ଶରୀର ପାଇଁ ଖୁବ୍ ଭଲ ହୋଇଥାଏ ଅଦା ଚା: ଜାଣନ୍ତୁ କିପରି ବନାଇବେ

ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଅଦା ନିଶ୍ଚୟ ଥାଏ। ଏହାକୁ ମସଲାରେ ମିଶ୍ରଣ କଲେ ଖାଦ୍ୟ ତ ସ୍ବାଦିଷ୍ଟ ‌ହୋଇଥାଏ ଏହା ସହ ଅଦା ଶରୀର ପାଇଁ ବି ଖୁବ୍ ଭଲ। ଏଥିପାଇଁ ଆପଣ ଅଦାରେ ଚା କରି ପିଇପାରିବେ। ଅଦା ଚା ପିଇଲେ ନାନା ଶାରୀରିକ ସମସ୍ୟା ଦୂର ହୋଇଥାଏ।

କୌଣସି ସ୍ଥାନକୁ ଗାଡ଼ିରେ ଯାତ୍ରା କଲେ ଆପଣଙ୍କର ଯଦି ବାନ୍ତି ହେବା ସମସ୍ୟା ରହିଛି ତେବେ ଅଦା ଚା ପିଇ କରି ବାହାରକୁ ବାହାରନ୍ତୁ। ଅଦା ଚା ପିଇ ଯାତ୍ରା କଲେ ଆଉ ବାନ୍ତି ହେବ ନାହିିଁ।

ଗବେଷଣାରୁ ଜଣାପଡ଼ିଛି ଯେ ଅଦା ଚା ପିିଇବା ଦ୍ବାରା ଉଚ୍ଚ ରକ୍ତଚାପ ଓ ହୃଦ୍‌‌ ରୋଗ ନିୟନ୍ତ୍ରଣରେ ରହିଥାଏ।


Stylecraze

ଓଜନ ହ୍ରାସ ପାଇଁ ଏହା ଅବ୍ୟର୍ଥ ଔଷଧ ପରି କାମ କରେ। ଯଦି ଆପଣ ଓଜନ ହ୍ରାସ କରିବାକୁ ଡାଏଟ୍‌ କରୁଛନ୍ତି ତେବେ ନିଜ ଡାଏଟ୍‌ରେ ଅଦା ଚା ନିଶ୍ଚୟ ସାମିଲ୍‌ କରନ୍ତୁ।

କର୍କଟ ପରି ମାରାତ୍ମକ ରୋଗ ପାଇଁ ମଧ୍ୟ ଅଦା ଚା ଖୁବ୍‌ ଭଲ ହୋଇଥାଏ। ଏହାକୁ ଦୈନିକ ପିଇବା ଅଭ୍ୟାସ କଲେ କର୍କଟ ପରି ମାରାତ୍ମକ ରୋଗ ହୁଏତ ଆପଣ ହୋଇନପାରେ।

ଅଦା ଚା ବନାଇବେ କିପରି?

ଚୋପା ଛଡ଼େଇ ଛୋଟ ଖଣ୍ଡ ଏକ ଅଦା ନିଅନ୍ତୁ। ଗରମ ପାଣିରେ ତାହାକୁ ଘୋରିକରି ପକାନ୍ତୁ। ସେଥିରେ ସାମାନ୍ୟ ପରିମାଣର ଚୁନ ଏବଂ ଟିକେ ଲେମ୍ବୁ ରସ ମିଶ୍ରଣ କରନ୍ତୁ। ସେଥିରେ ସ୍ବାଦ ମୁତାବକ ଲୁଣ ଓ ମହୁ ମିଶ୍ରଣ କରି ପିଅନ୍ତୁ। 

 

ସମ୍ବନ୍ଧିତ ଖବର