ବିବାହ ପରେ ଓଜନ ହ୍ରାସ କରିବା ମହିଳାଙ୍କ ପାଇଁ ଏକ କଷ୍ଟକର କାର୍ଯ୍ୟ ହୋଇଥାଏ। ପରିବାରର ଦାୟିତ୍ବ ତୁଲାଉ ତୁଲାଉ ମହିଳା ନିଜ ସ୍ବାସ୍ଥ୍ୟ କଥା ଚିନ୍ତା କରିବା ଭୁଲି ଯାଇଥାନ୍ତି। ମାତ୍ର ଏହା ଭିତରେ ବି ଜଣେ ମହିଳା ନିଜର ବ୍ୟସ୍ତପୂର୍ଣ୍ଣ ଜୀବନରୁ ସମୟ କାଢ଼ି ନିଜର ଏପରି ଓଜନ ହ୍ରାସ କରିଛନ୍ତି ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି। ମହିଳାଙ୍କ ଓଜନ ପୂର୍ବରୁ ୧୬୭ କିଲୋ ଥିବା ବେଳେ ସେ ନିଜର ଓଜନ ହ୍ରାସ କରି ଏବେ ମାତ୍ର ୫୯ କିଲୋର ହୋଇ ପାରିଛନ୍ତି। ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ।
ମହିଳାଙ୍କ ନାମ ଡନ୍ ଲାମ୍ବର୍ଟ। ଆମେରିକାରେ ରହୁଥିବା ଏହି ମହିଳାଙ୍କୁ ୫୨ ବର୍ଷ ବୟସ। ସେ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ତାଙ୍କ ଓଜନ କାରଣରୁ ସେ ଦିନକୁ ଦିନ ରୋଗୀଣା ହୋଇ ହୋଇ ଯାଉଥିଲେ। ଫଳରେ ଓଜନ ହ୍ରାସ କରିବା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିଲା।
ସେ ଆହୁରି ବି କହିଛନ୍ତି ଯେ କିଛି ଗୋଟେ ଖାଇଦେଲେ ତାଙ୍କ ଓଜନ ବଢ଼ି ଯାଉଥିଲା। ମାତ୍ର ଭୁଲ୍ ଖାଦ୍ୟ ଗ୍ରହଣ କରିବା କାରଣରୁ ସେ ଆହୁରି ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କ କହିବା କଥା ହେଉଛି ସେ ସବୁ କିଛି ଖାଇକରି ନିଜର ଓଜନ କମାଇ ପାରିଛନ୍ତି। ମାତ୍ର ଖାଦ୍ୟର ମାତ୍ରା ଟିକେ କମ୍ କରି ଦେଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ ତାଙ୍କ ଖାଦ୍ୟ ରୋଷେଇର ତରିକାକୁ ବଦଳାଇବା ପରେ ହିଁ ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିଛନ୍ତି।
ତେବେ ତାଙ୍କ ଓଜନ ଯେତେବେଳେ ୧୬୭ କିଲୋ ଥିଲା ସେତେବେଳେ ସେ ଅଧିକ ମାତ୍ରା ପରିବା ଓ ଫଳରେ ତିଆରି ସ୍ୟାଣ୍ଡ୍ଉଇଚ୍ ଖାଉଥିଲେ ବୋଲି ତାଙ୍କ ସାକ୍ଷାତ୍କାରରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/af4c16d8-8dc8-43ea-8d0d-e0b48634b8af.jpg)