ଜାଣନ୍ତୁ କେଉଁ ସବୁ ଖାଦ୍ୟ ଦାନ୍ତର ଶତ୍ରୁ ହୋଇଥାଏ

ଶରୀର ସହିତ ଦାନ୍ତର ବି ଯତ୍ନ ନେବା ନିହାତି ଦରକାର। କିନ୍ତୁ ଅନେକ ଦାନ୍ତର ଯତ୍ନ ନେବାରେ ଅବହେଳା କରି ଦେଇଥାଆନ୍ତି। ଫଳରେ ଦାନ୍ତ କଣା ଓ ପୋଲା ହେବା ସହିତ ମାଢ଼ି ଫୁଲା ଆଦି ସମସ୍ୟା ଦେଖା ଦେଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଦାନ୍ତର ଶତ୍ରୁ ହୋଇଥାଏ। ମିଶ୍ରି, ଟାଣ ଚକ୍‌ଲେଟ୍‌, ଅଧିକ ମିଠାଜାତୀୟ ଟଫି. ଦାନ୍ତ କଣା ଓ ପୋଲା କରିବାରେ ମୁଖ୍ୟତଃ ଦାୟୀ ହୋଇଥାଏ। ଏସବୁ ଦ୍ୱାରା ମାଢ଼ି ଫୁଲା, ଦାନ୍ତ ଯନ୍ତ୍ରଣା ବଢ଼େ।

ସେହିପରି ଗରମ କଫି ଓ ଚାହା ଦାନ୍ତ ଚାରି ପାଖର କୋମଳ ଉପାଦାନକୁ ନଷ୍ଟ କରିଦେଇଥାଏ। ଲେମ୍ବୁ, କମଳା, କଇଥ, ଅଙ୍ଗୁର ଆଦି ଖଟା ଫଳ ମଧ୍ୟ ଦାନ୍ତ ପାଇଁ ଶତ୍ରୁ ହୋଇଥାଆନ୍ତି।  କେତେକ ମୃଦୁ ପାନୀୟରେ ସାଇଟ୍ରିକ୍‌ ଅମ୍ଳ ଥାଏ; ଯାହା ଦାନ୍ତର କ୍ଷତି କରେ। ଭିନେଗାର୍‌, ବେକିଂ ସୋଡ଼ାଯୁକ୍ତ ଆଚାର କିଂବା ଖାଦ୍ୟ ଦାନ୍ତ ପାଇଁ ହାନିକାରକ ହୋଇଥାଏ।

ସମ୍ବନ୍ଧିତ ଖବର