ଆପଣ ଜାଣନ୍ତି କି ନିଦ ନ ହେଲେ କ’ଣ ହେବ? ଲଗାତର ୧୧ ଦିନ ଅନିଦ୍ରା ହୋଇ ୧୭ ବର୍ଷିଅ ଯୁବକ ପାଇଲେ ଏହି ଫଳାଫଳ

ନିଦ ନ ହେବା କୋଉ ବଡ଼ କଥା। ଆପଣଙ୍କର ହୁଏତ ଏପରି ସମସ୍ୟାଟିଏ ଥିବ। ଆଜିକାଲି ବିଭିନ୍ନ କାରଣ ହେତୁ ନିଦ କମ୍‌ ହୋଇଯିବା ଏକ ସାଧାରଣ କଥା ପାଲଟିଗଲାରି। ମାତ୍ର ଯେତିକି ସାଧାରଣ ଦିଶେ, ବାସ୍ତବରେ କଥାଟି ସେତେ ସାଧାରଣ ନୁହେଁ। ଖାଇବା, ପିଇବା ଓ ଶୋଇବାରୁ ଯଦି କେଉଁଟି ବି ଟିକେ କମ୍‌ ହୁଏ ତାହା ଆଦୌ ଶୁଭଙ୍କର ନୁହେଁ। ଏହି ୩ଟି ଜିିନିଷଙ୍କୁ ଅଣଦେଖା କଲେ ଆପଣ ଭୟଙ୍କର ରୋଗରେ ପଡ଼ିପାରନ୍ତି। ତେବେ, ଆସନ୍ତୁ ଜାଣିବା ଉଚିତ ପରିମାଣର ନିଦ ନ ହେଲେ କ’ଣ ହୋଇଥାଏ।

ନିଦ ନ ହେଲେ ଶରୀରରେ କ’ଣ ପ୍ରଭାବ ପଡ଼େ ବୋଲି ଜାଣିବା ପାଇଁ ୧୯୬୫ ମସିହାରେ ର‍୍ୟାଣ୍ଡି ଗ୍ରାଡନର୍‌ ନାମକ ଜଣେ ୧୭ ବର୍ଷିଅ ଯୁବକ ଲଗାତର ୧୧ ଦିନ ପର୍ଯ୍ୟନ୍ତ ଅନିଦ୍ରା ରହିଥିଲେ। ତା’ପରେ ସେ ଅନୁଭବ କଲେ ଯେ ତାଙ୍କର ଦୃଷ୍ଟି ଶକ୍ତି କମିବାରେ ଲାଗିଛି। ଦ୍ୱିତୀୟ ଦିନ ଗ୍ରାଡନର୍‌ ଆଉ ଦେଖି ପାରିଲେ ନାହିଁ। ପରେ ସେ ସ୍ପର୍ଶ କରି ଜିନିଷ ଚିହ୍ନିବାରେ ଲାଗିଲେ। ଆଉ ଦୃଷ୍ଟି ଶକ୍ତି ଫେରି ପାଇଲେ ନାହିଁ।

ଖାଲି ସେତିକି ନୁହେଁ, ସେ ଅନୁଭବ କଲେ ଯେ ତାଙ୍କର ଧ୍ୟାନଚ୍ୟୁତ ହେଉଛି। କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେ ଧ୍ୟାନ ଦେଇ ପାରୁନାହାନ୍ତିି। କ୍ଷଣିକ ମଧ୍ୟରେ ସେ ବିଚଳିତ ହୋଇ ଉଠୁଛନ୍ତି।

ଏ ନେଇ ନିକଟରେ କ ଭିଡିଓ ପ୍ରକାଶ ପାଇଛି। ଭିଡିଟିରେ ଦେଖିବାକୁ ମିଳିଛି ଯେ ନିଦ କମ୍‌ ହେଲେ ହରମୋନ ଅସନ୍ତୁଳନ ବ୍ୟତୀତ ଆହୁରି ଗୁଡ଼ାଏ ଅଜଣା ରୋଗରେ ପଡ଼ି ମୃତ୍ୟୁ ହୋଇଥାଏ।

ଉଚ୍ଚ ରକ୍ତଚାପ, ମୋଟାପଣ ଏବଂ ମଧୁମେହର ବି ଏହା କାରଣ ହୋଇଥାଏ। ନିଦ କମ୍‌ ହେଉଥିବା ଲୋକକୁ କେଉଁ ମୁହୂର୍ତ୍ତରେ ଯେ କେଉଁ ରୋଗ ହେବ ତାହା କହି ହେବ ନାହିଁ।

ଯଦି ଅତି କମରେ ଆପଣ ରାତିରେ ୮ ଘଣ୍ଟା ଶୋଇ ପାରୁଛନ୍ତି ତେବେ କୌଣସି ଅସୁବିଧା ନାହିଁ। ମନେ ରଖନ୍ତୁ ଯଦି ରାତିରେ ୮ ଘଣ୍ଟା ଶୋଇ ପାରୁନାହାନ୍ତି ତେବେ ଦିନରେ କୌଣସି ବି ସମୟରେ ଶୋଇକରି ଯେତିମି ହେଲେ ଆବଶ୍ୟକ ପରିମାଣର ଶୟନ କରନ୍ତୁ।

ଶାଢ଼େ ୬ ଘଣ୍ଟାରୁ କମ୍‌ ଶୋଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଷ୍ଟ୍ରୋକ୍‌ ଆଶଙ୍କା ୪.୫ ଥର ବେଶି ରହିଛି। ସିଧା ସଳଖ କହିବାକୁ ଗଲେ ଉତ୍ତମ ନିଦ୍ରା ଆପଣଙ୍କ ଦେହ, ମନ, ମସ୍ତିଷ୍କ ସବୁ ପାଇଁ ଭଲ ।

ସମ୍ବନ୍ଧିତ ଖବର