ଡାଏଟ୍ ଓ ୱାର୍କଆଉଟ୍ ରୁଟିନ୍ ସଂପର୍କରେ….

ଲୋକମାନେ ଭାବନ୍ତି ଯେ ଶରୀରର ଓଜନ କମ କରିବା ଏକ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। କିନ୍ତୁ ଯଦି କଠିନ ପରିଶ୍ରମ କରାଯାଏ ତେବେ ଓଜନ ହ୍ରାସ କରିବା କଷ୍ଟକର ନୁହେଁ । ନିକଟରେ ଜଣେ ୨୪ ବର୍ଷୀୟ ଯୁବକ ନିଜର ଓଜନ ୩୪ କିଲୋ କମ କରିଛନ୍ତି । ଯୁବକ ଜଣଙ୍କ ଲଣ୍ଡନରେ ରୁହନ୍ତି ଓ ସେ ତାଙ୍କର ଫିଟନେସ୍ ଯାତ୍ରାର କାହାଣୀ କହିଛନ୍ତି । ଓଜନ ହ୍ରାସ କରିବାକୁ ଯୁବକ ଜଣଙ୍କ କ୍ୱାଣ୍ଟିଫାଇ ନ୍ୟୁଟ୍ରିସନକୁ ଅନୁସରଣ କରିଥିଲେ ଏବଂ ମାତ୍ର ୬ ମାସ ମଧ୍ୟରେ ନିଜର ଓଜନ ହ୍ରାସ କରିଛନ୍ତି । ଯୁବକଙ୍କ ଓଜନ ହ୍ରାସ ଯାତ୍ରା କିପରି ଥିଲା, ସେ କେଉଁ ଡାଏଟ୍ ଅନୁସରଣ କରୁଥିଲେ ଓ ସେ କେଉଁ ୱାର୍କଆଉଟ୍ ରୁଟିନ୍ ଅନୁସରଣ କରୁଥିଲେ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…

ନାମ: ସାଇ ତରୁଣ ବୋଡୁ
ସହର: ହୁଜୁର ନାଗର, ତେଲେଙ୍ଗାନା (ବର୍ତ୍ତମାନ ସେ ଲଣ୍ଡନରେ ରହୁଛନ୍ତି)
ବୃତ୍ତି: ଡାଟା ସାଇନ୍ସରେ ମାଷ୍ଟର୍ସ
ସର୍ବାଧିକ ଓଜନ: ୧୦୮.୫ କିଲୋ
ବର୍ତ୍ତମାନ ଓଜନ: ୭୫ କିଲୋ
ମୋଟ ଓଜନ ହ୍ରାସ: ୩୪ କିଲୋ

ନିଜର ଏହି ଓଜନ ହ୍ରାସ ସଂପର୍କରେ ଏକ ସାକ୍ଷାତକାରରେ ଯୁବକ ଜଣଙ୍କ କହିଛନ୍ତି ଯେ, ‘ମୁଁ ପୂର୍ବରୁ ବହୁତ ମୋଟା ଥିଲି କିନ୍ତୁ ମୁଁ ଏହା ପ୍ରତି ଧ୍ୟାନ ଦେଇ ନ ଥିଲି, କାରଣ ଏହା ମୋତେ ଫରକ ପଡୁ ନଥିଲା। ଏହା ପରେ ମୁଁ ଲଣ୍ଡନ ପଢିବାକୁ ଯାଇଥିଲି। ଯେତେବେଳେ ମୁଁ ଜାନୁଆରି ୨୦୨୨ରେ ଭାରତ ଫେରିଥିଲି, ଲୋକମାନେ କହିଥିଲେ ଯେ ସେଠାକୁ ଯିବା ପରେ କାଳେ ମୁଁ ଆହୁରି ମୋଟା ହୋଇଯାଇଛି। ମୋର ପରିବାର ସଦସ୍ୟମାନେ କହିବା ଆରମ୍ଭ କଲେ ଯେ ତୁମେ ଏହି ବାଳକକୁ ଯେତେ ଖାଦ୍ୟ ଦିଅ ନା କାହିଁକି ସେ କିଛି ବି ଖାଇବା ଥାଳିରେ ଛାଡିବ ନାହିଁ। ଏହା ପରେ ମୁଁ ଲଣ୍ଡନକୁ ଫେରିଲି ଏବଂ ମୋର ଓଜନ କମାଇବାକୁ ଚେଷ୍ଟା କଲି | ମୁଁ ୨-୩ କିଲୋ ଓଜନ ହ୍ରାସ କଲି ଓ ତା’ପରେ ଅଟକି ଗଲି। ଏହାପରେ ମୁଁ ଦୁଇ ତିନି ଜଣ ଝିଅଙ୍କ ସହ ଡେଟରେ ଯାଇଥିଲି। କିନ୍ତୁ ସେମାନେ କିଛି ନା କିଛି ବାହାନା କରି ମୋତେ ମନା କରିଦେଲେ। ମୁଁ ବୁଝି ସାରିଥିଲି ଯେ ମୋ ଓଜନ ପାଇଁ ଝିଅମାନେ ମୋତେ ରିଜେକ୍ଟ କରୁଛନ୍ତି।’

