ଓଜନ ହ୍ରାସ ପାଇଁ ଫଳ ରସ ପିଅନ୍ତୁ, ବିନା ଶାରୀରିକ ପରିଶ୍ରମରେ ଖସିଯିବ ଚର୍ବି

ଯଦିଓ ଓଜନ କମାଇବା ପାଇଁ ଫଳରସ ଡାଏଟ୍‌ ଅତି ସାଧାରଣ ହୋଇଗଲାଣି, ତଥାପି ବି ଏହି ଡାଏଟ୍‌ ସମକକ୍ଷ ଆଉ କିଛି ନାହିଁ। ବେଳେ ବେଳେ କିନ୍ତୁ ଏହା ଦୀର୍ଘ ସ୍ଥାୟୀ ହୋଇନଥାଏ। ତେବେ, ଚାଲନ୍ତୁ ଜାଣିବା କେଉଁଭଳି ଭାବେ ଫଳ ରସ ପିଇବା ଦ୍ୱାରା ଆମ ଓଜନ ହ୍ରାସର ପ୍ରଭାବ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିପାରିବ।

ଡାଇଟିସିଆନ୍‌ମାନେ ଖାଇବା ପୂର୍ବରୁ ଫଳ ରସ ପିଇବାକୁ ପରାମର୍ଶ ଦେଇଥାନ୍ତି। ଖାଇବା ପୂର୍ବରୁ ଫଳରସ ପିଇବା ଦ୍ୱାରା ଖାଦ୍ୟ ଖାଇବାର ପରିମାଣ ଟିକେ କମ୍‌ ହୋଇଥାଏ। ମାତ୍ର ଫଳ ରସ ପିଇଥିବା ହେତୁ ଆଉ ଭୋକ ବି ହୁଏ ନାହିଁ। ପରୋକ୍ଷ ଭାବେ ଆମେ ଆମର ଖାଦ୍ୟର ପରିମାଣ କମ୍‌ କରିଥାନ୍ତି।

ସକାଳ ଜଳଖିଆ ପୂର୍ବରୁ ମନେ କରି ଫଳ ରସ ପିଅନ୍ତୁ। ଡାକ୍ତରଙ୍କ କହିବା ଅନୁଯାୟୀ ଦିନକୁ ୩ ପ୍ରକାର ଭିନ୍ନ ଫଳ ରସ ଭିନ୍ନ ଭିନ୍ନ ସମୟରେ ପିଅନ୍ତୁ। ଏହା ଓଜନ କମାଇବାରେ ଖୁବ୍‌ ସହାୟ ହୋଇଥାଏ।

ପ୍ରଥମରୁ ୨୦୦ଏମ୍‌ଏଲ୍‌ ଫଳ ରସ ପିଇବା ଆରମ୍ଭ କରନ୍ତୁ। ଧୀରେ ଧୀରେ ଏହାକୁ ବଢ଼ାଇ ୨୫- ରୁ ୩୦୦ ଏମ୍‌ଏଲ୍‌ କରନ୍ତୁ। ଯେତେ ଅଧିକ ଫଳ ରସ ପିଇବେ ଦେହପାଇଁ ସେତେ ଭଲ।

ଡାଇଟିସିଆନ୍‌ମାନେ ଆହୁରି ପରାମର୍ଶ ଦିଅନ୍ତି କି ସକାଳ ଜଳଖିଆ ବଦଳରେ ଫଳ କିମ୍ବା ପରିବା ଜୁସ୍‌ ପିଇବା ଖୁବ୍‌ ଭଲ ହୋଇଥାଏ। ଏହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ।

ଅନେକ ଲୋକେ ଫଳକୁ ରସ କରି ପିଇବା ଅପେକ୍ଷା ସିଧା ଫଳ ଖାଇବାକୁ ଶ୍ରେୟ ମନେ କରନ୍ତି। ମାତ୍ର ମନେରଖନ୍ତୁ ହଜମ ପାଇଁ କିନ୍ତୁ ଫଳ ଅପେକ୍ଷା ଫଳ ରସ ଉତ୍ତମ ହୋଇଥାଏ।

ସମ୍ବନ୍ଧିତ ଖବର