ଖରା ଦିନ ଆସିଗଲା; ନିୟନ୍ତ୍ରଣ କରନ୍ତୁ ଆପଣଙ୍କ ଓଜନ, ଗରମ ଦିନେ ଏହିସବୁ କାରଣରୁ ବଢିଥାଏ ଓଜନ

ଖରାଦିନେ ଏମିତି ଅନେକ ଭୁଲ୍‌ ଯୋଗୁଁ ଓଜନ ବଢ଼ିଥାଏ। ଗରମ ଦିନେ ଲୋକେ ବାହାରକୁ ବୁଲିଯିବା ପାଇଁ ଅଧିକ ଇଚ୍ଛା କରନ୍ତି ଓ ଜଙ୍କ୍‌ ଫୁଡ୍‌ ଖାଆନ୍ତି। ଏମିତି ଅନେକ ଜିନିଷ ରହିଛି ଯାହା ଖରାଦିନରେ ଓଜନ ବଢ଼ିବାର କାରଣ ହୋଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, ତଳେ ଦିଆଯାଇଥିବା ଏହି ସବୁ ଏଡ଼ାଇ ଚାଲନ୍ତୁ।

କମ୍‌ ସମୟ ଶୋଇବା: ନୀଦ ପୂରା ନ ହେଲେ ମେଟାବୋଲିଜମ୍‌ ଖରାପ ହୋଇଥାଏ। ଭୋକ ଅଧିକ ଲାଗିଥାଏ, ଏହା ଯୋଗୁଁ ଓଜନ ବଢିଥାଏ।
ଅଧିକ କୋଲ୍‌ଡ୍‌ ଡ୍ରିଙ୍କ୍‌ସ ପିଇବା: ଏଥିରେ ବହୁତ ମାତ୍ରାରେ କ୍ୟାଲୋରି ଓ ଫ୍ରୁକ୍ଟୋଜ୍‌ ନାମକ ଚିନି ରହିଥାଏ, ଯେଉଁଥିପାଇଁ ଓଜନ ବଢିଥାଏ।
ଆଉଟିଂ ସମୟରେ ଫାଷ୍ଟ୍‍ଫୁଡ୍‌ ଖାଇବା: ପିଜ୍ଜା, ବର୍ଗର, ନୁଡଲ୍‌ସ୍‌ ଭଳି ଫାଷ୍ଟ୍‍ଫୁଡ୍‌ରେ ଥିବା ଫ୍ୟାଟ୍‌ ଓ କ୍ୟାଲୋରିରୁ ଓଜନ ବଢ଼ିଥାଏ।
ଆଇସ୍‌କ୍ରିମ, ଫ୍ରୋଜନ୍‌ ଖାଦ୍ୟ ଅଧିକ ଖାଇବା: ଏଥିରେ ବହୁତ ପରିମାଣରେ ଚିନି ଓ ଫ୍ୟାଟ୍‌ ଥାଏ, ଯେଉଁଥିପାଇଁ ଓଜନ ବଢ଼ିଥାଏ।
ରାତ୍ରି ଭୋଜନ ବିଳମ୍ବରେ କରିବା: ରାତିରେ ମେଟାବୋଲିଜମ୍‌ ଧୀର ହୋଇଯାଏ। ଠିକ ଭାବରେ କ୍ୟାଲୋରି ବର୍ଣ୍ଣିଂ ହୋଇପାରି ନ ଥାଏ ଏଥିପାଇଁ ଓଜନ ବଢିଯାଏ।
ଅଧିକ ମାତ୍ରାରେ ଜୁସ୍‌ ଓ ସେକ୍‌ ପିଇବା: ଏଥିରେ ଚିନି ଓ କ୍ୟାଲୋରି ବହୁତ ଅଧିକ ମାତ୍ରାରେ ଥାଏ, ଯେଉଁଥିପାଇଁ ଓଜନ ବଢିଯାଏ।
ଅଧିକ ପାର୍ଟି କରିବା: ବିଳମ୍ବିତ ରାତିଯାଏଁ ପାର୍ଟି, ଜଙ୍କ୍‌ ଫୁଡ୍‌ ଓ ଆଲ୍‌କହଲ୍‌ ଓଜନ ବଢାଇ ଦିଏ।
ସମ୍ବନ୍ଧିତ ଖବର