ତରୁଣ ଆହୁରି କହିଛନ୍ତି ଯେ, ‘ଏହି ସମୟରେ ମୁଁ ବହୁତ ଖରାପ ଅନୁଭବ କଲି ଓ ଡିପ୍ରେସନରେ (ଅବସାଦ)ରେ ରହିଲି। ତାପରେ ମୁଁ ଇନଷ୍ଟାଗ୍ରାମରେ ଅର୍ଜୁନ ଶାହା ନାମକ ଜଣେ କୋଚଙ୍କର ପୋଷ୍ଟ ଦେଖିଲି। ମୁଁ ସେହି କୋଚଙ୍କ ସହିତ ଯୋଗାଯୋଗ କଲି। ଏହା ପରେ ତାଙ୍କଠାରୁ ତାଲିମ ଓ ଡାଏଟ୍ ନେଇଥିଲି ଏବଂ ଧୀରେ ଧୀରେ ଓଜନ ହ୍ରାସ କଲି । ଲୋକମାନେ ଓଜନ ହ୍ରାସ କରିବା ପାଇଁ ଅନେକ କାର୍ଡିଓ କରନ୍ତି କିନ୍ତୁ ମୁଁ ଓଜନ ହ୍ରାସ ଯାତ୍ରାରେ ଗୋଟିଏ ଦିନ ପାଇଁ ମଧ୍ୟ କାର୍ଡିଓ କରିନଥିଲି । ମୁଁ ଦିନକୁ ଅତି କମରେ ଦଶ ହଜାର ଷ୍ଟେପ୍ ଚାଲୁଥିଲି। ମୋର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସିକ୍ସ ପ୍ୟାକ୍ ଆବସ୍ କରିବା। ମୋର କୋଚ୍ ଅର୍ଜୁନ ମୋତେ କ୍ୟାଲୋରି ଗଣିବାକୁ ଓ ଖାଇବାକୁ କହିଥିଲେ। ସେ କହିଥିଲେ ମୁଁ ସବୁକିଛି ଖାଇପାରିବି କିନ୍ତୁ ମୋତେ ଏହାର କ୍ୟାଲୋରି ଓ ଓଜନ ଗଣିବାକୁ ପଡିବ । ମୁଁ ପ୍ରାୟ ୨୨୦୦ କ୍ୟାଲୋରି ଖାଉଥିଲି ଯେଉଁଥିରେ ୧୪୦ ଗ୍ରାମ ପ୍ରୋଟିନ୍ ଥିଲା । ଓଜନ ହ୍ରାସ କରିବା ପାଇଁ ମୁଁ ଅଧିକାଂଶ ସମୟ ଅନୁସରଣ କରୁଥିବା ଖାଦ୍ୟ କିଛି ଏହିପରି ଥିଲା… ”

*ଜଳଖିଆ
– ଦୁଇ ଖଣ୍ଡ ରୁଟି
– ୨ଟି ଅଣ୍ଡା
– ୨୦୦ ଗ୍ରାମ ସବୁଜ ପନିପରିବା
*ମଧ୍ୟାହ୍ନ ଭୋଜନ
-୧୫୦ ଗ୍ରାମ ଚିକେନ୍
-୧୫୦ ଗ୍ରାମ ପନିପରିବା
-୩୫୦ ଗ୍ରାମ ଭାତ
-୧୦ ଗ୍ରାମ ବଟର
*ସନ୍ଧ୍ୟା ସ୍ନାକ୍ସ
– ଦୁଇଟି ରୁଟି
– ୨ଟି ଅଣ୍ଡା
-୧୦୦ ଗ୍ରାମ ସବୁଜ ପନିପରିବା
*ରାତ୍ରୀ ଭୋଜନ
-୧୫୦ ଗ୍ରାମ ଚିକେନ୍
-୧୫୦ ଗ୍ରାମ ସବୁଜ ପନିପରିବା
-୩୫୦ ଗ୍ରାମ ଭାତ
-୧୦ ଗ୍ରାମ ବଟର

ସମ୍ବନ୍ଧିତ ଖବର