ଅଧିକ ଖାଇବା ଦ୍ୱାରା ନୁହେଁ, ଜାଣନ୍ତୁ ଓଜନ ବଢ଼ିବାର ପ୍ରକୃତ କାରଣ

ଓଜନ ବଢ଼ିବା ସମସ୍ୟା ଆଜିକାଲି ଅତ୍ୟନ୍ତ ସାଧାରଣ ହୋଇଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି ସମସ୍ୟାର ସମାଧାନ ହୋଇ ନଥାଏ । ଏଭଳି ଓଜନ ବଢ଼ିବା ବା ଏତେ ଚେଷ୍ଟା କରିବା ପରେ ଓଜନ ନ କମିବାର କାରଣ ଆପଣଙ୍କ ଖାଦ୍ୟ ନୁହେଁ ବରଂ ଭିଟାମିନର ଅଭାବ ହେଉଛି ଏହାର ପ୍ରକୃତ କାରଣ ।

Image result for vitamin d"
Harvard Health – Harvard University

କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଭାରତୀୟ ମହିଳାଙ୍କ ଓଜନ ବଢ଼ିବା ଏବଂ ମଧୁମେହ ବଢ଼ିବାର ମୁଖ୍ୟ କାରଣ ହେଉଛି ଭିଟାମିନ୍‌ Dର ଅଭାବ । ଏହି ଗବେଷଣାରୁ ପ୍ରାୟ ୬୮.୬ ପ୍ରତିଶତ ଭାରତୀୟ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ Dର ଅଭାବ ରହିଥିବା ବେଳେ ୨୬ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ D ପରିମାଣ ଅଧିକ ଦେଖା ଯାଇଥିଲା । କେବଳ ୫.୫ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ D ପରିମାଣ ଠିକ୍‌ ଥିବାର ଗବେଷଣାରୁ ଜଣାପଡ଼ିଥିଲା । ମହିଳାଙ୍କ ମଧ୍ୟରେ ଭିଟାମିନ୍‌ Dର ପରିମାଣ କମ ଥିବାରୁ ସେମାନଙ୍କ ଓଜନ ବଢ଼ୁଥିବାର ଦେଖିବାକୁ ମିଳିଛି । ମହିଳାମାନେ ଅଧିକ ସମୟ ଘରେ ରହୁଥିବାରୁ ସେମାନଙ୍କ ଦେହରେ ଭଲ ଭାବରେ ସୂର୍ଯ୍ୟ କିରଣ ପଡ଼ି ପାରି ନ ଥାଏ । ଯାହା ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍‌ Dର ଅଭାବ ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ଭିଟାମିନ୍‌ D ଅଭାବକୁ ପୂରଣ କରିବା ପାଇଁ ଭିଟାମିନ୍‌ D ସପ୍ଲିମେଣ୍ଟସ୍‌ ଖାଇବା ସହ ୨ଘଣ୍ଟା ସୂର୍ଯ୍ୟକିରଣ ନେବା ଲାଗି ବୁଲିବା ନିହାତି ଆବଶ୍ୟକ । ଅନ୍ୟ ପକ୍ଷରେ ଭିଟାମିନ୍‌ Dର ଅଭାବକୁ ଦୂର କରିବା ପାଇଁ ଆପଣମାନେ ଏହି ସବୁ ଖାଦ୍ୟ ମଧ୍ୟ ଖାଇ ପାରିବେ ।

୧. ଭିଟାମିନ୍‌ Dର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ କ୍ଷୀର,ଲହୁଣୀ,ମାଛ,ଛତୁ,କମଳା,ଅଣ୍ଡା ଏବଂ ଗାଜର ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ।
୨.ସକାଳ ଖାଇବାରେ ଗହମ ଜାତୀୟ ଖାଦ୍ୟ ସାମିଲ କରିବା ଦରକାର । ଏପରି କଲେ ଭିଟାମିନ୍‌ Dର ଅଭାବ ହୋଇ ନଥାଏ ।

ସମ୍ବନ୍ଧିତ ଖବର