ଆମେ ଭାବୁ ବିଲେଇ ହେଉଛି ଆମ ପାଇଁ ଅଶୁଭ । କାରଣ ବିଲେଇ ରାସ୍ତା କାଟିଲେ ଆମେ ଦି’ପାଦ ପଛାଇ ଯାଇ ତା’ପରେ ଯାଉ କିମ୍ବା ବାଟ କାଟି ଅଲଗା ରାସ୍ତାରେ ଯାଉ। ପ୍ରଚଳିତ ବିଶ୍ୱାସର ବଶବର୍ତ୍ତୀ ହୋଇ ଆମେ ଏପରି କରିଥାଉ।ତେବେ ବିଲେଇକୁ ନେଇ ବିଭିନ୍ନ ଦେଶରେ ବିଭିନ୍ନ ଲୋକବିଶ୍ୱାସ ରହିଛି। କେଉଁ ଦେଶରେ ବିଲେଇ ଶୁଭ ତ କେଉଁ ଦେଶରେ ଅଶୁଭ ମନାଯାଇଥାଏ।
କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବିଲେଇକୁ ଉଭୟ ଶୁଭ ଓ ଅଶୁଭ ମନେ କରାଯାଇଥାଏ । କୁହାଯାଏ, ବିଲେଇ ଘରକୁ ନକାରାତ୍ମକ ଶକ୍ତି ଆଣିଥାଏ ।

Advertisment

publive-image Cat Breeds List

କିନ୍ତୁ ଜର୍ମାନୀରେ ଲୋକଙ୍କ ଚିନ୍ତାଧାରା ଏହା ଟିକିଏ ଅଲଗା। ସେଠାକାର ପରମ୍ପରା ଅନୁସାରେ ଯଦି କାଳୀ ବିଲେଇ ରାସ୍ତାର ଡାହାଣ ପାର୍ଶ୍ୱରୁ ବାମ ପାର୍ଶ୍ୱକୁ ଯାଇଥାଏ, ତା’ହେଲେ ଅଶୁଭ ହୋଇଥାଏ। ଯଦି ବିଲେଇଟି ବାମରୁ ଡାହାଣ ପାର୍ଶ୍ୱକୁ ଆସିଥାଏ, ତା’ହେଲେ ସୌଭାଗ୍ୟ ଆଣିଥାଏ।
ଇଟାଲିରେ ପ୍ରଚଳିତ ଜନବିଶ୍ୱାସ ଅନୁସାରେ ବିଲେଇ ଯଦି କୌଣସି ଅସୁସ୍ଥ ବ୍ୟକ୍ତିର ଶେଯରେ ବସିଥାଏ, ତା’ହେଲେ ସେ ଲୋକର ଶୀଘ୍ର ମୃତ୍ୟୁ ହୋଇଯାଏ।

publive-image catsatthestudios.com

ଚୀନ୍‌ରେ କଳା ବିଲେଇ ଅକାଳ ଓ ଗରିବର ପ୍ରତୀକ ହୋଇଥାଏ। ସ୍କଟଲାଣ୍ଡରେ ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ଯଦି ବିଲେଇ ଜଣଙ୍କ ଘର ବାରଣ୍ଡାରେ ବସିଥାଏ, ତା’ହେଲେ ତାଙ୍କ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଆର୍ୟଲାଣ୍ଡରେ ଲୋକମାନଙ୍କ ଭିତରେ ବିଶ୍ୱାସ ପ୍ରଚଳିତ ଅଛି କି ଯଦି ବିଲେଇ ଚାନ୍ଦିନୀ ରାତିରେ ଜଣଙ୍କ ବାଟ କାଟିଥାଏ ତା’ହେଲେ ତାଙ୍କୁ ଭୟଙ୍କର ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ।