ସାଧାରଣତଃ ଲୋକମାନେ ଜଳଖିଆ କମ୍‌ ଖାଇଥାନ୍ତି ଏବଂ  ରାତ୍ରି ଭୋଜନ  ଟିକିଏ ଭାରୀ ନେଇଥାନ୍ତି ଅର୍ଥାତ ଅଧିକ ଖାଇଥାଆନ୍ତି ।  ଯଦି ଆପଣ ଫିଟ୍‌ ରହିବାକୁ ଚାହୁଁଛନ୍ତି, ତା’ହେଲେ ରାତିରେ  ୪୫୦ ରୁ  ୫୦୦ କ୍ୟାଲୋରି  ଖାଦ୍ୟ  ଖାଇବା ଉଚିତ୍‌ ।
Advertisment
ଶରୀରକୁ ଶକ୍ତି  ଯୋଗାଇବା ଲାଗି  ରାତିରେ   କାର୍ବୋହାଇଡ୍ରେଟ୍‌   ଖାଇବା   ଉଚିତ୍‌  । ମାତ୍ର  କମ୍‌ ପରିମାଣ ଯେପରି ଖାଦ୍ୟର ୫୦ରୁ ୫୫ ପ୍ରତିଶତ ନ ଟପେ। ଏଭଳି  ଖାଇବା ଦ୍ୱାରା ଆପଣ    ଫିଟ୍‌ ରହିବେ ।  ଫିଟ୍‌   ରହିବା ପାଇଁ ରାତିରେ  ୨୫ ରୁ ୩୫ ଗ୍ରାମ୍‌   ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ  ଖାଇବା ଉଚିତ୍‌   ।  ଏହା ଦ୍ୱାରା ମାଂସପେଶୀ  ଶକ୍ତ ହୋଇଥାଏ ।  ସମସ୍ତେ ଚାହାନ୍ତି ଫ୍ୟାଟ ପ୍ରିଂ  ଖାଦ୍ୟ    ଖାଇବାକୁ ।  କିନ୍ତୁ    ନିଜେ ଫିଟ୍‌  ରହିବା ପାଇଁ  କିଛିଟା  ଫ୍ୟାଟ୍‌ ଯୁକ୍ତ  ଖାଦ୍ୟ  ଖାଇବା ଜରୁରୀ  ।   ଫିଟ୍‌ ରହିବା ପାଇଁ   ରାତ୍ରି ଭୋଜନରେ ୨୫ ଗ୍ରାମ  ଫାଇବର ଫୁଡ୍‌ ଖାଇବା ଉଚିତ୍‌ ।    ରାତି୍ର ଭୋଜନରେ ଅତି କମରେ  ୮ ଗ୍ରାମ୍‌ ଫାଇବର୍‌ ଫୁଡ୍‌   ସାମିଲ କରନ୍ତୁ ।  ଡିନରରେ ୪ ଗ୍ରାମ  ସୁଗାର ମଧ୍ୟ  ସାମିଲ କରନ୍ତୁ । ଯେତେ  ଶୀଘ୍ର  ଆପଣ  ଡିନର କରିବେ, ସେତେ ଆପଣଙ୍କ  ପାଇଁ  ଭଲ ହେବ।