ସମୟ ପୂର୍ବରୁ କେଶ ଧଳା ହୋଇଯିବା ଦେଇଥାଏ ଏହି ୮ଟି ରୋଗର ସଙ୍କେତ

ଧଳା କେଶ ବୃଦ୍ଧାବସ୍ଥାର ସଙ୍କେତ ବୋଲି ଧରା ଯାଇଥାଏ । କିନ୍ତୁ ଆଜିକାଲି ବଢ଼ୁଥିବା ପ୍ରଦୂଷଣ ପାଇଁ କିଛି ଲୋକଙ୍କ କେଶ ବୟସ ହେବା ପୂର୍ବରୁ ହିଁ ଧଳା ହୋଇଯାଉଛି । ତେବେ ସମୟ ପୂର୍ବରୁ କେଶ ଧଳା ହେବାର ଅନେକ କାରଣ ରହିଥିବା ବେଳେ ସେଥି ମଧ୍ୟରେ ରହିଛି, ଅବସାଦ, ଭୁଲ ସମୟରେ ଓ ଭୁଲ ଖାଦ୍ୟ ଖାଇବା ଇତ୍ୟାଦି । କିନ୍ତୁ କିଛି ଏମିତି ଶାରୀରିକ ସମସ୍ୟା ରହିଛି, ଯାହାଦ୍ୱାରା ମଧ୍ୟ କେଶ ଧଳା ହେବାକୁ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ସମୟ ପୂର୍ବରୁ କେଶ ଧଳା ପଡ଼ିବା କେଉଁ ରୋଗର ଲକ୍ଷଣ ହୋଇଥାଏ ।

୧. ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି କମ ବୟସରୁ କେଶ ଧଳା ହୋଇଯିବା ହୃଦ୍‌ରୋଗ ଆଡ଼କୁ ଇଶାରା ଦେଇଥାଏ । ଯଦି ଆପଣଙ୍କ ପାଖରେ ଏଭଳି ସମସ୍ୟା ଦେଖା ଦେଉଛି, ତେବେ ତୁରନ୍ତ ନିଜର ପରୀକ୍ଷା କରାଇ ନିଅନ୍ତୁ ।

୨. ଥାଇରଏଡ୍‌ ସମସ୍ୟା ଥିଲେ ମଧ୍ୟ କେଶର ରଙ୍ଗ ଧଳା ହେବାକୁ ଲାଗିଥାଏ । ଯଦି ଆପଣଙ୍କ କେଶର ରଙ୍ଗ ଧଳା ହେବା ସହ ପେଟ ବିନ୍ଧା, ଓଜନ କମିବା ବା ବଢ଼ିବା ଏବଂ ଥକାପଣ ଭଳି ସମସ୍ୟା ଦେଖା ଦେଉଛି ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୩.ଯଦି ଆପଣଙ୍କ କେଶ ସମୟ ପୂର୍ବରୁ ଧଳା ହୋଇ ଯାଉଛି ତେବେ ଏହା ଆନେମିଆର ସଙ୍କେତ ହୋଇପାରେ । ଶରୀରରେ ରକ୍ତର ପରିମାଣ କମ ହେବାରୁ ଅଧିକାଂଶ ସ୍ଥାନରେ ଅମ୍ଲଜାନ ପହଞ୍ଚିପାରେ ନାହିଁ । ଯାହାଦ୍ୱାରା କେଶ ଧଳା ହୋଇ ଯାଇଥାଏ ।

୪.କେଶ ଧଳା ହେବା ଏବଂ ଝଡ଼ିବା ସମସ୍ୟା ହର୍‌ମୋନ ଅସନ୍ତୁଳନର ସଙ୍କେତ ହୋଇଥାଏ ।

ସମ୍ବନ୍ଧିତ ଖବର