ପ୍ରେଗ୍ନେନ୍ସି ପରେ ଓଜନ ବଢ଼ିବା ମହିଳାଙ୍କ କ୍ଷେତ୍ରରେ ଏକ ନିହାତି ସାଧାରଣ କଥା। କିଛି ମହିଳା ଏପରି ବି ଅଛନ୍ତି ଯିଏକି ଚେଷ୍ଟା କରି ବି ନିଜ ଓଜନକୁ ଆୟତ୍ତରେ ରଖିପାରନ୍ତି ନାହିଁ। ଆଜି ଆମେ ଜଣେ ଏପରି ମହିଳାଙ୍କ ବିଷୟରେ ଆଲୋଚନା କରିବୁ, ଯିଏକି ତାଙ୍କ ଓଜନ ୮୪ କିଲୋରୁ ୫୩ କିଲୋ କରି ଦେଇଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ମହିଳା ଜଣକ କିଏ ଓ ସେ କିପରି ନିଜର ଏତେ ଓଜନ ହ୍ରାସ କରିପାରିଛନ୍ତି।
ଏହି ମହିଳା ଜଣକ ହେଉଛନ୍ତି ହର୍ମନ୍ ସିଦ୍ଧୁ। ସେ ମୋହାଲିର ବାସିନ୍ଦା। ପ୍ରେଗ୍ନେନ୍ସି ପରେ ତାଙ୍କ ଓଜନ ୮୪ କିଲେ ରହିଥିଲା। ଅକ୍ଳାନ୍ତ ଚେଷ୍ଟା ପରେ ସେ ନିଜକୁ ୫୩ କିଲୋର କରି ଫିଟ୍ କରି ପାରିଛନ୍ତି। ତାଙ୍କ ଉଚ୍ଚତା ୫ ଫୁଟ୍ ୭ ଇଞ୍ଚ୍। ଆପଣ ଭାବୁଥିବେ ନିଶ୍ଚୟ ଯେ ଏକାଥରକରେ ୩୧ କିଲୋ ଓଜନ ହ୍ରାସ କରିବା କିଛି ସାଧାରଣ କଥା ନୁହେଁ। ମାତ୍ର ସେ ଏପରି କରି ଦେଖାଇଛନ୍ତି।
View this post on Instagram
ତାଙ୍କ କହିବା କଥା ହେଉଛି ତାଙ୍କ ପାଇଁ ଡାଏଟ୍ ତାଙ୍କ ସ୍ବାମୀ ପ୍ରସ୍ତୁତ କରିଥିଲେ। ତାଙ୍କ ଡାଏଟ୍ରେ ଅଧିକାଂଶ ଘରେ ତିଅାରି ହେଉଥିବା ଖାଦ୍ୟ ସାମିଲ୍ ଥିଲା। ତେବେ ଚାଲନ୍ତୁ ଜାଣିବା ମହିଳା ଜଣକ ପୂରା ଦିନ ଭିତରେ କ’ଣ ଖାଉଥିଲେ।
ସେ ସକାଳୁ ଉଠିବା ମାତ୍ରେ ୧ ଗ୍ଲାସ୍ ଖୀର ଓ ୫ଟା ବାଦାମ୍ ଖାଆନ୍ତି। ତା’ପରେ ଜଳଖିଆରେ ୪ଟା ଅଣ୍ଡାର ଧଳା ଅଂଶ, ଗୋଟାଏ ପୂରା ଅଣ୍ଡା, ୫ ଗ୍ରାମ୍ ବଟର୍ କିମ୍ବା ଘିଅ ଖାଇଥାନ୍ତି। ତା’ର କିଛି ସମୟ ଛାଡ଼ି କିଛି ପ୍ରୋଟିନ୍ ଓ ଫଳ ନେଇଥାନ୍ତି। ପୁଣି ମଧ୍ୟାହ୍ନରେ ୧୦୦ ଗ୍ରାମ୍ ଚିକେନ୍, ଭାତ, ସିଝା ପରିବା ଓ ସାଥୀରେ ଦହି ଖାଇଥାନ୍ତି। ସଂଧ୍ୟାରେ ଚା ଓ ଫଳ ନେଇଥାନ୍ତି। ପୁଣି ରାତ୍ର ଭୋଜନରେ ୧୦୦ ଗ୍ରାମ୍ ଚିକେନ୍ ଓ ସବୁଜ ପରିବା। ତାହା ସହିତ ସେ ରୀତିମତ ବ୍ୟାୟାମ ବି କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-4.jpg)