ତ୍ୱଚାରେ ଉଜ୍ଜ୍ବଳତା ଓ ନମନୀୟତା ଆଣିବାରେ ସହାୟକ ହୋଇଥାଏ ଛେନାପାଣି !

ଛେନାପାଣି ଆମର ଅନେକ ଉପକାର କରିଥାଏ । ଏହା ଦ୍ୱାରା ବ୍ୟକ୍ତିଠାରେ ଦେଖାଯାଉଥିବା ହୃଦୟ ସମ୍ବନ୍ଧିତ ରୋଗଠୁଁ ଆରମ୍ଭ କରି ପେଟ ଜନିତ ସମସ୍ୟା ଓ ମୋଟାପଣ ବି ଦୂରୀଭୂତ ହୁଏ। ତା’ଛଡ଼ା ଆମର ମାଂସପେଶୀ ସୁଦୃଢ଼ କରିବାରେ ଓ ଆମର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ ଛେନାପାଣି।

ଆସନ୍ତୁ ଜାଣିବା ଛେନା ପାଣିକୁ ବ୍ୟବହାର କରି ବିଭିନ୍ନ ଉପାୟରେ କିପରି ନିଜର ସୌନ୍ଦର୍ଯ୍ୟ ବଢ଼ାଇ ପାରିବା…..

ତ୍ୱଚାରେ ଉଜ୍ଜ୍ବଳତା ଓ ନମନୀୟତା ଆଣିବାରେ ସାହାଯ୍ୟ କରିଥାଏ ଛେନା ପାଣି:- ତ୍ୱଚାରେଉଜ୍ଜ୍ବଳତା ଓ ନମନୀୟତା ଆଣିବାକୁ ହେଲେ ଆପଣ ଆପଣଙ୍କ ଗାଧୋଇବା ପାଣିରେ ଛେନା ପାଣିର ମିଶ୍ରଣ କରି ଏଥିରେ ଗାଧାନ୍ତୁ, କାରଣ ଏଥିରେ ରହିଥିବା ମାଇଫ୍ରୋବିୟଲ୍‌ ଗୁଣ ଯୋଗୁଁ ଏହା ଆମ ତ୍ୱଚା ଓ ମସ୍ତିଷ୍କର ପିଏଚ୍‌ କୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ।

photo-oneindia

କଣ୍ଡିସନର୍‌ ଭଳି ବି ଆପଣ ବ୍ୟବହାର କରିପାରିବେ ଛେନା ପାଣି :-କେଶକୁ ସାମ୍ପୁ କରିବା ପରେ ଆପଣ ଛେନା ପାଣିରେ କେଶକୁ ଧୋଇ କିଛି ସମୟ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ଆପଣ ସ୍ବଚ୍ଛ ପାଣିରେ ଆପଣଙ୍କ କେଶକୁ ଧୋଇ ଦିଅନ୍ତୁ। ତେବେ ଏପରି କିଛି ଦିନ କଲାପରେ ଆପଣ ଏହାର ଫରକ୍‌ ଜାଣିପାରିବେ।

ସମ୍ବନ୍ଧିତ ଖବର