ମୁମ୍ବାଇ: ହ୍ବାଟ୍ସଆପ୍ ବ୍ୟବହାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଏହି ବର୍ଷଠାରୁ ଉପଭୋକ୍ତା ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ହ୍ବାଟ୍ସଆପ୍ର ଏକ ମାଗଣା ସେବା ବନ୍ଦ୍ ହୋଇଯାଇପାରେ। ପୂର୍ବରୁ ଗୁଗୁଲ୍ ଏନେଇ ସୂଚନା ଦେଇସାରିଛି। ରିପୋର୍ଟରୁ ପ୍ରକାଶ ଯେ ବ୍ୟବହାରକାରୀ ସେମାନଙ୍କ ଚାଟ୍କୁ ବ୍ୟାକ୍ଅପ୍ କ୍ଲାଉଡ୍ ଷ୍ଟେରେଜ୍ରେ ସେଭ୍ କରି ପାରୁଥିଲେ। ଅର୍ଥାତ, ବ୍ୟବହାରକାରୀ ଚାହିଁଲେ ସେମାନଙ୍କ ଡିଲିଟ୍ ହୋଇ ଯାଇଥିବା ତଥ୍ୟକୁ ବ୍ୟାକ୍ଅପ୍ ବା ପୁନରୁଦ୍ଧାର କରି ପାରୁଥିଲେ। ଏବେ କମ୍ପାନି ସେହି ସେବାକୁ ବନ୍ଦ୍ କରିବାର ନିଷ୍ପତ୍ତି ନେଇଛି।
ହ୍ବାଟ୍ସଆପଥ ହେଉଛି ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଜିଂ ଆପ୍ । ଏହି ଆପରେ ପ୍ରତିଦିନ କୋଟି କୋଟି ଉପଭୋକ୍ତା ପରଷ୍ପରକୁ ନିଜର ବାର୍ତ୍ତା, ଫଟୋ, ଭିଡିଓ ଆଦି ପଠାଇଥାନ୍ତି। ଅଧିକାଶଂ ଲୋକ ସେମାନଙ୍କର ଫୋଟ,ଭିଡିଓ ଏବଂ ଚାଟ୍ ଆଦିକୁ ଗୁଗୁଲ୍ ବ୍ୟାକ୍ଅପ୍ରେ ରଖିଥାନ୍ତି। ହେଲେ ଏହି ବ୍ୟାକଅପ୍ ସେବା ଏବେ ଆଉ ମାଗଣା ରହିବ ନାହି। ଏହା ପାଇଁ ଉପଭୋକ୍ତାମାନଙ୍କୁ ଦେୟ ଦବାକୁ ପଡ଼ିପାରେ।
୨୦୨୩ ବସିହ ଶେଷ ବେଳକୁ ଗୁଗୁଲ ଏହାର ସର୍ପୋଟକୁ ନେଇ ଏକ ସୂଚନା ପ୍ରଦାନ କରିଥିଲା। ଏଥିରେ କୁହାଯାଇଥିଲା ଯେ ଖୁବ୍ ଶୀଘ୍ର ହ୍ବାଟ୍ସଆପରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ପରିବର୍ତ୍ତନ ପରେ, ଉପଭୋକ୍ତା ମାନେ ଗୁଗୁଲ ଡ୍ରାଇଭ୍ରେ ମାଗଣାରେ ଅସୀମିତ ତଥ୍ୟ ସଂଚୟ କରିବାରେ ଅସମର୍ଥ ହେବେ। ସେଥିପାଇଁ ଏଥର ନିଜର ଗୁରୁତ୍ୱପୂର୍ଣ୍ଣ ଡାଟା ରଖିବାକୁ ହେଲେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ। ନଚେତ ନିଜର ଚାଟକୁ ଡିଲିଟ୍ କରିବାକୁ ହେବ। ଗୁଗୁଲର ପରାମର୍ଶ ପରେ ହ୍ବାଟ୍ସଅପ୍ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି।