ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ଖାଦ୍ୟ କମ୍ କରିବା ଆରମ୍ଭ କରିଥାନ୍ତି । କିନ୍ତୁ ଏବେ ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷକୁ ଆଘ୍ରାଣ କରି ଆପଣ ଓଜନ କମାଇ ପାରିବେ ।
ଯେତେବେଳେ କୌଣସି ଅଧିକ ଗନ୍ଧଯୁକ୍ତ ପଦାର୍ଥର ଆଘ୍ରାଣ କରାଯାଏ, ସେତେବେଳେ ଶରୀରରେ ଥିବା ମେଟାବଲିଜିମ୍ ଅଧିକ ସକ୍ରିୟ ହୋଇଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ କମ ଲାଗିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।
୧.ଭିଟାମିନ୍ରେ ଭରପୂର ଥିବା ପୁଦିନା ତେଲ ଆଘ୍ରାଣ କରିବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ସାରାଦିନର ଥକାପଣକୁ ଦୂର କରିବା ପାଇଁ ରାତିରେ ଏହି ତେଲର ଆଘ୍ରାଣ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଶରୀରରେ ମେଟାବଲିଜିମ୍ ବଢ଼ିବା ସହ ଓଜନ କମ ହୋଇଥାଏ ।
/sambad/media/post_attachments/eb64c69a7d078cd0fb4d1b7ac56340a8e6d884c27531acb1798fd959e502fefa.jpg)
୨.ଏକ ଗବେଷଣା ଅନୁଯାୟୀ, ମୋଟାପଣର ଶିକାର ହୋଇଥିବା ଲୋକମାନଙ୍କୁ ଭୋକ ଲାଗିଲେ ସବୁଜ ସେଓ ଏବଂ କଦଳୀକୁ କାଟି ତାହାର ବାସ୍ନାକୁ ଆଘ୍ରାଣ କରିବା ଦରକାର । ଏହା ଦ୍ୱାରା ଭୋକ ଲାଗିବା ବନ୍ଦ ହେବା ସହ ଓଜନ କମ ହୋଇଥାଏ ।
୩.ରସୁଣକୁ କାଟି ଏହାର ବାସ୍ନାକୁ ଆଘ୍ରାଣ କରିବା ଦ୍ୱାରା ଓଜନ କମ ହୋଇଥାଏ ।
/sambad/media/post_attachments/a44b1542889cd6fbc9cd84ba35c9c2dd1f8c9c85e44efb40d5a39cc43f51f5d1.jpg)
୪.ଅଳେଇଚ ତେଲକୁ ଖାଦ୍ୟରେ କିଛି ବୁନ୍ଦା ମିଶାଇ ଖାଆନ୍ତୁ । ଏହାର ବାସ୍ନା ଦ୍ୱାରା ଓଜନ କମ ହେବା ସହ ପେଟଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।