କଥାରେ ଅଛି ଦାନ କରିବା ପାଇଁ ଧନ ନୁହେଁ, ମନଟିଏ ଦରକାର। ଉତ୍ତମ ମନଟିଏ ନ ଥିଲେ କେହି କେବେ ଦାନ କରିପାରେନା। ଦାନରୁ ଯେଉଁ ସନ୍ତୁଷ୍ଟି ମିଳେ ତାହା ହୁଏତ ପାଇବାରେ ନଥାଏ। ତେବେ, ଚାଲନ୍ତୁ ଜାଣିବା କାହାକୁ କେଉଁ ଜିନିଷ ଦାନ କଲେ ସୁଫଳ ମିଳେ।
/sambad/media/post_attachments/wp-content/uploads/2018/03/1512148563312-300x169.jpg)
କୁକୁର: କୁକୁରକୁ ଯଦି ଆପଣ ସୁନା ଦାନ କରିବେ ସେ କ’ଣ କରିବ? କୁକୁରଟିକୁ ରୁଟିଟିଏ ଦେଲେ ସେ ଯେଉଁ ସନ୍ତୁଷ୍ଟି ଲାଭ କରେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଆପଣଙ୍କୁ ପାଇଁ ସୁଫଳ ଆକାରରେ ମିଳେ।
/sambad/media/post_attachments/wp-content/uploads/2018/03/hybrid-cow-500x500-300x206.jpg)
ଗାଈ: ଗୋମାତାକୁ ରୁଟି ନୁହେଁ, ଘାସ ଦାନ କରନ୍ତୁ। ପୁରାଣରେ ବର୍ଣ୍ଣିତ ଅଛି ଗାଈକୁ ଘାସ ଦାନ କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ।
/sambad/media/post_attachments/wp-content/uploads/2018/03/images-2-6-300x150.jpg)
ମାଛ: ମାଛଙ୍କ ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି କୁଣ୍ଡା, ଗୋବରା ଗୋଳା। ମାଛକୁ ଦାନ କରିବାର ଥିଲେ କୁଣ୍ଡା ଓ ଗୋବରରେ ଗୋଳା କରି ତାହାକୁ ଦାନ କରନ୍ତୁ।
/sambad/media/post_attachments/wp-content/uploads/2018/03/1482403263-300x176.jpg)
ପକ୍ଷୀ: ପକ୍ଷୀମାଙ୍କ ପାଇଁ ଖୁଦ ଦାନ ଉତ୍ତମ ହୋଇଥାଏ। ଖୁଦ, ଚାଉଲ ଦେଇ ପକ୍ଷୀଙ୍କୁ ପ୍ରୀତ କରାଇଲେ ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।
/sambad/media/post_attachments/wp-content/uploads/2018/03/images-1-15-300x158.jpg)
ମଣିଷ: ମଣିଷଙ୍କୁ କୌଣସି ବସ୍ତୁ ନୁହେଁ ବରଂ ସେବା ଦାନ କରନ୍ତୁ। ଆପଣଙ୍କ ସେବାରେ ଯଦି କେହି ଉପକୃତ ହେଇ ପାରୁଛନ୍ତି ତେବେ ତାହାଠାରୁ ବଡ଼ ଦାନ ଆଉ ସଂସାରରେ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/images-3-4.jpg)