ଆପଣ ଚିପ୍ସ ଓ ସ୍ୟାଣ୍ଡ୍ୱିଚ୍ ଖାଇବାକୁ ପସନ୍ଦ କରନ୍ତି କି? ଏପରି ଖାଦ୍ୟ ପ୍ରତି ସଉକ ରଖୁଥିଲେ ସାବଧାନ୍ ରୁହନ୍ତୁ। କାରଣ ଏହି ଖାଦ୍ୟ ଖାଇ ଜରେ ବ୍ୟକ୍ତି ପୂରା ୩୨୦ କିଲୋ ଫୁଲି ଯାଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲ୍ ନେବା ବେଳେ କବାଟ ଭାଙ୍ଗିବାକୁ ପଡ଼ିଛି।
ଭୁଲ୍ ଭାଲ୍ ଖାଦ୍ୟ ଖାଇ ଏହି ବ୍ୟକ୍ତିଙ୍କ ଓଜନ ଏତେ ବଢ଼ି ଯାଇଥିବା ବେଳେ କିଛି ଦିନ ତଳେ ସେ ନିଜର ଓଜନ ହ୍ରାସ କରି ୨୯୮ କିଲୋରେ ପହଞ୍ଚିଛନ୍ତି।
ଏହି ବ୍ୟକ୍ତିଙ୍କ ନାମ ଜେସନ ହୋଲ୍ଟନ୍। ତାଙ୍କୁ ୩୩ ବର୍ଷ ବୟସ। ଜେସନଙ୍କ ଓଜନ ଏତେ ଅଧିକ ଯେ ତାଙ୍କ ହାର୍ଟର ଏକ୍ସ-ରେ କରିବା ପାଇଁ ଚିଡ଼ିଆଖାନା ନିଆ ଯାଇଥିଲା। ଯେଉଁଠାରେ ବଡ଼ ବଡ଼ ପ୍ରାଣୀମାନଙ୍କର ଏକ୍ସ-ରେ କରାଯାଇଥାଏ।
ତାଙ୍କୁ ସେଠାକୁ ନିଆଯିବା ପରେ ଜେବ୍ରାର ଏକ୍ସ-ରେ କରାଯାଉଥିବା ମେସିନ୍ରେ ତାଙ୍କର ଏକ୍ସରେ କରାଯାଇଥିଲା। ତାଙ୍କ ଶରୀରରେ ବ୍ଲଡ୍ କ୍ଲଟ୍ ବନିଯିବା ପରେ ତାଙ୍କୁ ହାର୍ଟ ଆଟାକ୍ ଆସିଛି ବୋଲି ସନ୍ଦେହ କରାଯାଉଥିଲା।
ଡାକ୍ତରଖାନା ଅଧିକାରୀଙ୍କ କହିବାନୁଯାୟୀ ସେ ତାଙ୍କ ଓଜନ ହେତୁ ହୁଏତ ୪୦ ବର୍ଷ ପର୍ଯ୍ୟନ୍ତି ବି ବଞ୍ଚିନପାରନ୍ତି। ଓଜନ ବୃଦ୍ଧି ପାଇବା ପୂର୍ବରୁ ସେ ଅନ୍ଲାଇନ୍ରୁ ଖାଦ୍ୟ ବରାଦ କରି ଖାଇବାକୁ ଭାରି ଭଲପାଉଥିଲେ।
ସେ କବାବ୍ରୁ ନେଇ ଚିପ୍ସ, ସ୍ୟାଣ୍ଡ୍ୱିଚ୍, କେକ୍ ଆଦି ଖାଇବାକୁ ଭାରି ଭଲପାଉଥିଲେ। କୁହାଯାଉଛି କି ସେ କେବେ କେବେ ଦିନକୁ ୩୦-୩୦ ସିଗାରେଟ୍ ପିଇ ଦଉଥିଲେ।