ଖାଲି ପେଟରେ ପିଅନ୍ତୁ ଏହି ତିନିଟି ପାନୀୟ, ହ୍ରାସ ପାଇବ ଶରୀରରୁ ଚର୍ବି!

ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକଙ୍କ ଠାରେ ମେଦବହୁଳ ସମସ୍ୟା ଦେଖିବାକୁ ମିଳିଥାଏ। ତେଣୁ ଲୋକେ ଓଜନ ହ୍ରାସ କରିବା ସହିତ ପେଟର ଚର୍ବି ହ୍ରାସ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ତେବେ ଏମିତି କିଛି ପାନୀୟ ଅଛି ଯାହାକୁ ଖାଲିପେଟରେ ପିଇବା ଦ୍ବାରା ପେଟର ଚର୍ବି ଶୀଘ୍ର ହ୍ରାସ ହୋଇଥାଏ ବୋଲି କୁହାଯାଉଛି। ସେହି ପାନୀୟଗୁଡ଼ିକ ମଧ୍ୟରେ ପ୍ରଥମତଃ ରହିଛି…

ଲେମ୍ବୁ-ଅଦା ପାନୀୟ: ସର୍ବପ୍ରଥମେ ଏକ ବଡ଼ ପାତ୍ରରେ ଏକ ଲିଟର ପାଣି ନିଅନ୍ତୁ । ଏହା ପରେ ଦୁଇଟି ଲେମ୍ବୁ  ନିଅନ୍ତୁ | ପ୍ରଥମେ ରସକୁ ଚିପି ଦିଅନ୍ତୁ ଏବଂ ତା’ପରେ ‌ଲେମ୍ବୁ ଚୋପାକୁ ଛୋଟଛୋଟ କରି କାଟି ଦିଅନ୍ତୁ । କଟା ଲେମ୍ବୁ ଚୋପାକୁ ଉକ୍ତ ଏକ ଲିଟର ପାଣିରେ ପକାଇ ଦିଅନ୍ତୁ। ଏହାପରେ ଅଦା ଏବଂ ଗୋଲମରିଚ ପକାଇ ପାଞ୍ଚ ମିନିଟ୍ ଫୁଟାନ୍ତୁ । ଲେମ୍ବୁ ନରମ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ଟିକେ ଥଣ୍ଡା କରିବାକୁ ଦିଅନ୍ତୁ ଏବଂ ତା’ପରେ ପାଣି ଫିଲ୍ଟର୍ କରନ୍ତୁ । ଏହାପରେ ଏଥି‌ରେ ମହୁ ମିଶାଇ ପିଅନ୍ତୁ।

ସେହିପରି ଆଉ ଏକ ପାନୀୟ ହେଉଛି ଜିରା-ଡାଲଚିନି: ଏକ ବଡ ପାତ୍ରରେ ଗୋଟିଏ ଲିଟର ପାଣି ନିଅନ୍ତୁ। ଏଥିରେ ଜିରା ଏବଂ ଡାଲଚିନି ପକାଇ ପାଞ୍ଚ ମିନିଟ୍ ପାଇଁ ଫୁଟାନ୍ତୁ । ଏହାକୁ ଟିକେ ଥଣ୍ଡା କରି ପାଣିକୁ ଛାଣି ଦିଅନ୍ତୁ। ଥଣ୍ଡା ହୋଇଯିବା ପରେ ଏହି ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ଭଲ ଭାବେ ମିଶାନ୍ତୁ । ଏହି ପାନୀୟକୁ ସକାଳେ ଖାଲି ପେଟରେ ପିଅନ୍ତୁ।

ଚିଆ ମଞ୍ଜି ଓ ଲେମ୍ବୁ: ଚିଆ ମଞ୍ଜିକୁ ଏକ କପ୍ ପାଣିରେ ୧୦ ମିନିଟ୍ ପାଇଁ ଭିଜାନ୍ତୁ । ଏହାପରେ ଏକ ଗ୍ଲାସରେ ଭିଜାଇଥିବା ଚିଆ ମଞ୍ଜି, ମହୁ ଏବଂ ଲେମ୍ବୁ ରସ ମିଶାଇ ଭଲ ଭାବରେ ମିଶାନ୍ତୁ । ଏହି ଚିଆମଞ୍ଜି-ଲେମ୍ବୁ  ଶରୀରରୁ ଚର୍ବି ହ୍ରାସ କରିବାରେ ବହୁ ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର