ଆପଣଙ୍କ ଅ‌ାଖିତଳ କଳା ପଡୁଛି କି? ଆପଣାନ୍ତୁ ଏହି ସବୁ ଉପାୟ

ଆଖି ତଳ କଳା ପଡ଼ିବା ଆଜି କାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ରାତି ଅନିଦ୍ରା ଓ ଅତ୍ୟଧିକ ‌ଫୋନ୍‌ କିମ୍ବା କମ୍ପ୍ୟୁଟର୍‌ ବ୍ୟବହାର କରିବା ଏହାର ମୁଖ୍ୟ କାରଣ। କେତେକ କ୍ଷେତ୍ରରେ ଭିଟାମିନ୍‌ ଅଭାବରୁ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କ’ଣ କରିବା ଦ୍ବାରା ଏହି ସମସ୍ୟାକୁ ଦୂରେଇ ଦେଇ ହେବ।

: ଆମକୁ ନିଜର ଶୋଇବା ସମୟ ବଢ଼ାଇବାକୁ ପଡ଼ିବ। ଯେତେ ଅଧିକ ପରିମାଣରେ ଶୋଇବେ ଆଖି ତଳ କଳା ସେତେ କମ୍‌ ହେବ। ଦିନକୁ ଅତି କମ୍‌ରେ ୭ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।

: କେବଳ ଶୋଇବା ନୁହେଁ, ଆପଣଙ୍କୁ ପ୍ରଚୁର ପରିମାଣରେ ପାଣି ମଧ୍ୟ ପିିଇବାକୁ ପଡ଼ିବ। ଯେତେ ଅଧିକ ପାଣି ପିଇବେ ଶରୀର ପାଇଁ ସେତେ ଭଲ। ଅତି କମ୍‌ରେ ଦିନକୁ ୮ ଗ୍ଲାସ୍‌ ପାଣି ପିଇଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ।


SkinKraft

: ଉଚ୍ଚ ତାପମାତ୍ରାରେ ଜ୍ବର ହେଲେ ମଧ୍ୟ ଆଖି ତଳ କଳା ପଡ଼ିଥାଏ। ଜ୍ବର ହେଲେ ତୁରନ୍ତ ତାହାର ଚିକିତ୍ସା କରନ୍ତୁ।

: ମାନସିକ ଚାପ ଥିଲେ ମଧ୍ୟ ଆଖି ତଳ କଳା ପଡ଼େ। ଆପଣ ଯେତେ ଚିନ୍ତା ମୁକ୍ତ ରହିବେ ସେତେ ଭଲ।

: ବୟସ ହେଲେ ମଧ୍ୟ ଏହି ସମସ୍ୟା ଦିଶିଥାଏ। ସେଥିପାଇଁ ଆପଣଙ୍କୁ ତାହାର ଉପଯୁକ୍ତ ଯତ୍ନ ନେବାକୁ ପଡ଼ିବ। ଆଖି ଚାରି ପଟେ ଘି କୁଆଁରି ରସ ଲଗାନ୍ତୁ।

: ମଦ୍ୟପାନ, ଧୁମପାନ ଆଖି ତଳ କଳା ପଡ଼ିବାର ଅନ୍ୟତମ କାରଣ। ଏସବୁକୁ ଦୂରେଇ ରୁହନ୍ତୁ।

ସମ୍ବନ୍ଧିତ ଖବର