ଓଜନ ହ୍ରାସ କରିବାକୁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଓଜନ ବୃଦ୍ଧି ପାଇବା ଆଜିକାଲି ସମୟର ଏକ ବିରାଟ ସମସ୍ୟା। ଅନେକ ଲୋକ ନିଜର ଓଜନ କମାଇବାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ୁଛନ୍ତି। କିଏ ଏଥିପାଇଁ ଔଷଧ ସେବନ କଲାଣି ତ କିଏ ବ୍ୟାୟାମଶାଳାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି। ତେବେ କେତକ ଘରୋଇ ଉପାୟରେ ମଧ୍ୟ ଓଜନ ହ୍ରାସ କରାଯାଇ ପାରେ। ଆପଣ ନିଜର ଖାଦ୍ୟରୁଚି ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ଦେଖିବେ ଆପଣଙ୍କ ଓଜନ ଆପଣାଛାଏଁ ଆୟତ୍ତରେ ରହିବ।

: ଓଜନ କମାଇବା ପାଇଁ ଆପଣ ଡାଲିଚିନ୍‌ ଖାଇପାରିବେ। ସକାଳୁ ଖାଲି ପେଟରେ ଗରମ ପାଣି ସହ ଡାଲିଚିନ ଖାଇଲେ ଅତିରିକ୍ତ ଚର୍ବି କମ୍‌ ହୋଇଥାଏ।

: ନିୟମିତ ଶାଗ ଖାଆନ୍ତୁ। ଚର୍ବି ଖସିଯିବ ଏବଂ ଓଜନ କମିବ। ଏଥିରେ ପୁଷ୍ଟିସାର ଭରପୂର ଥିବାରୁ ଶରୀରକୁ ମଧ୍ୟ ଶକ୍ତି ଆସିବ।

: କିଛି ଦିନ ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ଲେମ୍ବୁ ରସ ମିଶ୍ରିତ ଉଷୁମ ପାଣି ପିଅନ୍ତୁ। ଏହା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ, ଚର୍ବି ଜମା ହୁଏ ନାହିଁ। ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ।

: ଶରୀରରୁ ମୋଟାପଣ କାଟିବା ପାଇଁ ହଳଦୀ ଖୁବ୍‌ ଭଲ। ଏହାକୁ ଆପଣ କ୍ଷୀରରେ ମିଶାଇ ପିଇପାରନ୍ତି।

: ଫୁଲ କୋବି, ବିଲାତି ବାଇଗଣ, ବନ୍ଧାକୋବି, ବିନ୍‌ସ, ଅଦା, କାକୁଡ଼ି ଆଦି କମ୍‌ କ୍ୟାଲୋରିଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ।

: ଡାଳିମ୍ବ ଓ ସେଓ ଯେତେ ପରିମାଣରେ ଚାହିଁଲେ ଖାଇପାରନ୍ତି। ଏସବୁ ଫଳ ଓଜନକୁ ଆୟତ୍ତରେ ରଖିଥାଏ।

 

 

ସମ୍ବନ୍ଧିତ ଖବର