‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବା ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଚପତି’ରୁ ଆସିଛି, ଯାହାର ଅର୍ଥ ହେଉଛି ମାଲିସ୍‌ କରିବା। ପୂର୍ବରୁ ଭାରତୀୟମାନେ ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଜିନିଷକୁ ମୁଣ୍ଡ ସଫା କରିବା ଲାଗି ବ୍ୟବହାର କରୁଥିଲେ। ଯେମିତିକି ରିଠାକୁ ବତୁରାଇ କେଶ ସଫା କରିବା। ଏମିତିରେ ତ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ମିଶରରେ ଉଦ୍ଭାବନ ହୋଇଥିଲା। ହେଲେ ଏହି ଶାମ୍ପୁର ବ୍ୟବହାର ଭାରତରେ ପ୍ରଥମେ ଆରମ୍ଭ ହୋଇଥିବା ତଥ୍ୟ କହେ। ଆଉ ପ୍ରଥମେ ଶାମ୍ପୁ ବ୍ୟବହାର ସିନ୍ଧୁ ସଭ୍ୟତାରେ ହୋଇଥିବା କିଛି ପ୍ରମାଣରୁ ଜଣାପଡ଼େ। 

Advertisment

କିଭଳି ପ୍ରସ୍ତୁତ ହେଉଥିଲା ‘ଶାମ୍ପୁ’

ପୂର୍ବେ ଭାରତରେ ରିଠା, ସୁଖିଲା ଅଁଳା ଓ ଅନ୍ୟାନ୍ୟ ପ୍ରାକୃତିକ ଚେରମୂଳିକୁ ଶିଝାଇ ଶାମ୍ପୁ ପ୍ରସ୍ତୁତ କରାଯାଉଥିଲା। ଇଂରେଜମାନେ ଯେବେ ଭାରତ ଆସିଲେ ସେମାନଙ୍କ ନଜର ଏହା ଉପରେ ପଡ଼ିଥିଲା। ଆଉ ଏହାକୁ ବ୍ୟବହାର କରି ସେମାନେ ଅନେକ ଉପଶମ ପାଇଥିଲେ। ତେଣୁ ଏହାକୁ ସେମାନେ ନିଜ ଦେଶକୁ ନେଇଗଲେ। ଏହାକୁ ନେଇ ସେତେବେଳେ ସେଠାକାର ରାଜା ମହାରାଜା ଓ ଧନୀକ ବ୍ୟକ୍ତି ହିଁ ବ୍ୟବହାର କଲେ। ସାଧାରଣ ଲୋକଙ୍କ ପାଇଁ ଏହା ଉପଲବ୍ଧ ନଥିଲା। ଏହାବାଦ ‘ଶେକ୍‌ ଦିନ ମହମ୍ମଦ’ ଯିଏକି ଜଣେ ବଙ୍ଗୀୟ ଟ୍ରାଭଲେର୍‌, ସର୍ଜନ ଓ ଏଣ୍ଟରପ୍ରେନ୍‌ୟୁର, ସେ ବ୍ରିଟେନ୍‌ରେ ଶାମ୍ପୁ କରିବା ପ୍ରଣାଳୀ ଆରମ୍ଭ କରାଇଥିବା କୁହାଯାଏ।

୧୮୧୪ରେ ମହମ୍ମଦ ନିଜ ପତ୍ନୀଙ୍କ ସହ ମିଶି ଇଂଲଣ୍ଡରେ ପ୍ରଥମ 'କମରସିଆଲ ଶାମ୍ପୁଇଂ ଭେପର୍‌ ମସାଜ ବାଥ୍‌' ଆରମ୍ଭ କରିଥିଲେ। ୟୁରୋପରେ ପ୍ରାରମ୍ଭିକ ସମୟରେ ସାବୁନ୍‌କୁ ପାଣିରେ ବତୁରାଇ ସେଥିରେ ଚେରମୂଳି ପକାଇ ଶାମ୍ପୁ ପ୍ରସ୍ତୁତ କରାଯାଉଥିଲା। ବିଂଶ ଶତାବ୍ଦିରୁ ଶାମ୍ପୁର ବ୍ୟବସାୟୀକରଣ ଆରମ୍ଭ ହେଲା। ଆଉ ୧୯୧୪ରେ ଆମେରିକୀୟ ମାଗାଜିନ୍‌ରେ ଏକ ହ୍ରଦରେ ଜଣେ ମହିଳା ‘କାନ୍ଥ୍ରକ୍ସ୍‌’ ଶାମ୍ପୁକୁ କେଶରେ ଲଗାଉଥିବାର ଫଟୋ ବିଜ୍ଞାପନଭାବେ ସ୍ଥାନ ପାଇଥିଲା। 

ଇଂରେଜ୍‌ମାନେ ସେଲୁନ୍‌ରେ ବାସ୍ନା ଓ ଚମକ ପାଇଁ ପାଣିରେ ଜଡ଼ିବୁଟି ମିଶାଇ ସାବୁନ୍‌ର ସିଝାଇ ଏକ ମିଶ୍ରଣ ପ୍ରସ୍ତୁତ କରୁଥିଲେ। ୧୯୦୦ ପାଖାପାଖି ଏକ ଲାଭେଣ୍ଡର୍‌ ପାଉଡର୍‌ ସାବୁନ ଏବଂ ପ୍ରଥମ ତରଳ ସାବୁନ ବିକଶିତ ହୋଇଥିଲା। ପ୍ରଥମ ତରଳ ଶାମ୍ପୁର ବହୁଳ ଉତ୍ପାଦନ ପାଇଁ ଆଉ ୨୫ ବର୍ଷ ଲାଗିଲା। ୧୯୩୩ ମସିହାରେ ଏକ ତରଳ ସାମ୍ପୁ ତିଆରି କରାଯାଇଥିଲା। ଆଉ ତାର ନାଁ ଦିଆଯାଇଥିଲା ‘ଚମ୍ପୁଇଂ’। 

ପ୍ରକୃତରେ କହିବାକୁ ଗଲେ ସାବୁନ ଓ ଶାମ୍ପୁ ଦୁଇଟିଯାକ ପ୍ରାୟତଃ ଏକାପରି। ଉଭୟରେ ସର୍ଫାକ୍ଟାଣ୍ଟସ୍‌ ଅଛି, ଯାହାକି ଏକପ୍ରକାରର ଡିଟରଜେଣ୍ଟ୍‌। ଆଧୁନିକ ଶାମ୍ପୁ ବା ଯାହା ଆମେ ଏବେ ବ୍ୟବହାର କରୁଛେ ତାହା ୧୯୩୦ରେ ‘ଡ୍ରେନ୍‌’ ଶାମ୍ପୁରୁ ଆରମ୍ଭ ହୋଇଥିଲା। ଏହି ଡ୍ରେନ୍‌ ନାମକ ଶାମ୍ପୁ ହେଉଛି ପ୍ରଥମ ଶାମ୍ପୁ ଯେଉଁଥିରେ ସାବୁନ ବଦଳରେ ସିନ୍ଥେଟିକ୍‌ ସର୍ଫାକ୍ଟାଣ୍ଟସ୍‌ ବ୍ୟବହାର ହୋଇଥିଲା।

ଆହୁରି ପଢ଼ନ୍ତୁ: Delhi Terror Blast: ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା, ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ: ପାକିସ୍ତାନ

ଆହୁରି ପଢ଼ନ୍ତୁ: Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି