ଆଜିକାଲି ମୋଟାପଣ ଏକ ପ୍ରମୁଖ ସମସ୍ୟା ପାଲଟିଛି। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣଉଛନ୍ତି। ଆମେ ଆଜି ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏକି ୨୫ କିଲୋ ଓଜନ ହ୍ରାସ କରି ୯୩ କିଲୋରୁ ୬୮ କେଜି କିଲୋର ହୋଇଛନ୍ତି।
ମହିଳା ଜଣକ ହେଉଛନ୍ତି ପ୍ରେରଣା ମିଶ୍ର। ତାଙ୍କର ୪ ବର୍ଷର ଝିଅକୁ କର୍କଟ ହେବା ପରେ ସେ ନିଜକୁ ଫିଟ୍ ରଖିବାର ଚିନ୍ତା କଲେ। ତାପରେ ଆରମ୍ଭ ହେଲା ତାଙ୍କ ଫିଟ୍ନେସ ଯାତ୍ରା। ଫଟୋରେ ଆପଣ ତାଙ୍କର ପୂର୍ବ ଓ ପରର ଫଟୋକୁ ତୁଳନା କରି ଦେଖି ପାରୁଥିବେ ମହିଳା ଜଣକ ତାଙ୍କର ଏହି ଫିଟ୍ନେସ୍ ଯାତ୍ରାରେ କେତେ ସଫଳ ହୋଇଛନ୍ତି।
View this post on Instagram
ଆଜ୍ତକ୍ ସହ କଥା ହୋଇ ପ୍ରେରଣା ନିଜ ଫିଟ୍ନେସ୍ର ମନ୍ତ୍ର ବାଣ୍ଟିଛନ୍ତି। ତେବେ ଚାଲନ୍ତୁ ଜାଣିବା ପ୍ରେରଣା ତାଙ୍କ ଡାଏଟ୍ରେ କି କି ଖାଦ୍ୟ ସବୁ ତାଲିକା କରିଥିଲେ ଓ କିପରି ଏତେ ବେଶି ଓଜନ ହ୍ରାସ କରିବାରେ ସଫଳ ହେଲେ।
ସେ ସକାଳ ଜଳଖିଆରେ ଗୋଟାଏ ପାଉଁରୁଟି, ୨ଟା ଅଧା ସିଝା ଅଣ୍ଡା, ନାଲି ଚା’ ଓ ପ୍ରୋଟିନ୍ ଆଦି ଖାଇଥାନ୍ତି। ସେହିପରି ମଧ୍ୟାହ୍ନରେ ସେ ଚିକେନ୍ ବିରିୟାନୀ, ଚିକେନ୍ ରୋଲ୍, ଚିକେନ ପାସ୍ତା କିମ୍ବା ସାଲାଡ୍ ଖାଇଥାନ୍ତି। ସଂଧ୍ୟାରେ ଅଦା ଚା ପିିଇଥାନ୍ତି। ସେହିପରି ରାତ୍ର ଭୋଜନରେ ସେ ଖାଆନ୍ତି ଗୋଟାଏ ଆମ୍ଲେଟ୍ ଓ ଗୋଟାଏ କପ୍ ପ୍ରୋଟିନ୍।
ସବୁଠାରୁ ବଡ଼ କଥା ହେଉଛି ସେ ତାଙ୍କ ଡାଏଟ୍ ସମୟରେ ଜଙ୍କ୍ ଓ ଗୁପ୍ଚୁପ୍ ଆଜି ସବୁ ସାମିଲ୍ କରିଥାନ୍ତି। ସବୁକିଛି ଖାଇକରି ବି ସେ ଏଜେ ଓଜନ ହ୍ରାସ କରିପାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-17.jpg)