ଅନେକ ରୋଗକୁ ଭଲ କରିଥାଏ ପୋସ୍ତ, ଆପଣଙ୍କ ଭିତରେ ଏହି ସବୁ ସମସ୍ୟା ଅଛି କି?

ରୋଷେଇ କରିବା ସମୟରେ ଯେଉଁଭଳି ଭାବରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କାଜୁ ପେଷ୍ଟକୁ ବ୍ୟବହାର କରାଯାଏ, ଠିକ ସେହିଭଳି ପୋସ୍ତକୁ ମଧ୍ୟ ବ୍ୟବହାର କରାଯାଏ, ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହା ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି । ବାସ୍ତବରେ ପୋସ୍ତ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଲାଭବାନ ହୋଇଥାଏ । ଆଜିକାଲି ଲୋକମାନେ ଏଭଳି ଖାଦ୍ୟ ଖାଉଛନ୍ତି ଯାହା ଦ୍ୱାରା ସେମାନେ ବିରାଟ ରୋଗର ସମ୍ମୁଖୀନ ହେଉଛନ୍ତି । ସେସବୁରୁ ରକ୍ଷା ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଖାଇଥାନ୍ତିି । କିନ୍ତୁ ଏ ସବୁ ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଦୁଇ ଚାମଚ ପୋସ୍ତ ଖାଇବା ନିହାତି ଦରକାର । ଯାହା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ଏବଂ ସ୍ୱାସ୍ଥ୍ୟ କେବେ ଖରାପ ହୋଇନଥାଏ । ଆସନ୍ତୁ ଜାଣିବା ପୋସ୍ତ ଖାଇବା ଦ୍ୱାରା କେଉଁଭଳି ରୋଗରୁ ମୁକ୍ତି ମିଳିଥାଏ ।

କୋଷ୍ଠ କାଠିନ୍ୟ-ଅନେକ ଲୋକଙ୍କର ହଜମ ପ୍ରକ୍ରିୟା ଠିକ ହୋଇ ନ ଥିବାରୁ ସେମାନେ କୋଷ୍ଠକାଠିନ୍ୟ ରୋଗରେ ପଡ଼ିଥାନ୍ତିି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୋସ୍ତ ଖାଇବା ଦରକାର । ଏଥିରେ ବହୁ ପରିମାଣରେ ଫାଇବର ରହିଥାଏ, ଯାହା ଏଭଳି ସମସ୍ୟାରୁ ରକ୍ଷା କରିଥାଏ ।

ବ୍ଲଡପ୍ରେସର- ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ପୋସ୍ତ ଖୁବ ଲାଭଦାୟକ ହୋଇଥାଏ, ଯାହା ସେମାନଙ୍କ ପାଇଁ ଆୟୁର୍ବେଦିକ ଔଷଧ ଭାବେ କାମ କରିଥାଏ । ପୋସ୍ତ ପ୍ରତିଦିନ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଅନିଦ୍ରା- ଅନେକ ଲୋକଙ୍କ ନିକଟରେ ନିଦ ନ ଆସିବା ଭଳି ସମସ୍ୟା ବହୁ ମାତ୍ରାରେ ଦେଖାଯାଇଥାଏ । ଯଦି ସେମାନେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ପୋସ୍ତକୁ ମିଶାଇ ପିଇବେ ତେବେ ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

କିଡନୀ ଷ୍ଟୋନ- ପୋସ୍ତରେ ଓକ୍ସଲେଟ ବହୁ ପରିମାଣରେ ରହିଥାଏ, ଏହା ଶରୀରରୁ ଅତିରିକ୍ତ କ୍ୟାଲସିୟମକୁ ଅବଶୋଷଣ କରି କିଡନୀରେ ପଥର ତିଆରି ହେବାରୁ ରକ୍ଷା କରିଥାଏ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ପୋସ୍ତ ଖାଇବା ନିହାତି ଦରକାର ।

ସମ୍ବନ୍ଧିତ ଖବର